
ନୋଏଡା: ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସ ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଟ୍ୟାଙ୍କର ଉପରେ ଚଢ଼ି ଯିବାରୁ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ୨ ଜଣ ମହିଳା ରହିଛନ୍ତି। ସେହପରି ଦୁର୍ଘଟଣାରେ ଆହତ ୩୦ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଆଜି ଭୋର ପ୍ରାୟ ୫ଟାରେ ବସ୍ଟି ଉତ୍ତର ପ୍ରଦେଶର ଜାଲାଉନ୍ରୁ ଯାତ୍ରୀଙ୍କୁ ଧରି ଦିଲ୍ଲୀ ଅଭିମୁଖେ ଯାଉଥିଲା। ତେବେ ଯମୁନା ଏକ୍ସପ୍ରେସ୍ ୱେ ଅତିକ୍ରମ କରିବା ବେଳେ ବସ୍ଟି ଭାରସାମ୍ୟ ହରାଇ ସେହି ରାସ୍ତାରେ ଯାଉଥିବା ଏକ ଟ୍ୟାଙ୍କର ଉପରେ ଚଢ଼ି ଯାଇଥିଲା।
ବସ୍ର ବେଗ ଅଧିକ ଥିବାରୁ ଏହା ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ୩୦ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଜେୱର ସ୍ଥିତ କୈଲାସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଡ୍ରାଇଭର ଜଣଙ୍କ ଢୁଳେଇ ପଡ଼ିବାରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବସ୍ରେ ଜାଲାଉନ୍ର ଯାତ୍ରୀମାନେ ରହିଥିବା ବେଳେ ଡ୍ରାଇଭର ଓ କଣ୍ଡକ୍ଟର ରାଜସ୍ଥାନର ବୋଲି ପୁଲିସ୍ କହିଛି।
ଏହି ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ଗଭୀର ଶୋକ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/2Ov8OwR
No comments:
Post a Comment