ଚେପକରେ ମାହିଙ୍କୁ ଅଭୁତପୂର୍ବ ସ୍ୱାଗତ, ‘ଧୋନି’ ‘ଧୋନି’ରେ କମ୍ପିଲା ଷ୍ଟାଡିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଚେପକରେ ମାହିଙ୍କୁ ଅଭୁତପୂର୍ବ ସ୍ୱାଗତ, ‘ଧୋନି’ ‘ଧୋନି’ରେ କମ୍ପିଲା ଷ୍ଟାଡିୟମ

ଚେନ୍ନାଇ: କ୍ରିକେଟରେ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ହିଁ ଯଥେଷ୍ଟ। ଧୋନି ଯୁଆଡେ ଯାଆନ୍ତି, ତାଙ୍କ ପଛେ ପଛେ ପ୍ରଶଂସକ ପାଗଳପରି ଦୌଡ଼ନ୍ତି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚେନ୍ନାଇର ଚେପକ୍ ଷ୍ଟାଡିୟମରେ। ରବିବାର ରାତିରେ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ୍ ଷ୍ଟାଡିୟମରେ ଅଭ୍ୟାସ କରିଥିଲା। ନିଜର ପ୍ରିୟ ଷ୍ଟାର ଧୋନିଙ୍କ ଟିକିଏ ଝଲକ ପାଇବା ପାଇଁ ରବିବାର ୧୦ହଜାରରୁ ଊର୍ଦ୍ଧ୍ବ ସମର୍ଥକ ଆସି ପହଞ୍ଚିଥିଲେ।

ଧୋନି ଯେତେବେଳେ ନିଜ କିଟ୍ ଧରି ପଡ଼ିଆ ଭିତରକୁ ଅଭ୍ୟାସ କରିବାକୁ ଆସିଲେ, ହଠାତ୍ ସେଠାରେ ଉପସ୍ଥିତ ହଜାର ହଜାର ଦର୍ଶକ ଜୋରରେ ଚିତ୍କାର କରି ଉଠିଥିଲେ। ସମସ୍ତେ ଧୋନିଙ୍କୁ ଚିୟର କରି ‘ଧୋନି’ ‘ଧୋନି’ ‘ଧୋନି’ ଧ୍ୱନି ଗୁଞ୍ଜରଣ କରିଥିଲେ। ତେବେ ଏହି ଦୃଶ୍ୟ ଦେଖିବା ଯୋଗ୍ୟ ଥିଲା। ଏଭଳି ଦୃଶ୍ୟ ହୁଏତ ଆମକୁ ଅନ୍ତର୍ଜାତୀୟ ମ୍ୟାଚରେ ଦେଖିବାକୁ ମିଳିଥାଏ। ସିଏସକେ ତା’ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଛି। ତେବେ ଧୋନିଙ୍କ ପ୍ରତି ଲୋକଙ୍କ ଏଭଳି ଭଲପାଇବା ଦେଖି କିଛି ପୂର୍ବତନ କ୍ରିକେଟର ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି। ଚେନ୍ନାଇର ପୂର୍ବତନ ଖେଳାଳି ସ୍କଟ୍ ଷ୍ଟାଇରିସ ଓ ଆଲ୍ବି ମର୍କେଲ୍ ଟ୍ୱିଟର ଜରିଆରେ ଏହାର ପ୍ରତିକ୍ରିୟା ଦେଇଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2TehgkS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages