ଅଲ୍ ଇଂଲଣ୍ଡ ଚାମ୍ପିଅନଶିପର ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଅଲ୍ ଇଂଲଣ୍ଡ ଚାମ୍ପିଅନଶିପର ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ବର୍ମିଂହାମ୍: ଆଜିଠାରୁ ଆରମ୍ଭ ହୋଇଥିବା ଅଲ୍ ଇଂଲଣ୍ଡ ଚାମ୍ପିଅନଶିପର ପ୍ରଥମ ଦିବସରେ ଭାରତକୁ ବଡ଼ ଝଟକା ଲାଗିଛି । ଭାରତର ଶୀର୍ଷ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରେ କୋରିଆର ସୁଙ୍ଗ୍ ଜି ହ୍ୟୁନଙ୍କଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି । ତିନି ଗେମ୍ ବିଶିଷ୍ଟ ଚାଲିଥିବା ଏହି ମୁକାବିଲାରେ ସିନ୍ଧୁ ୧୬-୨୧, ୨୨-୨୦, ୧୮-୨୧ ଗେମରେ ସୁଙ୍ଗ ଜି’ଙ୍କଠାରୁ ପରାସ୍ତ ହୋଇଛନ୍ତି।

ସୁଙ୍ଗ ଜି’ଙ୍କ ବିପକ୍ଷରେ ୮ ବିଜୟ ଓ ୬ ପରାଜୟ ସହ ସିନ୍ଧୁ ଏହି ମ୍ୟାଚରେ କୋର୍ଟକୁ ଓହ୍ଲାଇଥିଲେ, କିନ୍ତୁ କୋରିଆ ଖେଳାଳି ପୁଣିଥରେ ଭାରତୀୟ ତାରକା ଜଣଙ୍କୁ ନିରାଶ କରି ୮୧ ମିନିଟରେ ବିଜୟ ହାସଲ କରିଛନ୍ତି। ସିନ୍ଧୁ ଦ୍ୱିତୀୟ ଗେମରେ ୧୭-୨୦ ସ୍କୋରରେ ୩ ମ୍ୟାଚ୍ ପଏଣ୍ଟ ବଞ୍ଚାଇଥିଲେ ଏବଂ ମୁକାବିଲାକୁ ତୃତୀୟ ତଥା ନିର୍ଣ୍ଣାୟକ ଗେମ୍ ପର୍ଯ୍ୟନ୍ତ ନେଇଥିଲେ।

ତୃତୀୟ ଗେମରେ ସିନ୍ଧୁ ୫ ପଏଣ୍ଟ ବଞ୍ଚାଇଥିଲେ, କିନ୍ତୁ ଏହା ପରେ ସେ ଚତୁର୍ଥଥର ୧ ମିଲିୟନ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ବାହାର ହୋଇଯାଇଥିଲେ । ସୁଙ୍ଗ ଜି’ ପରବର୍ତ୍ତୀ ରାଉଣ୍ଡରେ ହଂକଂର ଚିଉଙ୍ଗ ଗାନ୍ ୟି’ଙ୍କୁ ଭେଟିବେ।

୨୩ ବର୍ଷୀୟା ସିନ୍ଧୁ ଓ ସୁଙ୍ଗ ଜି’ ମଧ୍ୟରେ ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମ ଗେମରେ ୬-୩ର ଅଗ୍ରଣୀ ସତ୍ତ୍ୱେ ସିନ୍ଧୁ ଏହାର ଫାଇଦା ଉଠାଇପାରି ନଥିଲେ । ଏହା ମଧ୍ୟରେ ସୁଙ୍ଗ ଜି’ ଲଗାତାର ଆକ୍ରମଣ କରି ବ୍ରେକ୍ ସୁଦ୍ଧା ୧୧-୮ରେ ଆଗୁଆ ହୋଇଥିଲେ । ସିନ୍ଧୁ ବ୍ରେକ ପରେ ଭଲ ପ୍ରଦର୍ଶନ କରି ଗେମକୁ ୧୧-୧୧ରେ ବରାବର କରିଥିଲେ । କିନ୍ତୁ ଏହା ପରେ ସୁଙ୍ଗ ଜି ପ୍ରତ୍ୟାବର୍ତ୍ତନ କରି ପ୍ରଥମ ଗେମକୁ ୨୧-୧୮ରେ ଜିତି ନେଇଥିଲେ।

ଦ୍ୱିତୀୟ ଗେମ୍ ରୋମାଞ୍ଚକର ହୋଇଥିଲା। ସିନ୍ଧୁ ୧୭-୨୦ରେ ପଛୁଆ ଥିଲେ ଏବଂ ଲଗାତାର ୩ ମ୍ୟାଚ୍ ପଏଣ୍ଟ ହାସଲ କରି ସ୍କୋରକୁ ବରାବର କରିଥିଲେ। ଏହା ପରେ ଲଗାତାର ଦୁଇ ପଏଣ୍ଟ ହାସଲ କରି ସିନ୍ଧୁ ଗେମକୁ ଜିତିବା ସହ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ। ତୃତୀୟ ଗେମର ବ୍ରେକ ସୁଦ୍ଧା ସୁଙ୍ଗ ଜି ଦୁଇ ପଏଣ୍ଟ ଅଗ୍ରଣୀରେ ରହିଥିଲେ। ଏହାପରେ ସେ ଲଗାତାର ୪ ପଏଣ୍ଟ ହାସଲ କରି ୧୫-୯ରେ ଆଗୁଆ ହୋଇଥିଲେ । ଏହିପରି ଭାବେ ସୁଙ୍ଗ ଜି ୧୮-୧୦ରେ ଆଗୁଆ ରହି ବିଜୟ ଅଭିମୁଖେ ଅଗ୍ରସର ହୋଇଥିଲେ । କିନ୍ତୁ ଏହା ପରେ ସିନ୍ଧୁ କିଛି ଭଲ ଶଟ୍ ମାରି ଗେମକୁ ଫେରିବାକୁ ପ୍ରୟାସ କରିଥିଲେ, କିନ୍ତୁ ତାହା ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ଯାହା ଫଳରେ ସୁଙ୍ଗ ଜି ମ୍ୟାଚକୁ ଜିତି ନେଇଥିଲେ ।

ସେହିପରି ପୁରୁଷ ବିଭାଗରେ ୨୦୧୭ ସିଙ୍ଗାପୁର ଓପନ୍ ଚାମ୍ପିଅନ୍ ବି ସାଇ ପ୍ରଣୀତ ନିଜ ଦେଶର ଏଚ୍ଏସ୍ ପ୍ରଣୟଙ୍କୁ ସିଧାସଳଖ ୨୧-୧୯, ୨୧-୧୯ ଗେମରେ ହରାଇ ଅନ୍ତିମ-୧୬ରେ ପ୍ରବେଶ କରିଛନ୍ତି । ପରବର୍ତ୍ତୀ ରାଉଣ୍ଡରେ ସାଇ ପ୍ରଣୀତ ହଂକଂର ଏନଜି କା ଲଙ୍ଗଙ୍କୁ ଭେଟିବେ ।



from Odisha Reporter https://ift.tt/2IXqnGB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages