ପାକ୍‌କୁ ଦାଉଦ୍‌-ସଲ୍ଲାଉଦ୍ଦିନ୍ ମୁଣ୍ଡ ମାଗିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ପାକ୍‌କୁ ଦାଉଦ୍‌-ସଲ୍ଲାଉଦ୍ଦିନ୍ ମୁଣ୍ଡ ମାଗିଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ କୁଖ୍ୟାତ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ ଏବଂ ସୟିଦ୍‌ ସଲ୍ଲାଉଦ୍ଦିନ୍‌କୁ ଭାରତ ଫେରାଉ ବୋଲି ଆହ୍ୱାନ କରିଛି ଭାରତ। ଯଦି ଆତଙ୍କୀ ମୁକାବିଲାରେ ପାକିସ୍ତାନର ସତରେ ଦରଦ ଅଛି ପାକିସ୍ତାନ ପ୍ରଥମେ ଏହି ପଦକ୍ଷେପ ନେଉ ବୋଲି ଭାରତ ପକ୍ଷରୁ କୁହାଯାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି।

ଭାରତ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ପୁଲ୍‌ୱାମା ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ନିଜକୁ ଦାୟୀ କରିସାରିବା ପରେ ମଧ୍ୟ ଏହା ବିରୋଧରେ ପାକିସ୍ତାନ କିଛି ମଧ୍ୟ କାର୍ଯ୍ୟାନୁଷ୍ଠାନ ନନେବା ଆଶ୍ଚର୍ଯ୍ୟଜନକ।

ଯଦି ପାକିସ୍ତାନ ଆତଙ୍କବାଦ ନିପାତ କରିବା ପାଇଁ ଭାରତର ଦାବିକୁ ସମର୍ଥନ କରୁଛି ଏହା ଦାଉଦ୍‌, ସଲ୍ଲାଉଦ୍ଦିନ୍‌ ଏବଂ ଅନ୍ୟ ଭାରତୀୟ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରି ଏହା ପ୍ରମାଣିତ କରୁ। ଭାରତ ପକ୍ଷରୁ କୁହାଯାଇଛି, କେବଳ ଲୋକ ଦେଖାଣିଆ ପଦକ୍ଷେପ ନେଲେ କିଛି ପ୍ରଭାବ ପଡ଼ିବାର ନାହିଁ।

ଭାରତ ସେହି ସମସ୍ତ ଆତଙ୍କବାଦୀକୁ ହସ୍ତାନ୍ତର କରିବାକୁ ଆହ୍ୱାନ କରିଛି ଯେଉଁମାନେ ଭାରତରେ ବିଭିନ୍ନ ସମୟରେ ଭୟଙ୍କର ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇ ୱାଣ୍ଟେଡ୍‌ ତାଲିକାଭୁକ୍ତ ହୋଇଛନ୍ତି।

ଭାରତ ପକ୍ଷରୁ ଏହି ଆତଙ୍କବାଦୀ ଏବଂ ସେମାନଙ୍କ ପରିଚାଳନାରେ ଥିବା ବିଭିନ୍ନ ସଂଗଠନ ବାବଦରେ ତଥ୍ୟ ମଧ୍ୟ ଦିଆଯାଇଛି। ସେମାନଆ ପାକିସ୍ତାନ ମାଟିରୁ ହିଁ ସବୁକିଛି ନିୟନ୍ତ୍ରଣ କରି ଭାରତରେ ଅସ୍ଥିରତା ସୃଷ୍ଟି ପ୍ରୟାସରେ ଅଛନ୍ତି ବୋଲି ଏହି ପ୍ରମାଣକୁ କେହି ତୃତୀୟ ପକ୍ଷ ରାଷ୍ଟ୍ର ଅନୁସନ୍ଧାନ କରି ପ୍ରମାଣ କରିପାରିବ ବୋଲି ମଧ୍ୟ ଭାରତ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2TbuYEO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages