ଡିସେମ୍ବରର ଦରମା ପାଇଲେ ଜେଟ୍ ଏୟାରୱେଜ ପାଇଲଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ଡିସେମ୍ବରର ଦରମା ପାଇଲେ ଜେଟ୍ ଏୟାରୱେଜ ପାଇଲଟ

ମୁମ୍ବାଇ: ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ଜେଟ୍ ଏୟାରୱେଜ୍ କମ୍ପାନୀ ତାର ପାଇଲଟ ଓ ଇଞ୍ଜିନିୟରଙ୍କର ଡିସେମ୍ବର ମାସର ଦରମା ପ୍ରଦାନ କରିଛି। ଏପ୍ରିଲ ୧ରୁ ସମୂହ ଛୁଟିରେ ଯିବାକୁ ଧମକ ଦେବା ପରେ କମ୍ପାନୀ ଡି଼ସେମ୍ବର ମାସର ଦରମା ଦେଇଛି। ତେବେ ଜେଟ୍ କର୍ମଚାରୀ ବାକି ୩ ମାସର ଦରମା ଦାବି କରୁଥିବା ଜଣାପଡ଼ିଛି।

ଖୁବଶୀଘ୍ର ବାକି ୩ ମାସର ଦରମା ଦେବ ବୋଲି କମ୍ପାନୀ ନିର୍ଭର ପ୍ରତିଶୃତି ଦେଇଛି । କମ୍ପାନୀକୁ ସହଯୋଗ କରୁଥିବାର କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହିତ ଦରମା ଦେବାରେ ବିଫଳ ହୋଇଥିବାରୁ କର୍ମଚାରୀଙ୍କ ଦାବିକୁ ସମ୍ମାନ ଜଣାଉଛି ବୋଲି କମ୍ପାନୀ ଇ-ମେଲ ଜରିଆରେ ସମସ୍ତ କର୍ମଚାରୀଙ୍କୁ ଅବଗତ କରାଇଛି।

ସୂଚନାଯୋଗ୍ଯ ଜେଟ୍ ଏୟାରୱେଜ ଆର୍ଥିକ ସ୍ଥିତିକୁ ନେଇ ଏବେ ଜଟିଳ ପରିସ୍ଥିତିରେ ଗତି କରୁଛି। ପୁନରୁଦ୍ଧାର କରିବା ପାଇଁ ଏସବିଆଇ ଓ ଅନ୍ୟ ଋଣ ପ୍ରଦାନକାରୀ ବ୍ୟାଙ୍କ ଆଗେଇ ଆସିଛନ୍ତି। ନିକଟରେ ଜେଟ୍ ଏୟାରୱେଜର ପରିଚାଳନା ବୋର୍ଡ଼ରୁ ମାର୍ଚ୍ଚ ୨୫ରେ ଗୋଏଲ ଦମ୍ପତି ଇସ୍ତଫା ଦେଇଥିଲେ। ଏହାପରେ ଏକ ଅନୁଭବୀ ଟିମ୍ ଗଠନ କରି ଏସବିଆଇ ଜେଟ୍ ଏୟାରୱେଜର ପୁନରୁଦ୍ଧାର କରିବା ପାଇଁ ଚେଷ୍ଟା କରୁଛି।

ଗୋଏଲ ଦମ୍ପତି ଇସ୍ତଫା ଦେବା ପରେ ଅନ୍ୟ ଋଣ ପ୍ରଦାନକାରୀ ବ୍ୟାଙ୍କ ୧୫୦୦ କୋଟି ଟଙ୍କା ନିବେଶ କରିବେ ବୋଲି କହିଥିଲେ। ତେବେ ଏହା ଆବଶ୍ୟକତାକୁ ମେଣ୍ଚାଇ ପାରିବ ନାହିଁ ବୋଲି କମ୍ପାନୀ କହିଛି। ତେଣୁ ଜରୁରୀକାଳୀନ ଭିତ୍ତିରେ ଆଉ କିଛି ଅଧିକ ଟଙ୍କା ନିବେଶ କରି କର୍ମଚାରୀଙ୍କ ବକେୟା ଦରମା ଦେବା ପାଇଁ ଚେଷ୍ଟା ଚାଲିଥିବା ଜେଟ୍ ଏୟାରୱେଜର ସିଇଓ ବିନୟ ଦୁବେ ସୂଚନା ଦେଇଛନ୍ତି।

ତେବେ ଏପ୍ରିଲ ୧ରେ ଏୟାରଜେଟର ସେବା ସ୍ବାଭାବିକ ରହିବ ବୋଲି ଜେଟ ଏୟାରୱେଜ ସ୍ପଷ୍ଟ କରିଛି।



from Odisha Reporter https://ift.tt/2FGHDLl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages