ସ୍ୱଚ୍ଛ ସର୍ବକ୍ଷେଣ ୨୦୧୯: ତୃତୀୟ ଥର ଇନ୍ଦୋର ପୁରସ୍କୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ସ୍ୱଚ୍ଛ ସର୍ବକ୍ଷେଣ ୨୦୧୯: ତୃତୀୟ ଥର ଇନ୍ଦୋର ପୁରସ୍କୃତ

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ସ୍ୱଚ୍ଛ ସର୍ବକ୍ଷେଣ ଆୱାର୍ଡ ପାଇଛି ଇନ୍ଦୋର। ଦେଶର ସବୁଠୁ ସ୍ୱଚ୍ଛ ସହର ଭାବେ କେନ୍ଦ୍ର ସରକାର ଇନ୍ଦୋରକୁ ପୁରସ୍କାର ପ୍ରଦାନ କରିଛନ୍ତି। ଇନ୍ଦୋର ନଗରପାଳଙ୍କୁ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅବସରରେ ପୁରସ୍କାର ସ୍ୱରୂପ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ପ୍ରଦାନ କରିଛନ୍ତି।

୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି । ଏହାପରେ ପ୍ରତିବର୍ଷ କେନ୍ଦ୍ର ସରକାରର ସହରାଞ୍ଚଳ ଓ ବିକାଶ ମନ୍ତ୍ରାଣଳୟ ଦ୍ୱାରା ସ୍ୱଚ୍ଛ ସର୍ବକ୍ଷେଣ ସର୍ଭେ କରାଯାଉଛି ।

ଦିଲ୍ଲୀ ନଗରପାଳିକା ସବୁଠୁ ଛୋଟିଆ ସହର ଭିତରେ ସ୍ୱଚ୍ଛ ହୋଇଥିବା ବେଳେ ଉତ୍ତରଖଣ୍ଡର ଗୌଉଚର ‘ସର୍ବଶ୍ରେଷ୍ଠ ଗଙ୍ଗା ସହର’ ଭାବେ ବିବେଚିତ ହୋଇଛି । ଏହାସହିତ ଭୋପାଳ ସବୁଠାରୁ ସ୍ୱଚ୍ଛ ରାଜଧାନୀ ଭାବେ ତୃତୀୟଥର ପାଇଁ ପୁରସ୍କୃତ ହୋଇଛି।

୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ଅହମଦାବାଦକୁ ସ୍ୱଚ୍ଛ ସହର, ୩ ରୁ ୧୦ ଲକ୍ଷ ଜନସଂଖ୍ୟା ଶ୍ରେଣୀରେ ଉଜ୍ଜୟନୀକୁ ସବୁଠୁ ସ୍ୱଚ୍ଛ ସହର ଭାବେ ବିବେଚିତ ହୋଇଛି। ଛତିଶଗଡ଼, ଝାଡ଼ଖଣ୍ଡ ଏବ ମହରାଷ୍ଟ୍ରକୁ ସର୍ବଶ୍ରେଷ୍ଠ ୩ଟି ସ୍ୱଚ୍ଛ ସର୍ବକ୍ଷେଣ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱଚ୍ଛତା ଉପରେ ଦେଶର ପ୍ରତିଟି ନାଗରିକଙ୍କୁ ଜୋର ଦେବାକୁ ଆହ୍ୱାନ କରିଛନ୍ତି। ଏବେ ଗୋଟିଏ ସହର କି ଗାଁ ନିଜର ସ୍ୱଚ୍ଛତା ପାଇଁ ନିଜର ପରିଚୟ ପାଉଛି । ଏହା ଆମ ପାଇଁ ଗର୍ବର ବିଷୟ । ଖାଲି ସହର କି ଗାଁ ନୁହଁ, ପ୍ରତିଟି ଶିକ୍ଷାନୁଷ୍ଠାନ ମଧ୍ୟ ସ୍ୱଚ୍ଛତାକୁ ଆପଣେଇବା ଦରକାର ବୋଲି ପୁରସ୍କାର ପ୍ରଦାନ ବେଳେ ସେ କହିଛନ୍ତି।



from Odisha Reporter https://ift.tt/2TwYpFF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages