
ଜାମନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ୍ର ଜାମନଗରଠାରେ ରାଜନୀତିକ ସମାବେଶରେ ବିରୋଧଙ୍କ ଉପରେ ଜୋରଦାର ହମ୍ଲା କରିଛନ୍ତି। ଯେଉଁ ରାଜନେତାମାନେ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ କରୁଛନ୍ତି ସେମାନଙ୍କୁ ମୋଦି ପାଲଟା ଜବାବ ଦେଇଛନ୍ତି।
ସେ କହିଛନ୍ତି, “ଦେଶର ଲୋକମାନେ ଚାହୁଁଛନ୍ତି ଆତଙ୍କବାଦ ମୂଳପୋଛ ହେଉ। ଏଥିପାଇଁ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ କିଛି ଲୋକ ସେନାର କାର୍ଯ୍ୟାନୁଷ୍ଠାନ ଉପରେ ଭରସା କରୁନାହାନ୍ତି। ସେମାନେ ସେନାର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଛନ୍ତି।”
ମୋଦି ଏହି ସମୟରେ ପୂର୍ବରୁ କ୍ଷମତାରେ ଥିବା ୟୁପିଏ ସରକାର ରାଫେଲ୍ ଡିଲ୍କୁ ପୂର୍ଣ୍ଣ କରି ନଥିବାରୁ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଯଦି ଏବେ ଆମ ପାଖରେ ରାଫେଲ ଭଳି ଯୁଦ୍ଧ ବିମାନ ରହିଥାଆନ୍ତା, ତା’ହେଲେ ଆମର କୌଣସି ବିମାନ ଖସି ନଥାଆନ୍ତା। ସେହିପରି ଆକ୍ରମଣ କରିବାକୁ ଯୋଜନା କରୁଥିବା ଶତ୍ରୁ ଦେଶର କୌଣସି ଗୋଟିଏ ବିମାନ ମଧ୍ୟ ବର୍ତ୍ତି ନଥାଆନ୍ତା।”
ଆଜିର ସମାବେଶରେ ମୋଦି ପାକିସ୍ତାନ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, ଯିଏ ଭାରତକୁ ବରବାଦ କରିବାକୁ ଚାହିଁବ, ତାକୁ ଏ ଦେଶ କେବେ ହେଲେ କ୍ଷମା ଦେବନାହିଁ।
from Odisha Reporter https://ift.tt/2VCqHw6
No comments:
Post a Comment