ସତ ଜାସୁସ୍‌ଙ୍କ କାହାଣୀରେ ଅଭିନୟ କରିବେ ଜନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ସତ ଜାସୁସ୍‌ଙ୍କ କାହାଣୀରେ ଅଭିନୟ କରିବେ ଜନ୍

ମୁମ୍ବାଇ: ଅଭିନେତା ଜନ୍‌ ଅବ୍ରାହମ୍‌ଙ୍କ ଫିଲ୍ମ ‘ର’ ‘ରୋମିଓ ଆକ୍‌ବର୍‌ ୱେଲ୍‌ଟର’ (RAW)ର ଟ୍ରେଲର୍‌  ରିଲିଜ୍‌ ହୋଇଛି। ଏହା ପୂର୍ବରୁ ଫିଲ୍ମର ଅନେକ ଟିଜର୍‌ ଏବଂ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇସାରିଛି। ପୋଷ୍ଟରରେ ବ୍ୟାକ୍‌ ଗ୍ରାଉଣ୍ଡରେ ଜନ୍‌ ଅଲଗା ଅଲଗା ଲୁକରେ ନଜର ଆସିଛନ୍ତି। କୁହାଯାଉଛି ଯେ, ଫିଲ୍ମରେ ଜବର୍‌ଦସ୍ତ ସସ୍‌ପେନ୍ସ ଥ୍ରୀଲର୍‌ ରହିଛି। ଏହି ପିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି  ରାବି ଗ୍ରେୱଲ୍‌।

ଏକ ରିପୋର୍ଟ ଅନୁସାରେ, ଜନ୍‌ ଫିଲ୍ମରେ ୧୮ରୁ ୨୦ଟି ଲୁକ୍‌ରେ ନଜର ଆସିବେ । ଏହି ପିଲ୍ମ ପାଇଁ ଜନ୍‌ ଅନେକ ପରିଶ୍ରମ କରିଛନ୍ତି। ଫିଲ୍ମରେ ଜନ୍‌ ଏକ ସିକ୍ରେଟ ଏଜେଣ୍ଟ ରୋଲ୍‌ କରିଛନ୍ତି।

ଜନ୍‌ ଅବ୍ରାହମ୍‌ଙ୍କ ଫିଲ୍ମ RAW ‘ରୋମିଓ ଆକ୍‌ବର୍‌ ୱେଲ୍‌ଟର’ ଏକ ସତ ଗୁପ୍ତଚର କାହାଣୀ ଉପରେ ଆଧାରିତ। ସେହି ଭାରତୀୟ ଜାସୁସ୍‌ଙ୍କ କାହାଣୀ ଯିଏ ପାକିସ୍ତାନ ସେନାଙ୍କ ସହ ମିଶି ଭାରତୀୟ ସେନା ପାଇଁ କାର୍ଯ୍ୟ କରିଥିଲେ।
କୁହାଯାଉଛି ଯେ, ଏହି ଫିଲ୍ମ ଭାରତ ପାକିସ୍ତାନର ସେହି ଯୁଦ୍ଧ ଉପରେ ଆଧାରିତ ଯେତେବେଳେ ପାକିସ୍ତାନ ଭାରତୀୟ ସେନା ଆଗରେ ମୁଣ୍ଡ ନୁଆଁଇ ଆଣ୍ଠେଇ ପଡ଼ିଥିଲା। ଏହି  କାହାଣୀ ୭୦ ଦଶକର ବୋଲି କୁହାଯାଉଛି।

ର’ର ସୁଟିଂ ନେପାଳ, ଗୁଲ୍‌ମର୍ଗ ଓ ଶ୍ରୀନଗରେ ହୋଇଛି। ଏହି ଫିଲ୍ମରେ ଗୁଜରାଟରେ ପାକିସ୍ତାନର ସେଟ୍‌ ତିଆରି କରାଯାଇଥିଲା। ଫିଲ୍ମଟି ଏପ୍ରିଲ୍‌ରେ ପରଦାକୁ ଆସିବ।

ର‘ରେ ଜନ୍‌ଙ୍କ ସହ ଜ୍ୟାକି ଶ୍ରଫ୍‌, ସିକନ୍ଦର ଖେର୍‌ ଏବଂ ସୁଚିତ୍ରା କ୍ରୀଷ୍ଣାମୂର୍ତ୍ତିଙ୍କ ଭଳି ଅଭିନେତା କାମ କରିଛନ୍ତି। ସୁଚିତ୍ରା ପ୍ରାୟ ୧୦ ବର୍ଷ ପରେ ଫିଲ୍ମରେ ନଜର ଆସିବେ। ଏହା ପୂର୍ବରୁ ସେ ରାମ୍‌ ଗୋପାଲ୍‌ ବର୍ମାଙ୍କ ଫିଲ୍ମ ‘ରନ୍‌’ରେ ଅଭିନୟ କରିଥିଲେ।
ଜେ.ପି ଦତ୍ତାଙ୍କ ଫିଲ୍ମ ‘ପଲଟନ୍’ ପରେ ଜ୍ୟାକି ଏହି ଫିଲ୍ମରେ ର’ ଚିଫ୍‌ ଭାବେ ନଜର ଆସିବେଏବଂ ସିକନ୍ଦର ଖେର୍‌ ଏହି ଫିଲ୍ମରେ ଜଣେ ପୁଲିସ୍‌ ଅଫିସର ଭାବେ ନଜର ଆସିବେ।

ଫିଲ୍ମର ଡାଇରେକ୍ଟର  ରାବି ଗ୍ରେୱଲ୍‌ ପୂର୍ବରୁ ‘ସମୟ’ ‘ମେରା ପେହେଲା ପେହେଲା ପ୍ୟାର୍‌’ ଏବଂ ଆଲୁ ଚାର୍ଟ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍‌ ତାଙ୍କର ପ୍ରଥମ ବିଗ୍‌ ବଜେଟ୍‌ ଫିଲ୍ମ।



from Odisha Reporter https://ift.tt/2VABNRU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages