ପାକିସ୍ତାନ ନାମରେ ଲଜ୍ଜାଜନକ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ପାକିସ୍ତାନ ନାମରେ ଲଜ୍ଜାଜନକ ରେକର୍ଡ

ଆବୁଧାବି: ବିଶ୍ୱକପ୍କୁ ଆଉ କିଛି ମାସ ବାକି ଅଛି ଏବଂ ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଇମାଦ ୱାସିମଙ୍କ ନେତୃତ୍ୱାଧୀନ ପାକିସ୍ତାନ କ୍ରିକେଟ ଟିମକୁ ଅଷ୍ଟ୍ରେଲିଆ ବିପକ୍ଷ ଚାଲିଥିବା ପାଞ୍ଚମ୍ୟାଚ ବିଶିଷ୍ଟ ସିରିଜରେ ଲଗାତାର ଚତୁର୍ଥ ମ୍ୟାଚରେ ହାରିବାକୁ ପଡ଼ିଛି।

ଚତୁର୍ଥ ଦିନିକିଆରେ ହାରିବା ପାକିସ୍ତାନ ପାଇଁ ଅଧିକ ନୈରାଶ୍ୟଜନକ ଥିଲା, କାରଣ ଏଥିସହ ଟିମ୍ ନାମରେ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି। ପାକିସ୍ତାନ ପ୍ରଥମ ଟିମ୍, ଯାହାର ଦୁଇଜଣ ବ୍ୟାଟ୍ସମ୍ୟାନ ଶତକ ମାରିବା ସତ୍ତେ୍ୱ ସେମାନେ ୨୮୦ ରନର ଲକ୍ଷ୍ୟ ହାସଲ କରିପାରିଲେ ନାହିଁ।

ଏହି ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ ହରାଇ ୨୭୭ ରନ କରିଥିଲା। ଭ୍ରମଣକାରୀ ଦଳ ପକ୍ଷରୁ ଗ୍ଲେନ୍ ମ୍ୟାକ୍ସୱେଲ ସର୍ବାଧିକ ୯୮ (୮୨ ବଲ, ୯ ଚୌକା , ୩ ଛକା) ରନ୍ କରିଥିବା ବେଳେ ଉସମାନ ଖ୍ୱାଜା ୬୨, ଆଲେକ୍ସ କ୍ୟାରି ୫୫ ଓ ଅଧିନାୟକ ଆରୋନ୍ ଫିଞ୍ଚ୍ ୩୯ ରନ୍ କରିଥିଲେ।

ପାକିସ୍ତାନ ପକ୍ଷରୁ ମହମ୍ମଦ ହନନୈନ୍, ଇମାଦ ୱାସିମ ଓ ୟାସିର ଶାହ ୨ଟି ଲେଖାଏ ୱିକେଟ ହାସଲ କରିଥିଲେ । ଜବାବରେ ପାକିସ୍ତାନ ଏକ ସମୟରେ ୨ ୱିକେଟରେ ୨୧୮ ରନ୍ କରି ମଜଭୁତ ସ୍ଥିତିରେ ଥିଲା। କିନ୍ତୁ ଏହା ପରେ ଲଗାତାର ୱିକେଟ ପତନ କାରଣରୁ ଘରୋଇ ଟିମ୍ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୭୧ ରନ କରିବାକୁ ସକ୍ଷମ ହୋଇଥିଲା।

ଫଳରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୬ ରନରେ ଜିତି ସିରିଜରେ ୪-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି। ପାକିସ୍ତାନ ପକ୍ଷରୁ ଆବିଦ୍ ଅଲୀ (୧୧୨) ଓ ମହମ୍ମଦ ରିଜୱାନ୍ (୧୦୪) ଶତକ ମାରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିନଥିଲେ।

ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୪୪ ରନର ପାର୍ଟନରଶିପ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନେଥନ କୁଲ୍ଟର-ନାଇଲ୍ ୩ଟି ଓ ମାର୍କସ ଷ୍ଟୋଇନିସ୍ ୨ଟି ୱିକେଟ୍ ନେଇଥିଲେ। ଦମଦାର ବ୍ୟାଟିଂ ପାଇଁ ଗ୍ଲେନ୍ ମ୍ୟାକ୍ସୱେଲ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।



from Odisha Reporter https://ift.tt/2Uq0jIU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages