ବିପଦ ଆସିବା ଆଗରୁ ମିଳିଥାଏ ଏହି ସବୁ ଅଶୁଭ ସଙ୍କେତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ବିପଦ ଆସିବା ଆଗରୁ ମିଳିଥାଏ ଏହି ସବୁ ଅଶୁଭ ସଙ୍କେତ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଶୁଭ ଓ ଅଶୁଭ ଦୁଇଟି ଯାକ ଘଟଣା ଘଟିଥାଏ। ହେଲେ ଆପଣ ଜାଣନ୍ତି କି, ଆମ ଜୀବନରେ ଘଟିବାକୁ ଥିବା କିଛି ଅଶୁଭ ଘଟଣା ପୂର୍ବରୁ କିଛି ସଙ୍କେତ ମିଳିଥାଏ। ତେବେ ଆସନ୍ତୁ ଆଜି କେତେକ ଅଶୁଭ ଶଙ୍କେତ ବିଷୟରେ ।

  • ଯଦି ହଠାତ୍‌ କୌଣସି କାରଣରୁ ଘଣ୍ଟା ବନ୍ଦ ହେବାକୁ ଲାଗେ, ଘଣ୍ଟାର କାଚ ଭାଙ୍ଗିବାକୁ ଲାଗେ, ଝରକାର କାଚରେ ଫଟା ଦାଗ ସୃଷ୍ଟି ହୁଏ ତେବେ ଜାଣିବେ ଯେ ଆପଣଙ୍କ ପରିବାର ପ୍ରତି କୌଣସି ଗମ୍ଭୀର ସଙ୍କଟ ମାଡ଼ି ଆସୁଛି।

  • ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ କ୍ଷୀର ଗରମ କରିବା ସମୟରେ ଯଦି ଏହା ଉତୁରୀ ବାହାରକୁ ଚାଲିଆସେ ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଶୁଭ ଖବର ମିଳିବ। ହେଲେ ଯଦି କ୍ଷୀର ଉତୁରୀ ପୁରା ତଳକୁ ନିଗିଡି ନିଆଁରେ ପୋଡ଼ିଯାଏ ତେବେ ଏହା ଅଶୁଭ ସଙ୍କେତ। ଆଗକୁ କିଛି ଅଶୁଭ ଘଟଣା ଘଟିବାକୁ ଯାଉଛି ବୋଲି ଜାଣି ସାବଧାନ ରୁହନ୍ତୁ।

  • ଯଦି ଆପଣଙ୍କ ରୋଷେଇ ଘରେ ଥିବା କାଚ ବାସନ ଲଗାତାର ଭାଙ୍ଗିବାକୁ ଲାଗେ ତେବେ ବୁଝିଯାଆନ୍ତୁ ଯେ, ଆପଣଙ୍କ ଉପରେ କୌଣସି ଏକ ବଡ଼ ଆର୍ଥିକ ସମସ୍ୟା ଆସିବ।

  • ଯଦି ଆପଣଙ୍କ ଘରେ କୌଣସି ଶୁଭ କାମରେ ବାରମ୍ବାର ବିଘ୍ନ ଆସେ, ତେବେ ବୁଝିଯାଆନ୍ତୁ ଯେ ଆସନ୍ତା ବର୍ଷରେ ଆପଣଙ୍କ ଉପରେ ବିପଦର କଳା ବାଦଲ ଛାଇଯିବ। ଏହାର ପ୍ରତିକାର ପାଇଁ କୌଣସି ବାସ୍ତୁବିତ୍‌ଙ୍କୁ ଯୋଗାଯୋଗ କରନ୍ତୁ।

  • ହଠାତ୍‌ ଯଦି କେବେ ଆପଣଙ୍କ ଘରର ଛାତ କିମ୍ବା ଅଗଣାରେ କୌଣସି ଜୀବର ହାଡ଼ ପଡ଼ିଥିବା ଦେଖିବାକୁ ମିଳେ, ତେବେ  ବୁଝିଯାଆନ୍ତୁ ଯେ, ଆପଣଙ୍କୁ କିଛି ଗୋଟେ ଖରାପ ସମାଚାର ଶୁଣିବାକୁ ମିଳିବ।

 

 

 

 

.



from Odisha Reporter https://ift.tt/2UjgZ16

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages