ପଦ୍ମ ଧରିଲେ ବିଜେଡି ଓ ଜେଏମ୍‌ଏମ୍‌ର ତୁଙ୍ଗ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ପଦ୍ମ ଧରିଲେ ବିଜେଡି ଓ ଜେଏମ୍‌ଏମ୍‌ର ତୁଙ୍ଗ ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ଚାଲିଛି ମିଶ୍ରଣ ପର୍ବ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜଣେ ପରେ ଜଣେ ହେଭିୱେଟ୍‌ ନେତା ବିଜେପିରେ ମିଶିଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଆଜି ପଦ୍ମ ଧରିଛନ୍ତି। ତାଙ୍କ ପଛେ ପଛେ ସୁନ୍ଦରଗଡ଼ ବିଜେଡିର ଟାଣୁଆ ନେତ୍ରୀ କୁସୁମ୍‌ ଟେଟେ, ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ସମେତ ବହୁ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି।

ବିଜେଡିର ପ୍ରକାଶ ପାଇଥିବା ପ୍ରଥମ ପର୍ଯ୍ୟାୟ ତାଲିକାରେ ସୁନ୍ଦରଗଡ଼ରୁ କୁସୁମ ଟେଟେଙ୍କ ନାଁ ନଥିଲା। ତାଙ୍କ ସ୍ଥାନରେ କଂଗ୍ରେସରୁ ଯାଇଥିବା ବିଧାୟକ ଯୋଗେଶ ସିଂଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଯାହାକୁ ନେଇ କୁସୁମ ଓ ତାଙ୍କ କର୍ମୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିପାଇଁ ସେ ଗତକାଲି ନିଜର ଅସନ୍ତୋଷ ପ୍ରକାଶ କରିବା ସହିତ ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ସେ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ୍‌ ହୋଇଛନ୍ତି।

ବିଜେଡିରୁ ଇସ୍ତଫା ଦେଇ ପୂର୍ବତନ ମୟୂରଭଞ୍ଜ ସାଂସଦ ଲକ୍ଷ୍ମଣ ଟୁଡୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗଦେଇଥିଲେ। କିନ୍ତୁ ମୟୂରଭଞ୍ଜ ଲୋକସଭା କ୍ଷେତ୍ରରୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଅଞ୍ଜଳି ସୋରେନ୍‌ ଲଢ଼ିବା ସ୍ଥିର ହେବା ପରେ ଲକ୍ଷ୍ମଣ ଦଳ ଛାଡ଼ିଥିବା ଆଲୋଚନା ହେଉଛି। ସେଥିପାଇଁ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି।

ସେହିପରି ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ମଞ୍ଜୁଳା ସ୍ୱାଇଁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏହାକୁ ନେଇ ସ୍ଥାନୀୟ ବିଧାୟକ ଦେବରାଜ ମହାନ୍ତି ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଟିକେଟ ନମିଳିବାରୁ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି।

ନୀଳଗିରି ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ସୁକାନ୍ତ ନାୟକଙ୍କ ଟିକେଟ କଟିଥିବା ଚର୍ଚ୍ଚା ହେଉଛି। ସେଠାରୁ ବିଜେପିରୁ ଯାଇଥିବା ଜଣେ ନେତ୍ରୀଙ୍କୁ ଦଳ ପ୍ରାର୍ଥୀ କରୁଥିବା ଆଶଙ୍କା କରାଯାଉଛି। ସେଥିପାଇଁ ବିଧାୟକ ସୁକାନ୍ତ ନାୟକ ଗତକାଲି ବିଜେଡିରୁ ଇସ୍ତଫା ଦେଇ ଆଜି ବିଜେପିରେ ଯୋଗଦେଇଛନ୍ତି।

ସେହିପରି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଏଥର ବିଜେଡି ଟିକେଟ ନଦେଇ ତାଙ୍କ ସ୍ଥାନରେ ରମେଶ ଚନ୍ଦ୍ର ବେହେରାଙ୍କୁ ଟିକେଟ ଦେଇଛି। ଯାହାକୁ ନେଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସେଥିପାଇଁ ପୂର୍ଣ୍ଣଚନ୍ଦ୍ର ବିଜେଡିରୁ ଇସ୍ତଫା ଦେଇ ଆଜି ସଦଳବଳେ ବିଜେପିରେ ସାମିଲ ହୋଇଛନ୍ତି।

ସେହିପରି ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, କାଶିନାଥ ମଲ୍ଲିକ, ପୂର୍ବତନ ବିଧାୟକ ନୀଳମଣିଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ସରପଞ୍ଚ ଆଜି ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକଦଳ ନେତା କେ.ଭି ସିଂହଦେଓ, କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ରାମକୃଷ୍ଣ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ ପ୍ରମୁଖ ବିଜେଡି ନେତାଙ୍କୁ ସ୍ୱାଗତ କରିଥିଲେ।



from Odisha Reporter https://ift.tt/2TXB6VP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages