ବିନା ଏଟିଏମରେ ଏସବିଆଇରୁ ଟଙ୍କା ଉଠାନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ବିନା ଏଟିଏମରେ ଏସବିଆଇରୁ ଟଙ୍କା ଉଠାନ୍ତୁ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଆରମ୍ଭ କରିଛି ବିନା ଏଟିଏମ କାର୍ଡରେ ଏଟିଏମରୁ ଟଙ୍କା ଉଠାଇବା ବ୍ୟବସ୍ଥା। ଯାହାର ନାମ ରହିଛି, ୟୋନା କ୍ଯାସ ଏବଂ ଯେଉଁଠି ଏହି ସେବା ଉପଲବ୍ଧ ହେବ ତାର ନାମ ୟୋନୋ କ୍ୟାଶ ପଏଣ୍ଟ ରଖିଛି ଏସବିଆଇ।

ପ୍ରଥମେ ୟୋନୋ ଆପଲିକେସନ ମୋବାଇଲରେ ଇନଷ୍ଟଲ କରି ନିଜର ଏସବିଆଇ ଆକାଉଣ୍ଟ ନମ୍ବର ପଞ୍ଜିକୃତ କରିବା ପରେ ଏକ ୬ ଅଙ୍କ ବିଶିଷ୍ଟ ପିନ କୋଡ ସେଭ କରିବା ପାଇଁ ହେବ । ଏହାପରେ ୟୋନୋ କ୍ୟାଶ ପଏଣ୍ଟରେ ଉକ୍ତ ୬ ଡିଜିଟି ପିନକୁ ବ୍ୟବହାର କଲେ ଵ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ି ହୋଇଥିବା ମୋବାଇଲ ନମ୍ବରକୁ ମେସେଜ ଆସିବ। ଯାହାକୁ ୟୋନୋ କ୍ୟାଶ ପଏଣ୍ଟରେ ବ୍ୟବହାର କଲେ ଆବଶ୍ୟକତା ଅନୁଯାୟୀ ଟଙ୍କା ବାହାର କରିହେବ।

ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାର କହିଛନ୍ତି ଡେବିଟ କାର୍ଡ ବଦଳରେ ଏହି ୟୋନୋ ଆପ୍ଲିକେସନ ଆଗାମୀ ଦିନରେ ଲୋକଙ୍କ ପାଖରେ ଆଦୃତ ହେବ। ଯଦି କେହି ସାଙ୍ଗରେ ଡେବିଟ କାର୍ଡ ଆଣିନଥାନ୍ତି, ତାହେଲେ ଏହି ଆପ୍ ଜରିଆରେ ଏଟିଏମରୁ ଟଙ୍କା ବାହାର କରିବା ପାଇଁ ବ୍ୟାଙ୍କ ଏହି ସେବା ଆରମ୍ଭ କରିଥିବା ସେ କହିଛନ୍ତି।

ସାରା ଦେଶରେ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ଦ୍ରୁତ ଗତିରେ ବଢ଼ିଚାଲିଛି। ବିସିଜି ଗୁଗୁଲର ଏକ ରିପୋର୍ଟ ଅନୁଯାୟୀ ଭାରତରେ ଏକ ବିଲିଅନ ମୋବାଇଲ ଫୋନ ଡିଜିଟାଲ ବ୍ୟାଙ୍କ ସହ ଯୋଡ଼ି ହୋଇସାରିଛି। ୨୦୨୦ ସୁଦ୍ଧା ୫୨୦ ମିଲିଅନ ଡିଜିଟାଲ ବ୍ୟାଙ୍କ ଗ୍ରାହକ ହେବେ ବୋଲି ଆକଳନ କରାଯାଇଛି।

ସୂଚନାଯୋଗ୍ୟ, ଏସବିଆଇ ପୂର୍ବରୁ ଦେଶର କିଛି ଘରୋଇ ବ୍ୟାଙ୍କ ବିନା ଏଟିଏମ କାର୍ଡରେ ଏଟିଏମରୁ ଟଙ୍କା ଉଠାଇବା ସେବା ଆରମ୍ଭ କରିସାରିଛନ୍ତି।



from Odisha Reporter https://ift.tt/2Cl4awz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages