ନିର୍ବାଚନ ପାଇଁ ମୋଦିଙ୍କ ଟ୍ୱିଟ୍‌ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ନିର୍ବାଚନ ପାଇଁ ମୋଦିଙ୍କ ଟ୍ୱିଟ୍‌ ଆହ୍ୱାନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିଗୁଲ୍‌ ବାଜିସାରିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର ଯୋଗେ ବିଭିନ୍ନ ଭାରତୀୟ ରାଜନେତା ଏବଂ ତାରକାଙ୍କୁ ଆହ୍ୱନ କରିଛନ୍ତି, ଏଥିରେ ଅଧିକ ମାତ୍ରାରେ ଭୋଟର ଭାଗ ନେବା ଉଚିତ ଏବଂ ଏଥିନେଇ ଏହି ବିଶିଷ୍ଟ ବ୍ୟକ୍ତିମାନେ ସମସ୍ତଙ୍କୁ ସଚେତନ କରନ୍ତୁ। ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମୋଦି ବିଭିନ୍ନ ଟ୍ୱିଟ୍‌ ଜରିଆରେ ଟ୍ୟାଗ୍‌ ମଧ୍ୟ କରିଛନ୍ତି।


ମାତ୍ର ଘଣ୍ଟାକରେ ସେ ୨୯ ଥର ଟ୍ୱିଟ୍‌ କରିଥିଲେ ଏବଂ ବିଭିନ୍ନ ବିରୋଧୀ ଦଳର ନେତା, ଫିଲ୍ମ ତାରକା, କ୍ରୀଡ଼ାବିତ୍ ଏବଂ ବିଶିଷ୍ଟ ବ୍ୟବସାୟୀ ଆଦିଙ୍କୁ ଟ୍ୟାଗ୍‌ କରିଥିଲେ।

ସେ ବିରୋଧୀ ଦଳ ନେତାମାନଙ୍କୁ ଆହ୍ୱାନ କରି କହିଥିଲେ, ମତଦାତାମାନଙ୍କର ଭୋଟ୍‌ ଅଧିକାର ବାବଦରେ ସେମାନଙ୍କୁ ସଚେତନ କରାନ୍ତୁ। ସମଗ୍ର ଭାରତରେ ଏହି ସଚେତନତା ସୃଷ୍ଟି କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି।

ମୋଦି କିଛି ଯୁବ ନେତାଙ୍କୁ ମଧ୍ୟ ଟ୍ୱିଟ୍‌ କରିଛନ୍ତି। ଏନ୍‌ଡିଏ ସହଯୋଗୀ ଦଳ ମାନଙ୍କର ଯୁବ ନେତା ଆଦିତ୍ୟ ଠାକ୍‌ରେ, ଚିରାଗ୍‌ ପାଶ୍ୱାନ ଏବଂ ହର୍ସିମତ୍‌ କୌର ବାଦଲ ଆଦିଙ୍କୁ ଆହ୍ୱାନ କରିଛନ୍ତି ସେମାନେ ଯୁବବର୍ଗଙ୍କୁ ଆହ୍ୱାନ କରନ୍ତୁ।


କ୍ରୀଡ଼ାବିତ ପିଭି ସିନ୍ଧୁ ଏବଂ ସୁଶୀଲ କୁମାରଙ୍କ ମଧ୍ୟ ସେ ଟ୍ୱିଟ୍‌ କରିଛନ୍ତି। କ୍ରୀଡ଼ାବିତ୍‌ଙ୍କୁ ସେ କହିଛନ୍ତି, “The core of badminton is the court and the core of democracy is the vote.”

ରୂପେଲି ପରଦାର ବେଶ୍‌ କିଛି ବ୍ୟକ୍ତିଙ୍କୁ ସେ ଟ୍ୟାଗ୍‌ କରିଥିଲେ। ସେମାନଙ୍କ ମଧ୍ୟରେ ଆମୀର ଖାନ୍ ଏବଂ ସଲମାନ୍‌ ଖାନ୍ ଆଦି ଥିଲେ। ସେ ଅନ୍ଦାଜ୍‌ ଅପ୍‌ନା ଅପ୍‌ନା ଶୈଳୀରେ ଲେଖିଛନ୍ତି, ଅପ୍‌ନା ଡେମୋକ୍ରାସି, ଅପ୍‌ନା କଣ୍ଟ୍ରି।

ଗଣମାଧ୍ୟମ ଜଗତର ବିଭିନ୍ନ ବ୍ୟକ୍ତିଙ୍କ ମଧ୍ୟରେ ସଞ୍ଜୟ ଗୁପ୍ତା, ଅରୁଣ ପୁରୀ, ରାହୁଲ ଯୋଷୀ, ରୁବିକା ଲିୟାକତ୍, ଅଞ୍ଜନା ଓମ୍‌ କାଶ୍ୟପ, ସୁଧୀର ଚୌଧୁରୀ, ରାହୁଲ କନ୍‌ୱାଲ ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କ ଟ୍ୱିଟର ହ୍ୟାଣ୍ଡଲର ନଥିବାରୁ ରିପବ୍ଲିକ୍‌ ହ୍ୟାଣ୍ଡଲରକୁ ଟ୍ୟାଗ୍‌ କରିଥିଲେ।


ବ୍ୟବସାୟୀଙ୍କ ମଧ୍ୟରେ ରତନ ଟାଟା, ଆନନ୍ଦ ମହିନ୍ଦ୍ରା ଏବଂ ଆଶିଷ ଚୌହାନ ଆଦିଙ୍କୁ ଟ୍ୟାଗ୍‌ କରି ସେ ଆହ୍ୱାନ କରିଥିଲେ। ବହୁତରୁ ବହୁତ ସଂଖ୍ୟାରେ ମତଦାତା ଭୋଟ୍‌ ଦିଅନ୍ତୁ ବୋଲି ସେ ଆହ୍ୱାନ କରିଥିଲେ।



from Odisha Reporter https://ift.tt/2F8d42c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages