ଅସନ୍ତୋଷ ପ୍ରକାଶ କଲେ ଗିରିରାଜ, ଲଢ଼ିବେନି ନିର୍ବାଚନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଅସନ୍ତୋଷ ପ୍ରକାଶ କଲେ ଗିରିରାଜ, ଲଢ଼ିବେନି ନିର୍ବାଚନ !

ପାଟଣା: ବିହାରରେ ଏନଡିଏ ପ୍ରାର୍ଥୀତାଲିକା ଘୋଷଣା କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ବେଗୁସରାଇ ଲୋକସଭା ଆସନରୁ ଗିରିରାଜ ଲଢ଼ିବେ ବୋଲି ଏନଡିଏ ନିଷ୍ପତ୍ତି ନେଇଛି। ତେବେ ନିଜ ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ଆଗାମୀ ଦିନରେ ସେ ନିର୍ବାଚନ ଲଢ଼ି ନପାରନ୍ତି ବୋଲି ସଙ୍କେତ ଦେଇଛନ୍ତି। ତେବେ ଦଳ ତାଙ୍କୁ କାହିଁକି ଅରରିଆ ଆସନରୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଲାନି ବୋଲି ସେ ପ୍ରଶ୍ନ କରିଛନ୍ତି।

୨୦୧୪ରେ ଗିରିରାଜ ନୱାଦା ଆସନରୁ ଲଢ଼ି ସଂସଦକୁ ଯାଇଥିଲେ। ତେବେ ବିହାରରେ ମେଣ୍ଟ ହୋଇଥିବାରୁ ଏବେ ସେହି ଆସନରେ ଲୋକଜନଶକ୍ତି ପାର୍ଟି(ଏଲଜେପି) ଲଢ଼ିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବତନ ଜେଏନୟୁ ସଭାପତି କହ୍ନେୟା କୁମାର ସିପିଆଇରୁ ବେଗୁସରାଇ ଆସନରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯେହେତୁ କହ୍ନେୟା କୁମାରଙ୍କ ପଛରେ ମହାମେଣ୍ଟର ସମର୍ଥନ ରହିଛି ଏବଂ ସେ ଅଞ୍ଚଳରେ ଭୁମିଆର ଜାତିର ଲୋକଙ୍କ ସଂଖ୍ୟା ଅଧିକ ତେଣୁ ଗିରିରାଜ ଏହି ଆସନକୁ ସୁରକ୍ଷିତ ମନେକରୁନାହାନ୍ତି।

ଗତ ସପ୍ତାହରେ ନୱାଦା ଲୋକସଭା ଆସନରୁ ଗିରିରାଜ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ। ନହେଲେ ନିର୍ବାଚନ ଲଢ଼ିବେନି ବୋଲି ମଧ୍ୟ କହିଥିଲେ। ବିହାରରେ ଏନଡିଏରେ ଜେଡି଼ୟୁ, ବିଜେପି ଓ ଏଲଜେପି ସାମିଲ ଅଛନ୍ତି। ଜେଡିୟୁ ୧୭ଟି, ବିଜେପି ୧୭ଟି ଏବଂ ୬ଟି ଆସନରେ ଏଲଜେପି ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନିଆଯାଇଛି। ଗିରିରାଜଙ୍କ ପ୍ରତିକ୍ରିୟା ପରେ ଏଲଜେପି ନେତା ଚିରାଗ ପାଶୱାନ କହିଛନ୍ତି ସେ ଗିରିରାଜଙ୍କ ପାଖକୁ ଯିବେ ଦରକାର ପଡ଼ିଲେ ସେ ସମସ୍ଯାର ସମାଧାନ କରିବା ପାଇଁ ଚେଷ୍ଟା କରିବେ।



from Odisha Reporter https://ift.tt/2TftZ6O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages