ନିଖୋଜ ଭାରତୀୟଙ୍କ ସନ୍ଧାନରେ ଭାରତୀୟ ଦୂତାବାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ନିଖୋଜ ଭାରତୀୟଙ୍କ ସନ୍ଧାନରେ ଭାରତୀୟ ଦୂତାବାସ

କ୍ରାଏଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ନରସଂହାରରେ ନିଖୋଜ ଭାରତୀୟଙ୍କୁ ଖୋଜିବା ପାଇଁ ସେଠାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଉଥିବା କୁହାଯାଇଛି। ଏହି ଘଟଣାରେ ବର୍ତ୍ତମାନ ମଧ୍ୟ ୭ ଜଣ ପ୍ରବାସୀ ଭାରତୀୟ ଏବଂ ୨ ଜଣ ଭାରତୀୟ ବଂଶୋଦ୍ଭବ ନିଖୋଜ ଅଛନ୍ତି।

ଅନ୍ୟପକ୍ଷରେ, ୨ ଜଣ ଭାରତୀୟଙ୍କର ଚିକିତ୍ସା ବର୍ତ୍ତମାନ ଚାଲୁ ରହିଛି। ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତାବାସ ପକ୍ଷରୁ କୁହାଯାଇଛି, “ଆମେ ୨ ଜଣ ଭାରତୀୟ ବଂଶୋଦ୍ଭବଙ୍କ ସମେତ ୯ ଜଣ ଭାରତୀୟଙ୍କୁ ଠାବ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛୁ। ୨ ଜଣଙ୍କର ଚିକିତ୍ସା ବର୍ତ୍ତମାନ ଚାଲୁରହିଛି ଏବଂ ସେମାନଙ୍କ ଚିକିତ୍ସା ନେଇ ଆମେ ନିୟମିତ ଯୋଗାଯୋଗରେ ଅଛୁ। ଏପରିକି ସେମାନଙ୍କ ପରିବାରବର୍ଗଙ୍କ ସହିତ ନିୟମିତ କଥା ହେଉଛୁ।”

ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚସ୍ଥିତ ୨ଟି ମସଜିଦ୍‌ ଉପରେ ଜଣେ ଉଗ୍ରବାଦୀ ଦକ୍ଷିଣପନ୍ଥୀର ଆକ୍ରମଣରେ ପ୍ରାୟ ୪୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜିଯାଏ ପାଶ୍ଚାତ୍ୟରେ ମୁସ୍‌ଲିମ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହି ଆକ୍ରମଣ ସବୁଠାରୁ ସାଂଘାତିକ ବୋଲି କୁହାଯାଉଛି।

ଏହି ଘଟଣା ପରେ ଭାରତୀୟ ଦୂତାବସରେ ଅବସ୍ଥାପିତ ରାଷ୍ଟ୍ରଦୂତ ସଞ୍ଜୀବ କୋହଲି ମଧ୍ୟ ୯ ଜଣ ପ୍ରବାସୀ ଭାରତୀୟ ନିଖୋଜ ଥିବା କଥା ଜଣାଇଥିଲେ। ପରେ ଏକ ଟୋଲ୍‌ ଫ୍ରି ନମ୍ବର ମଧ୍ୟ ଭାରତ ପକ୍ଷରୁ ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ, ନ୍ୟୁଜିଲ୍ୟାଣ୍ଡରେ ୨ ଲକ୍ଷ ଭାରତୀୟ ବସବାସ କରନ୍ତି ଏବଂ ସେଠାରେ ୩୦ ହଜାର ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି। ଭାରତୀୟ ଦୂତାବାସର ୱେବ୍‌ସାଇଟ୍‌ରୁ ଏହି ତଥ୍ୟ ମିଳିଛି।



from Odisha Reporter https://ift.tt/2UD1wt6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages