
ନୂଆଦିଲ୍ଲୀ: ପାକିସ୍ତାନ ମାଟିରୁ ପରିଚାଳିତ ଜୈଶ-ଏ-ମହମ୍ମଦ କ୍ୟାମ୍ପ ଗୁଡ଼ିକ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ବାବଦରେ ମିଛ କହି ପାକ୍ ସରକାର ତାଙ୍କ ସେନାକୁ ଖୁସି ରଖିବାକୁ ଚାହୁଁଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇଥିବା ପାକିସ୍ତାନ ସହଜରେ ମାନିବନି। ସେମାନେ ଏପରି ହୋଇଥିବା ମାନିଗଲେ, ଜୈଶ କ୍ୟମ୍ପସବୁ ପାକିସ୍ତାନ ମାଟିରୁ ପରିଚାଳିତ ହେଉଥିବା ପ୍ରମାଣିତ ହୋଇଯିବ ଏବଂ ଏଥିପାଇଁ ସେ ଦେଶକୁ ବଡ଼ ମୂଲ୍ୟ ଦେବାକୁ ହେବ।
କେନ୍ଦ୍ର ମନ୍ତ୍ରୀ ଜେଟ୍ଲୀ ହିନ୍ଦୀ ଟିଭି ଚ୍ୟାନେଲ ‘ଆଜ୍ତକ୍’ ଦ୍ୱାରା ଆୟୋଜିତ ଜାତୀୟ ସୁରକ୍ଷା ସମ୍ମିଳନୀରେ ଯୋଗଦେଇ କହିଥିଲେ, ଆମ ବାୟୁସେନା ଯେତେବେଳେ ଏୟାର୍ ଷ୍ଟ୍ରାଇକ୍ କଲା, ପ୍ରଥମେ ପାକିସ୍ତାନ ହିଁ ଏହି ଖବର ଦେଇଥିଲା। ଆମେ କିଛି କହିନଥିଲୁ। ପାକିସ୍ତାନ ଏୟାର୍ ଷ୍ଟ୍ରାଇକ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସ୍ଵୀକାର କରିଥିଲେ, ତାକୁ ଏଭଳି କିଛି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥାନ୍ତା ଯାହାର ଉତ୍ତର ସେମାନଙ୍କ ପାଖରେ ନାହିଁ।
ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ତାନ ସେନା ପାଇଁ ଏବେ ମିଛର ସାହାରା ନେବା ଜରୁରୀ ହୋଇପଡ଼ିଛି। ପାକିସ୍ତାନ ନିଜ ଲୋକଙ୍କୁ ମିଛ କହୁଛି ଏବଂ ନିଜର ଅର୍ଥନୀତିକ ସ୍ଥିତିକୁ ନେଇ ମଧ୍ୟ ମିଛ କହୁଛି। ଏପରି ସମୟ ଆସିଛି ଯେ, ସେମାନେ କୂଟନୀତିକ ସ୍ତରରେ ମଧ୍ୟ ଅକଳରେ ପଡ଼ିଛନ୍ତି।
from Odisha Reporter https://ift.tt/2EW4lPn
No comments:
Post a Comment