ଘରେ ରାଜି ହେଲେନି ବୋଲି ପ୍ରେମିକାର ଗଳା କାଟିଲା ପ୍ରେମିକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଘରେ ରାଜି ହେଲେନି ବୋଲି ପ୍ରେମିକାର ଗଳା କାଟିଲା ପ୍ରେମିକ!

ବାଲେଶ୍ୱର (ରଣଜିତ‌ ପାକଳ): ୫ ବର୍ଷ ଧରି ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ହେଲେ ଏ ସମ୍ପର୍କକୁ ଉଭୟ ପରିବାରର ଲୋକଙ୍କ ସ୍ୱୀକୃତି ମିଳୁନଥିଲା। ଗତକାଲି ପ୍ରେମିକାର ବାପା ଝିଅ ପାଇଁ ପାତ୍ର ଦେଖିବାକୁ ଯାଇଥିଲେ। ଏକଥା ଜାଣି ଚିହିଁକି ଉଠିଥିଲେ ପ୍ରେମିକ ପ୍ରବର। ଟ୍ୟୁସନ୍‌ରୁ ଫେରୁଥିବା ପ୍ରେମିକାକୁ ଉଠାଇ ନେଇ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ନୃଶଂସ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ସାଇଣ୍ଟିକ୍‌ଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ରେମୁଣା ଥାନା ନରହରିପୁର ଗାଁର ଯୁକ୍ତ ୩ର ତୃତୀୟ ବର୍ଷରେ ପଢ଼ୁଥିବା ରାନୀ(ଛଦ୍ମନାମ) ସେହି ଗାଁର ସୁଜନ ପୋଥାଳଙ୍କୁ ଭଲ ପାଉଥିଲେ। ସେମାନଙ୍କ ପ୍ରେମ ସମ୍ପର୍କ ୫ ବର୍ଷ ଧରି ଚାଲିଥିଲା। ସୁଜନ ଚାକିରିବାକିରି କରିନଥିବାରୁ ଉଭୟ ପରିବାର ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକୃତି ଦେଉନଥିଲେ। ଯାହାକୁ ନେଇ ସୁଜନ ବିବ୍ରତ ହୋଇପଡ଼ି ଥିଲେ।

ଗତକାଲି ରାନୀଙ୍କ ପାଇଁ ତାଙ୍କ ବାପା ବରପାତ୍ର ଦେଖିବାକୁ ଯାଇଥିଲେ। ଏପଟେ ରାନୀ ଟ୍ୟୁସନ୍‌ କରିବାକୁ ଯାଇଥିଲେ। ଟ୍ୟୁସନ୍‌ ସାରି ଘରକୁ ଫେରୁଥିବା ବେଳେ ସୁଜନ ତାଙ୍କୁ ରାସ୍ତାରୁ ଜବରଦସ୍ତ ଉଠାଇ ନେଇଥିଲେ। ରାନୀଙ୍କୁ ସୁଜନ ରାସ୍ତାରୁ ଉଠାଇ ନେଉଥିବା ବେଳେ ଗାଁର ଜଣେ ଲୋକ ଦେଖି ରାନୀଙ୍କ ବାପାଙ୍କୁ ଖବର ଦେଇଥିଲେ। ଏହି ଖବର ପାଇବା ପରେ ରାନୀଙ୍କ ପରିବାର ଲୋକେ ଗାଁ ଓ ଆଖପାଖ ଅଞ୍ଚଳରେ ଖୋଜିଥିଲେ। ମାତ୍ର ରାନୀଙ୍କ ସମ୍ପର୍କରେ କୌଣସି ପତ୍ତା ପାଇନଥିଲେ।

ପରେ ରାନୀଙ୍କ ବାପା ଏନେଇ ରେମୁଣା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ରାନୀଙ୍କୁ ଖୋଜିଥିଲେ। ମାତ୍ର ରାନୀଙ୍କ ପତ୍ତା ମିଳିନଥିଲା। ପରେ ପୁଲିସ ସୁଜନଙ୍କ ଘରକୁ ଯାଇଥିଲା। ହେଲେ ସେ ଘରେ ନଥିବା ପୁଲିସ ଜାଣିବାକୁ ପାଇଥିଲା।

ଆଜି ସକାଳେ ଗାଁ ଲୋକେ ଯାତ୍ରା ପଡ଼ିଆ ନିକଟ ବାଉଁଶ ବୁଦା ମୂଳରେ ରାନୀଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଗଳା କଟାଯାଇଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ସୁଜନଙ୍କ ପତ୍ତା ମିଳିନି। ପୁଲିସ ସୁଜନଙ୍କ ଦୁଇ ଭାଇ ଓ ମାଆଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।



from Odisha Reporter https://ift.tt/2CjwAa8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages