କହ୍ନେୟା କୁମାରଙ୍କ ନାମରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

କହ୍ନେୟା କୁମାରଙ୍କ ନାମରେ ମାମଲା

କିଶନଗଞ୍ଜ: ପୂର୍ବରୁ ଦେଶ ବିରୋଧୀ ସ୍ଲୋଗାନ ଅଭିଯୋଗରେ ଚର୍ଚ୍ଚାକୁ ଆସିଥିବା ପୂର୍ବତନ ଜେଏନ୍‌ୟୁ ଛାତ୍ର ସଂଘ ସଭାପତି କହ୍ନେୟା କୁମାରଙ୍କ ନାମରେ ମାମଲା ରୁଜୁ ହୋଇଛି। ଏଥର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଥିବା ସୂଚନା ମିଳିଛି।

ଭାରତୀୟ ଜନତା ପାର୍ଟି ସଂଖ୍ୟା ଲଘୁ ସେଲର ବିହାର ସଭାପତି ଟିଟୁ ବଡ୍‌ୱାଲ ଚିଫ୍‌ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ କୋର୍ଟରେ ଏକ ପିଟିସନ୍‌ ଦାୟର କରି ଏହି ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗରେ ସେ ଦର୍ଶାଇଥିଲେ, ସୋମବାର ଦିନ କହ୍ନେୟା ଅଞ୍ଜୁମାନ ଇସଲାମିଆ ହଲ୍‌ଠାରେ ଅତ୍ୟନ୍ତ ନିମ୍ନ ରୁଚିର ମନ୍ତବ୍ୟ ଦେଇଥିଲେ।

କୋର୍ଟରେ ରୁଜୁ ହୋଇଥିବା ଏହି ମାମଲା ଖୁବ୍‌ ଶୀଘ୍ର ଶୁଣାଣି ହେବାର ଅଛି। ସିପିଆଇ ଟିକେଟ୍‌ରେ ବିହାରର ବେଗୁସରାଇ ଲୋକସଭା ଆସନରୁ ଲଢ଼ିବାକୁ ଥିବା ଏହି ଛାତ୍ର ନେତା ଏକ ଦଳୀୟ ସଭାରେ ମୋଦିଙ୍କ ବିରୋଧରେଆପତ୍ତିଜନକ ଟିପ୍ପଣୀ ସହ ଏହି ବିବାଦୀୟ ଭାଷଣ ଦେଇଥିଲେ



from Odisha Reporter https://ift.tt/2VJa2a8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages