ମାସୁଦକୁ ଆର୍ମି ହସ୍ପିଟାଲ୍‌ରୁ ସ୍ଥାନାନ୍ତର କଲା ପାକ୍‌ ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ମାସୁଦକୁ ଆର୍ମି ହସ୍ପିଟାଲ୍‌ରୁ ସ୍ଥାନାନ୍ତର କଲା ପାକ୍‌ ସେନା

ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରର ମୃତ୍ୟୁକୁ ନେଇ ଚାଲିଥିବା ଗୁଜବ ଉପରେ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିଛି।

ମାସୁଦ ମୃତ୍ୟୁକୁ ନେଇ ଗୁଜବ ପାକିସ୍ତାନ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଥିଲା ବୋଲି ପ୍ରମାଣିତ ହୋଇଛି। କାରଣ ଏହି ମୃତ୍ୟୁ ଗୁଜବର କିଛି ସମୟ ମଧ୍ୟରେ ଗୁରୁତର ଅସୁସ୍ଥ ହୋଇଥିବା ମାସୁଦକୁ ପାକିସ୍ତାନ ସରକାର ସେନା ହସ୍ପିଟାଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି।

ତାକୁ ରାୱଲପିଣ୍ଡିର ଆର୍ମି ହସ୍ପିଟାଲ୍‌ରୁ ରବିବାର ସନ୍ଧ୍ୟା ୭.୩୦ରେ ବାହାବଲପୁରର ଗୋଠ ଘନ୍ନି ସ୍ଥିତ ଜୈଶ କ୍ୟାମ୍ପକୁ ନିଆଯାଇଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ପାକିସ୍ତାନ ସେନା ସମସ୍ତଙ୍କ ଆଖିରେ ଧୂଳି ଦେଇ ମାସୁଦକୁ ସୁରକ୍ଷା ଯୋଗାଇ ଦେଉଥିବା ଏହି ଗୁଇନ୍ଦା ତଥ୍ୟ ପରେ ପ୍ରମାଣିତ ହୋଇଯାଇଛି।

ମାସୁଦ ଗୁରୁତର ଅସୁସ୍ଥା ଥିବା ସତ୍ତ୍ୱେ ପାକ୍‌ ସରକାର ତାକୁ ହସ୍ପିଟାଲରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବାରୁ ଏହାକୁ ଜୈଶ ସଂଗଠନ ସହଜରେ ଗ୍ରହଣ କରିପାରିନାହିଁ। ଏଥିପାଇଁ ସଂଗଠନ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଇମ୍ରାନ୍‌ ଖାନ୍‌ ସରକାରକୁ ତୀବ୍ର ସମାଲୋଚନା କରାଯାଇଛି।

ଇମ୍ରାନ୍‌ ଖାନ୍‌ ସରକାର ଭାରତ ଓ ଅନ୍ତର୍ଜାତୀୟ ସମୂହ ଆଗରେ ମୁଣ୍ଡ ନୁଆଁଇ ମାସୁଦକୁ ସ୍ଥାନାନ୍ତର କରିଥିବାରୁ ଜୈଶ ଏହାର ବଦଲା ନେବ ବୋଲି ଧମକ ଦେଇଛି।

ଭାରତର ମୋଷ୍ଟ ୱାଣ୍ଟେଡ୍‌ ମାସୁଦ କିଡ୍‌ନୀ ରୋଗରେ ପୀଡ଼ିତ ଥିବା ବେଳେ ଦୀର୍ଘ ମାସ ହେଲା ରାୱଲପିଣ୍ଡି ସ୍ଥିତ ଆର୍ମି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲା। ତେବେ ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ମାସୁଦକୁ ନେଇ ପାକିସ୍ତାନ ସରକାର ଅଡ଼ୁଆରେ ପଡ଼ିଥିଲେ।

ମାସୁଦ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ବେଳେ ପାକିସ୍ତାନ ସରକାର ତାକୁ ଘଣ୍ଟ ଘୋଡ଼ାଉଥିବା ଜଣାପଡ଼ିଥିଲା। ତେବେ ହଠାତ ଗତକାଲି ମାସୁଦ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ସନ୍ଧ୍ୟାରେ ଜୈଶ ସଂଗଠନ ଏହାକୁ ଅଗ୍ରାହ୍ୟ କରିଥିଲା।

ଜୈଶ ସଂଗଠନ ଏକ ବିବୃତି ଜାରି କରି କହିଛି, “ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ ୯/୧୧ ହମ୍‌ଲା ପରେ ଆମେରିକା କଥାରେ ପଡ଼ିଥିଲେ। ଏବେ ପାକିସ୍ତାନର ଇମ୍ରାନ୍‌ ସରକାର ମଧ୍ୟ ଭାରତ ଚାପରେ ପଡ଼ି ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାହାରୁଛନ୍ତି। ପ୍ରଥମେ ଇମ୍ରାନ୍‌ ସରକାର ଭାରତର ପାଇଲଟ୍‌ଙ୍କୁ ଛାଡ଼ିଲେ। ଏବେ ଆମ ସେମିନାରୀକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି। ସେମାନେ ଭାରତ ପ୍ରତି କୋମଳ ବ୍ୟବାହାର କରୁଥିବା ବେଳେ ଦେଶର ନିଜ ଲୋକ(ଜୈଶ) ପ୍ରତି କଠୋର ହେଉଛନ୍ତି। ଏବେ ଜୈଶ ସଦସ୍ୟମାନେ ଆଗାମୀ ସଂଘର୍ଷ ପାଇଁ ପ୍ରସ୍ତୁତ ହୁଅନ୍ତୁ।”

ଭାରତ ଯେଉଁଦିନ ଏୟାର ଷ୍ଟ୍ରାଇକ୍‌ କରିଥିଲା ସେଦିନ ମାସୁଦ ବାଲାକୋଟ୍‌ କ୍ୟାମ୍ପରେ ଉପସ୍ଥିତ ଥିଲା ବୋଲି କୁହାଯାଉଥିଲା। ଭାରତ ଏୟାର ଷ୍ଟ୍ରାଇକ୍‌ରେ ମାସୁଦ ଓ ଆଇଏସ୍‌ଆଇର କର୍ଣ୍ଣେଲ ସଲିମ୍‌ ଗୁରୁତର ଆହତ ହୋଇଥିବାର ଖବର ମଧ୍ୟ ପ୍ରଚାରିତ ହୋଇଥିଲା। ଚିକିତ୍ସା ସମୟରେ ମାସୁଦର ମୃତ୍ୟୁ ଘଟିଥିବା ଗତକାଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ତେବେ ମାସୁଦ ଶେଷଥର ପାଇଁ ଗତବର୍ଷ ଅକ୍ଟୋବର ମାସରେ ବାଲାକୋଟ୍‌ କ୍ୟାମ୍ପକୁ ଯାଇଥିଲା। ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ମାସୁଦର ଭଣଜା ପ୍ରାଣ ହରାଇବା ପରେ ଏହାର ବଦ୍‌ଲା ନେବାକୁ ସେ ବାଲାକୋଟ୍‌ କ୍ୟାମ୍ପରେ ରହୁଥିବା ଆତଙ୍କବାଦୀଙ୍କୁ କହିଥିଲା। ସେବେଠାରୁ ସେ ବାଲାକୋଟ୍‌ ଯାଇ ନଥିଲା ବୋଲି ଆଜି ଖବର ପ୍ରକାଶ ପାଇଛି।



from Odisha Reporter https://ift.tt/2EMVVeb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages