ଶତାବ୍ଦୀ ଟ୍ରେନ୍‌ରେ ‘ମୈ ଭି ଚୌକିଦାର’ର ପ୍ରଚାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ଶତାବ୍ଦୀ ଟ୍ରେନ୍‌ରେ ‘ମୈ ଭି ଚୌକିଦାର’ର ପ୍ରଚାର!

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ‘ମୈ ଭି ଚୌକିଦାର’ ସ୍ଲୋଗାନର ପ୍ରଚାର ଆରମ୍ଭ ହୋଇଛି। ଏହି ପ୍ରଚାରକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କୁ ବିଜେପି ସପକ୍ଷରେ ଆଣିବା ପାଇଁ ଶତାବ୍ଦୀ ଟ୍ରେନ୍‌ରେ ଯାତ୍ରୀଙ୍କୁ ‘ମୈ ଭି ଚୌକିଦାର’ ଲେଖାଯାଇଥିବା କପ୍‌ରେ ଚା’ ଦିଆଯାଉଛି।

ଏହାର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହେବା ପରେ ରେଳ ବିଭାଗ ଏଭଳି କପ୍‌ର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ ଟ୍ରେନ୍‌ରେ ଚା’ ଯୋଗାଇ ଦେବାକୁ କଣ୍ଟ୍ରାକ୍ଟ ନେଇଥିବା ବ୍ୟକ୍ତିବିଶେଷ ହିଁ ଏପରି କରିଛନ୍ତି।

‘ମୈ ଭି ଚୌକିଦାର’ ଲେଖାଥିବା ଚା’ କପ୍‌ ଯାତ୍ରୀଙ୍କୁ ଦିଆଯାଉଛି ବୋଲି ଆମେ ଜାଣିବା ପରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେ ତୁରନ୍ତ ଏଭଳି ଚା’ କପ୍‌ର ବ୍ୟବହାର ବନ୍ଦ କରିବା ସହ ସଂପୃକ୍ତ କଣ୍ଟ୍ରାକ୍ଟରଙ୍କୁ ଜୋରିମାନା ଲାଗୁ କରିଛୁ।

ଟ୍ରେନ୍‌ରେ ଏଭଳି କପ୍‌ରେ ଚା’ ଦିଆଯାଉଥିବା ଫଟୋକୁ ଏକାଧିକ ଲୋକ ଟ୍ୱିଟ୍‌ରେ ପୋଷ୍ଟ କରି ନିର୍ବାଚନ କମିଶନଙ୍କୁ ଜଣାଇଥିଲେ। ଏଭଳି ଟ୍ରେନ୍‌ରେ ପ୍ରଚାର ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଥିଲେ।

ଏହି ଚା’ କପ୍‌ର ଗୋଟିଏ ପଟେ’ ମୈ ଭି ଚୌକିଦାର’ ସହ ବିଜେପି ସପକ୍ଷରେ ତଥ୍ୟ ରହିଥିବା ବେଳେ ଅନ୍ୟପଟେ ସଂକଳ୍ପ ଫାଉଣ୍ଡେସନର ନାଁ ରହିଛି।

ପୂର୍ବରୁ ରେଳବାଇ ଟିକେଟ୍‌ ଓ ଏୟାର ଇଣ୍ଡିଆର ବୋର୍ଡିଂ ପାସ୍‌ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଥିବା କଥା ସାମ୍ନାକୁ ଆସିଥିଲା।



from Odisha Reporter https://ift.tt/2HXBjC1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages