
ପ୍ରୟାଗରାଜ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଆଜି ଠକେଇ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଗିରଫଦାରୀରୁ ସୁରକ୍ଷା ଯୋଗାଇ ଦେଇଛନ୍ତି। ସେ ଟଙ୍କା ନେଇ ଏକ ସଂଗଠନର କାର୍ଯ୍ୟକ୍ରମରେ ଯୋଗଦେଇ ନଥିବାରୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା।
ଏହି ଠକେଇ ମାମଲାରେ ସୋନାକ୍ଷୀ ଗିରଫ ହେବାର ଆଶଙ୍କା ମଧ୍ୟ ଥିଲା। କିନ୍ତୁ ଆହ୍ଲାବାଦ ହାଇକୋର୍ଟ ସୋନାକ୍ଷୀଙ୍କୁ ଏବେ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।
ପ୍ରମୋଦ ଶର୍ମା ନାମକ ଜଣେ ବ୍ୟକ୍ତି ଫେବୃଆରୀ ୨୨ରେ ସୋନାକ୍ଷୀ ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ମୋରଦାବାଦ ପୁଲିସ୍ ଷ୍ଟେସନ୍ରେ ଏକ ଏଫ୍ଆଇଆର ରୁଜୁ କରିଥିଲେ। ୨୦୧୮ ସେପ୍ଟମ୍ବର ୩୦ରେ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସୋନାକ୍ଷୀ ଯୋଗଦେବାର ଥିଲା। ଏଥିପେଇଁ ସେ ୩୭ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ସୋନାକ୍ଷୀ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିବାରୁ ଆୟୋଜକମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଥିବା ପ୍ରମୋଦ ଅଭିଯୋଗ କରିଛନ୍ତି।
ତେବେ ଏହା ବିରୋଧରେ ସୋନାକ୍ଷୀ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ଜଷ୍ଟିସ୍ ନହୀଦ ମୋନିସ ଓ ଜଷ୍ଟିସ୍ ବୀରେନ୍ଦ୍ର କୁମାର ଶ୍ରୀବାସ୍ତବଙ୍କ ଡିଭିଜନ୍ ବେଞ୍ଚ ଏହାର ଶୁଣାଣି କରିଥିଲେ। ଶୁଣାଣି ବେଳେ ବେଞ୍ଚ କହିଛନ୍ତି ଯେ ପୁଲିସ୍ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ ନ କରିବା ପର୍ଯ୍ୟନ୍ତ ସୋନାକ୍ଷୀଙ୍କୁ ଗିରଫ କରାଯାଇ ପାରିବ ନାହିଁ।
କୋର୍ଟ ସୋନାକ୍ଷୀଙ୍କ ଗିରଫଦାରୀରେ ରୋକ ଲଗାଇଥିଲେ ହେଁ ତଦନ୍ତରେ ପୁଲିସ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତଦନ୍ତ ବେଳେ ଆବେଦନକାରୀ(ସୋନାକ୍ଷୀ)ଙ୍କୁ ପୁଲିସ୍ କୌଣସି ପ୍ରକାରର ହଇରାଣ କିମ୍ବା ଅଯଥା ପ୍ରଶ୍ନ କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଏଫ୍ଆଇଆରକୁ ରଦ୍ଦ କରିବା ପାଇଁ ସୋନାକ୍ଷୀ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି।
from Odisha Reporter https://ift.tt/2EKTAiP
No comments:
Post a Comment