ଜୋରଦାର ହୋଇପାରେ ବାପା-ଝିଅ ଲଢେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଜୋରଦାର ହୋଇପାରେ ବାପା-ଝିଅ ଲଢେଇ

ରାଉରକେଲା(ପବନ ତିୱାରୀ )ସୁନ୍ଦରଗଡ ଜିଲ୍ଲାରେ ନିର୍ବାଚନ ତାତି  ଥିରେ ଥିରେ ବଢ଼ିବାରେ ଲାଗିଲାଣି । ଭୋଟରଙ୍କଠାରୁ ଆରମ୍ଭ କରି କର୍ମୀ, ନେତା ତଥା କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କ ହାଟବିଟ୍ ବଢ଼େଇ ଦେଇଛି ଏ ତାତି । ଏହି ତାତିରୁ ରକ୍ଷା ପାଇବା ପାଇଁ ନବୀନ ନିବାସ ଠାରୁ ଦିଲ୍ଲୀ ଦରବାର ଯାଏଁ ଲାଗି ରହିଛି ନେତାଙ୍କ ଦୌଡ । ନିଜ ନିଜ ଦଳର ମୁଖିଆଙ୍କୁ ଆକୃଷ୍ଟ କରି କେମିତି ଟିକେଟ ଖଣ୍ଡେ ମିଳିବ ସେନେଇ ଦିନରାତି ଏକ କରି ଦେଲେଣି ନେତାଏ ।

କେମିତି ଥିଲା ସ୍ଥିତି   
୨୦୧୪ ମସିହାରେ ଏ ଜିଲ୍ଲାରୁ ଜଣେ ଟାଣୁ‌ଆ ‌ଆଦିବାସୀ ନେତା ଜୁଏଲ ଓରାମଙ୍କୁ ଜିତାଇ ଲୋକସଭାକୁ ପଠାଇଥିଲେ ଏଠାକାର ଜନତା ଜନାର୍ଦ୍ଦନ। ସେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ପଦ ମଧ୍ୟ ପାଇଲେ । ୧୯୯୮,୧୯୯୯ , ୨୦୦୪ ଓ ୨୦୧୪ ମସିହାରେ ବିଜେପି ଟିକେଟରେ ସେ ସାଂସଦ ହୋଇଛନ୍ତି । ଚଳିତ ଥର କିନ୍ତୁ ତାଙ୍କ ପାଇଁ  ଏ ନିର୍ବାଚନ ବହୁତ କଷ୍ଟକର ହୋଇପଡ଼ିବ ବୋଲି ଅନୁମାନ କରାଯାଉଛି ।

କାରଣ ଜୁଏଲଙ୍କ ପାଇଁ  ବଡ ଚାଲେଞ୍ଜ ହେଉଛନ୍ତି ଆଉ ଜଣେ ଆଦିବାସୀ ନେତା ଜର୍ଜ୍ଜ ତିର୍କୀ । ଜର୍ଜ୍ଜ ଏବେ ସମତାକ୍ରାନ୍ତି ଦଳ ଛାଡ଼ି କଂଗ୍ରେସରେ ଯୋଗ  ଦେଇଛନ୍ତି । ଦିଲ୍ଲୀରେ ଚର୍ଚ୍ଚା ହେଉଛି ଜର୍ଜ୍ଜ ସୁନ୍ଦରଗଡ ଜିଲ୍ଲା ପାଇଁ କଂଗ୍ରେସ ଟିକେଟରେ ଲୋକସଭା ଆସନରୁ ଲଢ଼ିପାରନ୍ତି । ଯଦି ଜର୍ଜ୍ଜ କଂଗ୍ରେସରୁ ଲଢ଼ନ୍ତି ତେବେ ଜୁଏଲଙ୍କ ସହ ତାଙ୍କର ଲଢେଇ ଜୋରଦାର ହେବ। ଜର୍ଜ୍ଜ ପୂର୍ବରୁ ଚାରିଥର ବୀରମିତ୍ରପୁରରୁ ବିଧାୟକ ହୋଇଛନ୍ତି ।

ଗତ ନିର୍ବାଚନରେ ହକି ତାରକା ଦିଲୀପ ତିର୍କୀ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ସେ ଜୁଏଲଙ୍କ ଠାରୁ  ପ୍ରାୟ ୨୦ ହଜାରରୁ କମ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । କିନ୍ତୁ ସୁନ୍ଦରଗଡ ଜିଲ୍ଲାର ଇତିହାସ କହୁଛି ୧୯୫୨ଠାରୁ ୨୦୧୪ ମସିହା ଯାଏଁ ୭ ଥର କଂଗ୍ରେସ ଏ ମାଟିର ତାର ବିଜୟ ପତାକା ଉଡ଼ଇବାରେ ସଫଳ ହୋଇଛି । ଚାରି ଥର ବିଜେପି ସଫଳ ହୋଇଛି । ଆଜି ଯାଏ ବିଜେଡି ହାତକୁ ଏ ସଂସଦୀୟ କ୍ଷେତ୍ର ଯାଇ ପାରିନାହିଁ ।

 ବିଜେଡି: ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଆସନରେ ମହିଳା ପ୍ରାର୍ଥୀ ଦେଇଛି ବିଜେଡ଼ି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ହେମାନନ୍ଦଙ୍କୁ ଯଦି କଂଗ୍ରେସରୁ ଟିକେଟ ମିଳେ ତେବେ ବାପ-ଝିଅ ମଧ୍ୟରେ କଡା ଟକ୍କର ଦେଖିବ ଏ ମାଟି ।   ବାପା ପୁରୁଖା ଖେଳାଳି ତ ଝିଅ ରାଜନିତୀରେ ନୂଆ ମୁହଁ। ତେଣୁ ନୂଆ-ପୁରୁଣା ଭିତରେ ମ୍ୟାଚ୍ ରୋଚକ ହେବ।  ଆଉ ଯଦି ସୁନୀତା ଏ ହାଇଭୋଲ୍‌ଟେଜ ମ୍ୟାଚରେ ବିଜୟୀ ହୁଅନ୍ତି ତେବେ ଇତିହାସ ସୃଷ୍ଟି କରିବେ । କାରଣ ଆଜି ଯାଏ ବିଜେଡି ଏ ଜିଲ୍ଲାରେ ଖାତା ଖୋଲିପାରିନି । ତେବେ ସୁନୀତା କଣ ଏ ଯୁଦ୍ଧରେ ବିଜୟୀ ହୋଇ ନବୀନଙ୍କ ଇମେଜକୁ ଜିଲ୍ଲାରେ ରଖିପାରିବେ ?

ଅନ୍ୟପକ୍ଷେ ସୁନୀତାଙ୍କ ନାଁ ଘୋଷଣା ହେବା ପରେ ବିଜେଡି ଟିକଟ ଆଶାରେ ଥିବା ସନ୍ତୋଷ ଅମାତ, ହକି ତାରକା ଦିଲୀପ ତିର୍କୀ, ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନଙ୍କ ଆଶା ମଉଳି ଯାଇଛି।

 ବିଜେପି: ବିଜେପିରୁ ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି ଜୁଏଲ ଓରାମ । ତାଙ୍କୁ ଦଳରେ କିଛି ଲୋକ ବିରୋଧ କରିବା ସହିତ ନୂଆ ପ୍ରାର୍ଥୀ ଦେବା ପାଇଁ ଜୋର କରୁଥିବା ଶୁଣିବାକୁ ମିଳୁଛି। କିନ୍ତୁ ସେ ଯେହେତୁ ରାଜ୍ୟର ଜଣେ ମାତ୍ର ବିଜେପି ସାଂସଦ ତେଣୁ ଦଳ ଚଳିତ ଥର ମଧ୍ୟ ତାଙ୍କୁ ହିଁ ପ୍ରାର୍ଥୀ କରିବ ବୋଲି ଜଣା ପଡ଼ିଛି ।

କଂଗ୍ରେସ: କଂଗ୍ରେସ ତାଲିକାର ମୁଖ୍ୟସ୍ଥାନରେ ଅଛନ୍ତି ଜର୍ଜ୍ଜ ତିର୍କୀ, ହେମାନନ୍ଦ ବିଶ୍ୱାଳ, ପ୍ରଫୁଲ ମାଝୀ। ତିନିଜଣ ଯାକ ରାଜନୀତିରେ ଅଭିଜ୍ଞ ଏବଂ ଏଠିକା ଭୋଟରଙ୍କ ପାଖରେ ବେଶ୍‌ ଜଣାଶୁଣ।

ତେବେ ଆଉ କେଇ ଘଣ୍ଟା ପରେ କଂଗ୍ରେସ, ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବେ ଆଉ ତା ପରେ ଏ ସମସ୍ତ ଚର୍ଚ୍ଚା ଉପରୁ ପରଦା ହଟିଯିବ ।



from Odisha Reporter https://ift.tt/2Y7ikKI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages