ଆଇସିସି ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍: ଝୁଲନ୍ ଏକ ନମ୍ବର ବୋଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଆଇସିସି ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍: ଝୁଲନ୍ ଏକ ନମ୍ବର ବୋଲର

ଦୁବାଇ: ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଭେଟେରାନ୍ ପେସ୍ ବୋଲର ଝୁଲନ୍ ଗୋସ୍ୱାମୀ ଆଇସିସି ମହିଳା ଦିନିକିଆ ର‌୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଫେବୃଆରୀ ୨୦୧୭ରେ ମଧ୍ୟ ଶୀର୍ଷ ର‌୍ୟାଙ୍କିଙ୍ଗ୍ ହାସଲ କରିଥିବା ୩୬ ବର୍ଷୀୟା ଝୁଲନ୍ ଏହି ସିରିଜରେ ୮ ୱିକେଟ୍ ନେଇଥିଲେ, ଯାହା ବଳରେ ଭାରତୀୟ ମହିଳା ଟିମ ୮ଟିମ୍ ବିଶିଷ୍ଟ ୱାର୍ଲ୍ଡ ଚାମ୍ପିୟନଶିପର ଦ୍ୱିତୀୟ ସ୍ଥାନରେ ପହଞ୍ଚିବାରେ ସହାୟକ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ଓ ଶୀର୍ଷ ୪ଟିମ୍ ୨୦୨୧ ମହିଳା ୱାର୍ଲ୍ଡ କପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ।

ନୂଆ ର‌୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ସିରିଜର ଫଳାଫଳକୁ ମଧ୍ୟ ସାମିଲ୍ କରାଯାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩-୦ର ସିରିଜ୍ ବିଜୟ ସହ ଅଷ୍ଟ୍ରେଲିଆ ୱାର୍ଲ୍ଡକପରେ ସିଧା କ୍ୱାଲିଫାଏ ଆଡ଼କୁ ଅଗ୍ରସର ହୋଇଛି। ଅଷ୍ଟ୍ରେଲିଆ ୧୨ ମ୍ୟାଚରୁ ୨୨ ପଏଣ୍ଟ ସହ ଶୀର୍ଷରେ ଅଛି। ଭାରତ ୧୫ ମ୍ୟାଚରେ ୧୪ ପଏଣ୍ଟ ସହ ଦ୍ୱିତୀୟ, ନ୍ୟୁଜିଲ୍ୟାଣ୍ଡ ୧୫ ମ୍ୟାଚରେ ୧୪ ପଏଣ୍ଟ ସହ ତୃତୀୟରେ ଅଛି। ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିଅନ୍ ଇଂଲଣ୍ଡ ୧୨ ମ୍ୟାଚରେ ୧୨ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ପରେ ପଞ୍ଚମ ସ୍ଥାନରେ ରହିଛି।

ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ୨୧୮ ୱିକେଟ୍ ସହ ଝୁଲନ୍ ର‌୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ ସବୁଠାରୁ ଅଧିକ ସମୟ ଧରି ରହି ନୂଆ ରେକର୍ଡ ନିକଟତର ହୋଇଛନ୍ତି। ଝୁଲନ୍ ୧୮୭୩ ଦିନ ଧରି ବିଶ୍ୱର ଏକ ନମ୍ବର ବୋଲର ରହିଛନ୍ତି। ତେବେ ଅଷ୍ଟ୍ରେଲିଆର ପୂର୍ବତନ ପେସ୍ ବୋଲର କ୍ୟାଥରିନ୍ ଫିଜପ୍ୟାଟ୍ରିକ୍ (୨୧୧୩ ଦିନ) ଦିନିକିଆରେ ଅଧିକ ଦିନ ଧରି ଶୀର୍ଷ ସ୍ଥାନରେ ରହିଥିଲେ ।

ଝୁଲନଙ୍କ ବ୍ୟତୀତ ପେସ୍ ବୋଲର ଶିଖା ପାଣ୍ଡେଙ୍କୁ ୧୨ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ପଞ୍ଚମ ସ୍ଥାନକୁ ଉଠିଛନ୍ତି। ୯ ବର୍ଷରେ ପ୍ରଥମଥର ଭାରତର ଦୁଇଜଣ ବୋଲର ଶୀର୍ଷ-୫ରେ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ ୨୦୧୦ରେ ଝୁଲନ୍ ଓ ରୂମେଲି ଧର ଶୀର୍ଷ-୫ରେ ସ୍ଥାନ ହାସଲ କରିଥିଲେ।

ବ୍ୟାଟିଂରେ ସ୍ମୃତି ମନ୍ଧାନା ୭୯୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି।



from Odisha Reporter https://ift.tt/2IMoVGW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages