ଫିଲ୍ମ ଫେୟାର ଆୱାର୍ଡରେ ତମାଖୁ ବିଜ୍ଞାପନ ଵ୍ୟାନ୍ ପାଇଁ କେନ୍ଦ୍ରକୁ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଫିଲ୍ମ ଫେୟାର ଆୱାର୍ଡରେ ତମାଖୁ ବିଜ୍ଞାପନ ଵ୍ୟାନ୍ ପାଇଁ କେନ୍ଦ୍ରକୁ ଚିଠି

ନୂଆଦିଲ୍ଲୀ: ଫିଲ୍ମ ଫେୟାର ଆୱାର୍ଡସ ଉତ୍ସବର ପ୍ରଚାରରେ ତମାଖୁ, ସିଗାରେଟ ଇତ୍ୟାଦିର ବିଜ୍ଞାପନକୁ ଵ୍ୟାନ୍ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଦିଲ୍ଲୀ ସ୍ଵାସ୍ଥ୍ୟ ବିଭାଗ। ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ମୁମ୍ବାଇରେ ୬୪ତମ ଫିଲ୍ମ ଫେୟାର ଆୱାର୍ଡସ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।

କେବଳ ଦିଲ୍ଲୀ ସ୍ଵାସ୍ଥ୍ୟ ବିଭାଗ ନୁହେଁ, ଦିଲ୍ଲୀର ପୂର୍ବତନ ତମାଖୁ ନିରୋଧ ଅଫିସର ଏସ. କେ ଆରୋରା ମଧ୍ୟ ବଲିଉଡ଼ର ଅନେକ କଳାକାର ଓ ସଂସ୍ଥାକୁ ତମାଖୁ ସମ୍ପର୍କିତ ବିଜ୍ଞାପନ ଆୱାର୍ଡସ ଶୋ’ରୁ ହଟାଇବା ପାଇଁ ଚିଠି ଲେଖି ଜଣାଇଛନ୍ତି।

ସେ କହିଛନ୍ତି, ଏପରି ସ୍ଵାସ୍ଥ୍ୟ ପ୍ରତି ହାନିକାରକ ଦ୍ରବ୍ୟର ବିଜ୍ଞାପନ ଦେବା ବିଜ୍ଞାପନ ଆଇନ ୨୦୦୩କୁ ଉଲ୍ଲଂଘନ କରୁଛି। ଏପରି ବିଜ୍ଞାପନ ପ୍ରସାରଣ ଦ୍ବାରା ଦେଶର ଯୁବପିଢ଼ି  ତମାଖୁ ପ୍ରତି ଆକୃଷ୍ଟ ହେଉଛନ୍ତି। ଦେଶରେ ବଲିଉଡ଼ ଷ୍ଟାରଙ୍କର ଅନେକ ଫ୍ୟାନ ଅଛନ୍ତି। ଯେହେତୁ ଅନେକ ତମାଖୁ ବିଜ୍ଞାପନରେ ବଡ଼ ବଡ଼ ଷ୍ଟାର ଭାଗ ନେଉଛନ୍ତି ତେଣୁ ଏହାର ପ୍ରଭାବ ଯୁବପିଢ଼ିଙ୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି।

ଗତବର୍ଷ ମଧ୍ୟ ଶ୍ରୀ ଆରୋରା ‘ବଧାଇ ହୋ’ ଫିଲ୍ନରୁ ସିଗାରେଟ ଦୃଶ୍ୟକୁ ହଟାଇବା ପାଇଁ ବଲିଉଡର ଜଣେ ପ୍ରଯୋଜକ ଏବଂ ଅଭିନେତାଙ୍କୁ ଲିଗାଲ ନୋଟିସ ପଠାଇଥିଲେ।



from Odisha Reporter https://ift.tt/2uiH2dJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages