
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ୨ଟି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି। ଲଗାତର ୩ଥର ଧରି ସାଂସଦ ଭାବେ ଉତ୍ତର ପ୍ରଦେଶ ଆମେଥିରୁ ନିର୍ବାଚିତ ହୋଇଆସୁଥିବା ରାହୁଲ ଗାନ୍ଧୀ ଏଥର କର୍ଣ୍ଣାଟକର କୌଣସି ଲୋକସଭା ଆସନରୁ ମଧ୍ୟ ନିର୍ବାଚନ ଲଢ଼ି ପାରନ୍ତି।
ଦକ୍ଷିଣର କୌଣସି ରାଜ୍ୟରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ିବା ପାଇଁ ଦଳ ଭିତରୁ ଦାବି ହୋଇଆସୁଛି। ତେବେ ଦଳ କିମ୍ବା କଂଗ୍ରେସ ଅଧ୍ୟକ୍ଷ ନିଜେ କିଛି ଏ ବାବଦରେ ପ୍ରତିକ୍ରିୟା ରଖିନାହାନ୍ତି।
ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ। ଉଭୟ ଆସନରୁ ଜିତିବା ପରେ ଗୁଜରାଟ ଭଦୋଦରା ଆସନ ଛାଡ଼ିଦେଇ ଥିଲେ। ତେବେ ଚଳିତଥର କେବଳ ଉତ୍ତର ପ୍ରଦେଶ ବାରଣାସୀରୁ ମୋଦି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି ।
from Odisha Reporter https://ift.tt/2UDC5Yc
No comments:
Post a Comment