ଇମ୍ରାନଙ୍କୁ ସୁଷମାଙ୍କ ଆହ୍ୱାନ: ଶାନ୍ତି ଚାହୁଁଛ ଯଦି ମାସୁଦକୁ ଦିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଇମ୍ରାନଙ୍କୁ ସୁଷମାଙ୍କ ଆହ୍ୱାନ: ଶାନ୍ତି ଚାହୁଁଛ ଯଦି ମାସୁଦକୁ ଦିଅ

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣାରୁ ସୁରକ୍ଷା ପାଇଥିବା ମାସୁଦ ଆଝାରକୁ ନେଇ ଏବେ ଭାରତର ବେଦୈଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଯଦି ସତରେ ଭାରତ ସହ ଶାନ୍ତି ଚାହୁଁଛି ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ସାହସ ରଖିଛି, ତା’ହେଲେ ଇମ୍ରାନ୍‌ ଖାନ୍‌ ତୁରନ୍ତ ମାସୁଦ ଆଝାରକୁ ଭାରତ ହାତରେ ହସ୍ତାନ୍ତର କରନ୍ତୁ।

ଏଥିସହ ସୁଷମା ଭାରତୀୟ ବାୟୁସେନା ବାଲାକୋଟ୍‌ ସ୍ଥିତ ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ପାକିସ୍ତାନ କାହିଁକି ଏହାର ବଦ୍‌ଲା ନେବାକୁ ଚେଷ୍ଟା କରିଥିଲା, ସେକଥା ମଧ୍ୟ ଇମ୍ରାନ୍‌ଙ୍କୁ ପଚାରିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୁଷମା କହିଛନ୍ତି, “ଜୈଶ ପକ୍ଷରୁ କାହିଁକି ଭାରତ ଉପରେ ପାକିସ୍ତାନ ସେନା ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା? ପାକିସ୍ତାନ ସରକାର କେବଳ ଜୈଶକୁ ନିଜ ମାଟିରେ ସୁରକ୍ଷା ଯୋଗାଇ ଦେଉନାହାନ୍ତି ବରଂ ସଂଗଠନକୁ ଟଙ୍କା ମଧ୍ୟ ଦେଉଛନ୍ତି। ଯଦି କେହି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରୁଛି, ପାକିସ୍ତାନ ଏହାର ବଦଲା ନେବାକୁ ଆଗେଇ ଆସୁଛି।

ଯଦି ଇମ୍ରାନ୍‌ ଖାନ୍‌ ସତରେ ଜଣେ ଜେଣ୍ଟଲମ୍ୟାନ୍‌ ଏବଂ ସେ ସତରେ ଶାନ୍ତି ସ୍ଥାପନ ପାଇଁ ଚାହୁଁଛି, ତା’ହେଲେ ମାସୁଦ ଆଝାରକୁ ଆମକୁ ଦିଅନ୍ତୁ। ପାକିସ୍ତାନ ସରକାର ପ୍ରଥମେ ନିଜର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ସେନାକୁ ନିୟନ୍ତ୍ରଣ କରୁ।

କାରଣ ପାକିସ୍ତାନ ଯେକୌଣସି ଦେଶ ସହ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି ସେମାନେ ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟ କଲେ ଆମେ ଆଲୋଚନା ପାଇଁ ଆଗେଇ ଆସିବୁ। କାରଣ ଆତଙ୍କବାଦ ଓ ଆଲୋଚନା ଏକସଙ୍ଗରେ ସମ୍ଭବ ନୁହେଁ। ଆମେ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହୁଁ। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଛୁ।”



from Odisha Reporter https://ift.tt/2FdW7U9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages