ସମ୍ପର୍କ ସୁଧୁରିବା ପରିବର୍ତ୍ତେ ବିଗୁଡ଼ୁଛି କି? ଆସନ୍ତୁ ଜାଣିବା କିପରି ସଜାଡ଼ି ହେବ ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ସମ୍ପର୍କ ସୁଧୁରିବା ପରିବର୍ତ୍ତେ ବିଗୁଡ଼ୁଛି କି? ଆସନ୍ତୁ ଜାଣିବା କିପରି ସଜାଡ଼ି ହେବ ସମ୍ପର୍କ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ସବୁ ସୁଃଖଦୁଃଖରେ ପରସ୍ପରର ହାତ ଧରି ଚାଲିବାକୁ ଉଭୟ ସ୍ୱାମୀସ୍ତ୍ରୀ ଶପଥ ନେଇଥାନ୍ତି।  ବେଳେବେଳେ ପରିସ୍ଥିତି ଏପରି ଉପୁଜେ ଯେ, ପରସ୍ପରର ହାତ ଧରି ଚାଲିବାକୁ ନେଇଥିବା ଶପଥ  ହଠାତ୍‌ ପାଣି ଫୋଟକା ପରି ମିଳାଇଯାଏ।  ଗୋଟିଏ ଜନ୍ମ ବି ସାଙ୍ଗ ହୋଇ ଚାଲିବା କାଠିକର ପାଠ ହୋଇପଡ଼େ।  ଯାହାର ଶେଷ ପରିଣିତ ହୁଏ  ପରସ୍ପରଠୁ ଅଲଗା ହୋଇଯିବା।  ଏଥି ନିମନ୍ତେ ଉଭୟ ପରସ୍ପରକୁ ହିଁ ଦୋଷାରୋପ କରିଥାନ୍ତି। କେହି ବି ନିଜ ଦୋଷ ସ୍ୱୀକାର କରିବାକୁ ପ୍ରସ୍ତୁତ ହୋଇନଥାନ୍ତି।

ପରସ୍ପରଠୁ ଅଲଗା ହେବା କାହା ପାଇଁ ବି ସୁଖକର ହୋଇ ନଥାଏ। ହେଲେ ସମ୍ପର୍କରେ ଏପରି ବିଷ ମିଶିଥାଏ ଯେ, ଅଲଗା ନ ହେବା ଯାଏ ଉଭୟ ଶାନ୍ତିରେ ରହିପାରନ୍ତି ନାହିଁ।  ଏହି ସମୟରେ ବିଚ୍ଛେଦ ହିଁ ଏକମାତ୍ର ବାଟ ବୋଲି ସେମାନେ ସ୍ଥିର କରି ନେଇଥାନ୍ତି।  ହେଲେ ଏପରି ପରିସ୍ଥିତିରୁ ବଞ୍ଚିବା ପାଇଁ ବି ବାଟ ରହିଛି। ସମ୍ପର୍କରେ ମଧୁରତା ଭରିଲେ  ଆପଣ  ହସଖୁସିରେ ସାଥୀ ହୋଇ ଆପଣଙ୍କ ଜୀବନ କାଟି ପାରିବେ। ଆସନ୍ତୁ ଜାଣିବା ସମ୍ପର୍କକୁ ବିଗାଡ଼ିବା ପରିବର୍ତ୍ତେ ସୁଧାରିବା ଲାଗି କିଛି ଟିପ୍ସ।

ଅତୀତକୁ ଘାଣ୍ଟନ୍ତୁ ନାହିଁ।

ବେଳେବେଳେ ଦେଖାଯାଏ ଯେ, ବ୍ୟକ୍ତିର ଅତୀତର ପ୍ରଭାବ ତା’ର ବର୍ତ୍ତମାନ ଓ ଭବିଷ୍ୟତ ଉପରେ ପଡିଥାଏ।  ଏଥିପାଇଁ କାହାକୁ ଜୀବନସାଥୀ କରିବା ପୂର୍ବରୁ ତାଙ୍କ ଅତୀତ ସମ୍ପର୍କରେ ଜାଣିନେବା ଜରୁରୀ।  ଯଦି ଏହାପରେ ଆପଣଙ୍କୁ ସବୁ ଠିକ୍‌ ଲାଗିବ ତା ହେଲେ ଆଗକୁ ବଢିବା ଜରୁରୀ।  କିନ୍ତୁ ବିବାହ ପରେ ଯଦି ପାର୍ଟନରଙ୍କ ଅତୀତ ସମ୍ପର୍କରେ କିଛି ଜାଣିବାକୁ ପାଉଛନ୍ତି ତା ହେଲେ ତାକୁ ଯଥାସମ୍ଭବ ନଜର ଅନ୍ଦାଜ କରିବାକୁ ଚେଷ୍ଟା କରନ୍ତୁ। କାରଣ ବାରମ୍ୱାର କାହାକୁ ତାଙ୍କ ଅତୀତ ସମ୍ପର୍କରେ ଲାଞ୍ଛିତ କରିବା କାହାକୁ ବି ପସନ୍ଦ ଆସିବନି। ତେଣୁ ଏଥିରୁ ବିବାଦର ଆରମ୍ଭ ହେବା ସୁନିଶ୍ଚିତ। କାରଣ ଅତୀତରେ ସମସ୍ତେ କିଛି ନା କିଛି ଭୁଲ୍‌ କରିଥାନ୍ତି। ତାକୁ ଭୁଲି ଆଗକୁ ବଢିବା ହିଁ ବୁଦ୍ଧିମତାର ପରିଚୟ।

ପରସ୍ପରକୁ ଦୋଷାରୋପ କରିବା ବନ୍ଦ କରନ୍ତୁ

ପରସ୍ପର ଉପରେ କେବେ ଦୋଷ ଲଦିବାକୁ ଚେଷ୍ଟା କରନ୍ତୁ ନାହିଁ କି ତମ ଯୋଗୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।   ଏପରି ହେଲେ ସମ୍ପର୍କ ବିଗିଡ଼ିବା ଥୟ।  ଏପରି ପରିସ୍ଥିତିରେ ପଡ଼ିଲେ ବି  କୌଣସି ପ୍ରକାର ଅରୁଚିକର କିମ୍ୱା  ବିବାଦୀୟ ମନ୍ତବ୍ୟ ଦେବାରୁ ନିଜକୁ ବଞ୍ଚାନ୍ତୁ।

ଅର୍ଥ ବି ହୋଇପାରେ ବିଚ୍ଛେଦର କାରଣ

ବହୁ ସମୟରେ ଦେଖାଯାଏ ଟଙ୍କା ହିଁ ସମ୍ପର୍କକୁ ବିଗାଡି ଦିଏ। ଏଥିପାଇଁ ୨ ଜଣ ଆର୍ଥିକ ସ୍ତରରେ  ସମାସ୍କନ୍ଦ ରହିବା ଆବଶ୍ୟକ। ଜଣେ ଅଧିକା ଧନୀ ଓ ଅନ୍ୟ ଜଣେ ଅଧିକା ଗରୀବ ହେଲେ ବି ସମ୍ପର୍କ ବିଗିଡ଼ିବା ସୁନିଶ୍ଚିତ। ତେଣୁ ବିବାହ କଲାବେଳେ ସମାନ ଆର୍ଥିକ ଓ ସାମାଜିକ ସ୍ତରରୁ ଜୀବନସାଥୀ ଚୟନ କରିବାକୁ ଗୁରୁତ୍ୱ ଦିଅନ୍ତୁ।

କଥାବାର୍ତ୍ତାରେ ସମାଧାନ କରନ୍ତୁ ବିବାଦ

ଉଭୟଙ୍କ ମଧ୍ୟରେ ଯେତେ ବି ପରିସ୍ଥିତି ବିଗିଡ଼ି ଯାଉ, ହେଲେ କେବେ ବି କଥାବାର୍ତ୍ତା ବନ୍ଦ କରିବା ଉଚିତ ନୁହେଁ। ଏହାଦ୍ୱାରା ସମ୍ପର୍କରେ ସୁଧାର ଆସିବା ପରିବର୍ତ୍ତେ ବିଗିଡ଼ିଯିବ। ତେଣୁ ଯେତେବଡ ଗଣ୍ଡଗୋଳ ହେଲେ ବି ତାହାର ସମାଧାନ କଥାବାର୍ତ୍ତା ଜରିଆରେ କରିବାକୁ ଚେଷ୍ଟା କରନ୍ତୁ।



from Odisha Reporter https://ift.tt/2FM2EWb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages