‘ମନ୍ତ୍ରୀ ପ୍ରତାପ ଜେନା ପିସି ନେଉଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

‘ମନ୍ତ୍ରୀ ପ୍ରତାପ ଜେନା ପିସି ନେଉଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ତଥା କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରତାପ ଜେନା ‘ପିସି’ ବା ପର୍ସେଣ୍ଟେଜ୍ ନେଉଛନ୍ତି। ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପିସି ନଦେଲେ କାମ ହେଉନି। ବିଧାୟକ ଗରିବଙ୍କ କଥା କେବେ ଶୁଣନ୍ତି ନାହିଁ। ପ୍ରତାପ ଜେନାଙ୍କ ପରି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା।

ଗତକାଲି ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ବିକ୍ରମ ବର୍ମା କହିଛନ୍ତି- ଏଥର ପରିବର୍ତ୍ତନ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆଉଥରେ ଆସ୍ଥା ପ୍ରକଟ କରିବେ ବୋଲି ସେ ଆଶା ରଖିଛନ୍ତି।

ସେପଟେ ବିକ୍ରମ ବର୍ମାଙ୍କ ଅଭିଯୋଗକୁ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ମାହାଙ୍ଗା ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା କହିଛନ୍ତି, ପ୍ରତାପ ଜେନା ସବୁବେଳେ ପିସିକୁ ବିରୋଧ କରିଆସିଛନ୍ତି। ଆସନ୍ତା ନିର୍ବାଚନ ପାଇଁ ବିକ୍ରମ ବର୍ମା ଆଶାୟୀ ପ୍ରାର୍ଥୀ ଥିବାରୁ ଜାଣି ଜାଣି ଏଭଳି ଅଭିଯୋଗ ଆଣିଛନ୍ତି। ଏଥିରେ କିଛି ସତ୍ୟତା ନାହିଁ।



from Odisha Reporter https://ift.tt/2SNQkYK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages