୪୫ ରନ୍‌ରେ ସଫା ହୋଇଗଲା ଏହି ବିଶ୍ୱ ଚାମ୍ପିଅନ୍ ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

୪୫ ରନ୍‌ରେ ସଫା ହୋଇଗଲା ଏହି ବିଶ୍ୱ ଚାମ୍ପିଅନ୍ ଟିମ୍

ସେଣ୍ଟ କିଟ୍ସ: ଟି-୨୦ ବିଶ୍ୱ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଏଭଳି ଏକ ରେକର୍ଡ କରିଛି, ଯାହା ସହଜରେ ବିଶ୍ୱାସ କରିବା ଅସମ୍ଭବ । ଇଂଲଣ୍ଡ ବିପକ୍ଷ ସେଣ୍ଟ କିଟ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟିମ୍ ମାତ୍ର ୪୫ ରନରେ ଅଲଆଉଟ୍ ହୋଇ ଲଜ୍ଜାଜନକ ରେକର୍ଡ କରିଛି। ଏହା ଟି-୨୦ କ୍ରିକେଟର ଦ୍ୱିତୀୟ ସର୍ବନିମ୍ନ ସ୍କୋର।

ଏହା ପୂର୍ବରୁ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ନେଦରଲ୍ୟାଣ୍ଡ ଟିମ୍ ମାତ୍ର ୩୯ ରନ୍ କରି ଅଲଆଉଟ୍ ହୋଇଥିଲା, ଯାହା ଟି-୨୦ର ସର୍ବନିମ୍ନ ସ୍କୋର। ଏବେ ୱେଷ୍ଟଇଣ୍ଡିଜ୍ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ନୂଆ ରେକର୍ଡ କରିଛି। ଇଂଲଣ୍ଡର ବୋଲିଂ ଆକ୍ରମଣ ଆଗରେ କ୍ରିସ୍ ଗେଲ୍ ଓ ଶିମରନ୍ ହେଟମାୟେରଙ୍କ ଭଳି ଧୁରନ୍ଦର ଆତ୍ମସମର୍ପଣ କରିଥିଲେ। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜର ସର୍ବନିମ୍ନ ସ୍କୋର ୬୦ ରନ୍ ଥିଲା, ଯାହା ଦଳ ୧, ଏପ୍ରିଲ ୨୦୧୮ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ କରିଥିଲା ।

ଶୁକ୍ରବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ଦଳ ପକ୍ଷରୁ ସାମ ବିଲିଙ୍ଗସ ସର୍ବାଧିକ ୮୭ (୪୭ ବଲ୍, ୧୦ ଚୌକା, ୩ ଛକା) ଓ ଜୋ ରୁଟ୍ ୫୫ (୪୦ ବଲ) ରନ୍ କରିଥିଲେ।

ଏହି ଲକ୍ଷ୍ୟର ପିଛା କରି ୱିଣ୍ଡିଜ୍ ୧୧.୫ ଓଭରରେ ୪୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଇଂଲଣ୍ଡ ଏହି ମ୍ୟାଚକୁ ୧୩୭ ରନର ବୃହତ ବ୍ୟବଧାନରେ ଜିତି ନେଇଥିଲା। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ୍ ମାତ୍ର ୬ ରନ୍ ଦେଇ ୪ ୱିକେଟ୍ ନେଇଥିବା ବେଳେ ଡେଭିଡ୍ ୱିଲି, ଆଦିଲ ରଶିଦ୍ ଓ ଲିଆମ ପ୍ଲଙ୍କେଟ୍ଟ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter https://ift.tt/2TsfnWr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages