ଭୋଟ ପୂର୍ବରୁ ନବୀନଙ୍କ ମହିଳା ଥୋପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଭୋଟ ପୂର୍ବରୁ ନବୀନଙ୍କ ମହିଳା ଥୋପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟ ବ୍ୟାଙ୍କକୁ ଆକର୍ଷିତ କରିବାକୁ ନବୀନ ପକାଇଛନ୍ତି ଥୋପ।  ଆସନ୍ତା ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ଆସନରେ ମହିଳା ପ୍ରାର୍ଥୀ ଦେବ ବିଜେଡି। କେନ୍ଦ୍ରାପଡ଼ାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ମହିଳା ସଶକ୍ତିକରଣ ନେଇ ଜାତୀୟ ଦଳମାନେ ଯାହା କହୁଛନ୍ତି, ତାହା ପାଳନ କରନ୍ତୁ ବୋଲି ନବୀନ ଆହ୍ୱାନ ଦେଇଛନ୍ତି । ସେପଟେ ଠିକ୍  ନିର୍ବାଚନ ପୂର୍ବରୁ ଏ ଘୋଷଣାକୁ ବିଜେପି ପ୍ରବଞ୍ଚନା କହିଥିବା ବେଳେ ଓ କଂଗ୍ରେସ ବି ତୀବ୍ର ସମାଲୋଚନା କରିଛି।

ନିର୍ବାଚନ ପୂର୍ବରୁ ବିଜେଡିର ଏହା ଏକ ରଣନୀତି ବୋଲି କୁହାଯାଉଛି। ନାରୀ ସଶକ୍ତିକରଣ ବାହାନାରେ ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବଡ଼ ଘୋଷଣା ଦଳକୁ କି ଫାଇଦା ଦେବ ଦେଖିବାକୁ ରହିଲା। ଏଥର ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ ବିଜେଡି। ଅର୍ଥାତ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେଡି ୭ଟିରେ ମହିଳା ପ୍ରାର୍ଥୀଦେବ।

ପୂର୍ବରୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ଗତବର୍ଷ ବିଧାନସଭାରେ ଏକ ସଂକଳ୍ପ ପାରିତ କରିବା ସହ ଏ ପ୍ରସଙ୍ଗରେ ସମର୍ଥନ ଯୋଗାଡ଼ ଲାଗି ନବୀନ ସମସ୍ତ ଜାତୀୟ ଦଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରସ୍ତାବ ବି ପଠାଇଥିଲେ।

ହେଲେ ଲୋକସଭା ପରି ବିଧାନସଭା ଲାଗି ସମାନ ଘୋଷଣା କରି ନାହାନ୍ତି ନବୀନ। ୪୯ ଜଣ ମହିଳାଙ୍କୁ ପ୍ରାର୍ଥୀ କଲେ ବହୁ ସଂଖ୍ୟଙ୍କ ଆଶାୟୀଙ୍କ ଟିକଟ କାଟିବାକୁ ପଡିବ। ସେ ଦୃଷ୍ଟିରୁ ହୁଏତ ଦଳ ସୁପ୍ରିମୋ ରିସ୍କ ନେବାକୁ ଚାହିଁଲେ ନାହିଁ ବୋଲି ଚର୍ଚ୍ଚା ହେଉଛି। ହେଲେ ଏହା ଦଳ ପାଇଁ ବୁମେରାଂ ହେବ ବୋଲି ବିଜେପି କହିଛି। ମହିଳା ସଶକ୍ତିକରଣ ନାରା ପ୍ରବଞ୍ଚନା ବୋଲି କହିଛି କଂଗ୍ରେସ।

ରାଜ୍ୟରେ ପାଖାପାଖି ୫୦ ପ୍ରତିଶତ ଭୋଟର ହେଉଛନ୍ତି ମହିଳା। ତେଣୁ ଲୋକସଭାରେ ୩୩ ପ୍ରତିଶତ ଆସନ ଦେବାକୁ ଘୋଷଣା କରି ଏକ ବଡ଼ ଭୋଟ୍ ବ୍ୟାଙ୍କକୁ ଖୁସ୍ କରିବାକୁ ବିଜେଡି ଉଦ୍ୟମ କରିଛି । ଅନ୍ୟପଟେ ପିପିଲି, କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ଓ ରାଜ୍ୟରେ ପ୍ରତ୍ୟେକ ଦିନ ବଢୁଥିବା ନାବାଳିକା ଦୁଷ୍କର୍ମର କଳଙ୍କ ଭିତରେ ବିଜେଡିର ଏ ଫନ୍ଦି କେତେ କାମ ଦେବ ତାହା ଦେଖିବାକୁ ରହିଲା।



from Odisha Reporter https://ift.tt/2TI1Auj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages