ମୁମ୍ବାଇ ଓଭରବ୍ରିଜ ଟ୍ରାଜେଡି: ବିଏମସି ଓ ରେଲୱେ ବିରୋଧରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ମୁମ୍ବାଇ ଓଭରବ୍ରିଜ ଟ୍ରାଜେଡି: ବିଏମସି ଓ ରେଲୱେ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ମୁମ୍ବାଇରେ ଏକ ଫୁଟ ଓଭରବ୍ରିଜ ଭୁଶୁଡିବା ଘଟଣାରେ ମୁମ୍ବାଇ ପୋଲିସ ବିଏମସି ଓ ରେଲୱେ ବିରୋଧରେ ମାମଲା ରୁଜୁ କରିଛି। ବ୍ରିଜ ଅସୁରକ୍ଷିତ ଅବସ୍ଥାରେ ଥିବା ବେଳେ ଉଭୟ ବିଏମସି ଏବଂ ରେଳ ଅଧିକାରୀ ଆବଶ୍ୟକ ମରାମତି କରିବାରେ ଅବହେଳା କରିଥିବା ଦର୍ଶାଇ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି।

ଭାରତୀୟ ପିଙ୍ଗଳ କୋର୍ଟ ଧାରା ୩୦୪(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଆଗକୁ ତଦନ୍ତରେ ଅଧିକ କିଛି ପ୍ରମାଣ ମିଳେ ତାହେଲେ ଆବଶ୍ୟକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଏଣ୍ଟ ପୋଲିସ କମିଶନର ଦେବେନ ଭାରତୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ୍ ଟର୍ମିନସ୍‌ (ସିଏସଟି) ରେଲୱେ ଷ୍ଟେସନ୍ ନିକଟରେ ଥିବା ଫୁଟ୍ ଓଭରବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ହସ୍ପିଟାଲ ଓ୍ଵାର୍ଡରେ ପ୍ରାୟ ୧୦ ଜଣ ଚିକିତ୍ସିତ ହେଉଛନ୍ତି। ଜଣେ ଆଇସିୟୁରେ ଥିବାବେଳେ ଅନ୍ୟ ସମସ୍ତେ ବିପଦମୁକ୍ତ ଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ସକାଳେ ଆହତଙ୍କୁ ଭେଟିବା ପରେ କହିଛନ୍ତି।

ବ୍ରିଜ୍‌ଟି ୧୯୮୮ ମସିହାରେ ନିର୍ମାଣ କରାଯାଇଥିଲା। ଦୈନିକ ଏହା ଉପରେ ୧.୫ରୁ ୨ ଲକ୍ଷ ଲୋକ ଯିବାଆସିବା କରୁଥିବା ଜଣାପଡ଼ିଛି। ନିକଟରେ ବ୍ରିଜ୍‌ର ସ୍ଥାୟିତ୍ୱ ନେଇ ଏକ ଅଡିଟ୍ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏଥିରେ ବ୍ରିଜ୍‌ଟି ଠିକ୍ ଥିବା ଦର୍ଶାଯାଇଥିଲା। ହେଲେ ବ୍ରିଜ ଭୁଶୁଡିପଡ଼ିଥିବାରୁ ସେହି ଅଡିଟ୍‌ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ ପାଇଛି।

ଅପରପକ୍ଷରେ ପୋଲ ଦୁର୍ବଳ ଥିବାରୁ ଏହାର ମରାମତି କାର୍ଯ୍ୟ ଚାଲିଥିଲା ତେଣୁ ସମ୍ପୂର୍ଣ୍ଣ ମରାମତି ନ ସରିବା ଯାଏ ଯାତ୍ରୀଙ୍କ ଯିବାଆସିବାରେ କାହିଁକି କଟକଣା ଲଗାଯାଇନଥିଲା ବୋଲି ମହାରାଷ୍ଟ୍ରର ବରିଷ୍ଠ ମନ୍ତ୍ରୀ ବିନୋଦ ତାଵଡ଼େ ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2O3wVCm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages