ଓଡ଼ିଶାର ସବୁଠି ଶୁଭୁଛି ପରିବର୍ତ୍ତନର ସ୍ୱର : ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଓଡ଼ିଶାର ସବୁଠି ଶୁଭୁଛି ପରିବର୍ତ୍ତନର ସ୍ୱର : ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଯେଉଁଠି କି ଗଲେ ସବୁଠୁ ‘ପରିବର୍ତ୍ତନର ସ୍ୱର’ ଶୁଭୁଛି। ଓଡ଼ିଶାର ଦ୍ରୁତ ପ୍ରଗତି ପାଇଁ ପରିବର୍ତ୍ତନ ଆବଶ୍ୟକ। ଦୁର୍ନୀତି ଓ ଅତ୍ୟାଚାର ଚରମ ସୀମାରେ ପହଞ୍ଚିଲାଣି। ରୋଜଗାର ନାହିଁ, ଦାଦନ ସମସ୍ୟା ବଢ଼ିଚାଲିଛି। ତେଣୁ ପରିବର୍ତ୍ତନ ‘ହେଇଯାଉ’। ଆଜି ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରେ ବର୍ଷିଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା।
ମାର୍ଚ୍ଚ ୪ ତାରିଖରେ ଦିଲ୍ଲୀରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଆଜି ସେ ଓଡ଼ିଶା ଫେରିଥିବା ପରେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କୁ ପ୍ରଥମେ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସମେତ ରାଜ୍ୟର ଅଧିକାଂଶ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ତାଙ୍କୁ ଆୟୋଜିତ ସଭାରେ ସମ୍ୱର୍ଦ୍ଧିତ କରାଯାଇଥିଲା।
ଶ୍ରୀ ପଣ୍ଡା ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ସେ କାହିଁକି ବିଜେପିରେ ସାମିଲ ହେଲେ ତାହା ସ୍ପଷ୍ଟ କରିବା ସହ ଆଗାମୀ ଦିନରେ ଦଳରେ ତାଙ୍କୁ ଯେଉଁ ଭୂମିକା ମିଳିବ ସମସ୍ତ ନେତା ଓ କର୍ମୀଙ୍କ ସହଯୋଗରେ ତାକୁ ସାର୍ଥକ କରିବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିବେ ବୋଲି କହିଛନ୍ତି।
ସେ କହିଛନ୍ତି-“ଦେଶ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ, ବିଶ୍ୱର ସର୍ବବୃହତ୍ ରାଜନୀତିକ ଦଳକୁ ପରିଚାଳନା ପାଇଁ ଅମିତ୍ ଶାହଙ୍କ ନେତୃତ୍ୱ, ଓଡ଼ିଶା ପ୍ରତି ବିଜେପିର ସ୍ୱତନ୍ତ୍ର ଦରଦ ତଥା ଭାରତ ଓ ଓଡ଼ିଶାର ପ୍ରଗତି ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ତାଙ୍କୁ ପ୍ରଭାବିତ କରିଛି। ଆର୍ଥିକ ପ୍ରଗତି, ଆତଙ୍କବାଦୀ ମୁକାବିଲା ଓ ଦେଶର ସୁରକ୍ଷା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ କଠୋର ସାହାସିକ ପଦକ୍ଷେପ ନେଉଛନ୍ତି, ତାହା ଆଗାମୀ ଦଶନ୍ଧିରେ ପ୍ରତିଫଳିତ ହେବ ଓ ଏହା ମଧ୍ୟ ଆବଶ୍ୟକ। ଇଜି ଅଫ୍‌ ଡୁଇଙ୍ଗ୍ ବିଜିନେସ୍‌ରେ ଭାରତ ଏବେ ଶୀର୍ଷ ୫୦ ଭିତରେ ରହିବାକୁ ଅଗ୍ରସର ହେଉଛି। ଦେଶରେ ଦୁର୍ନୀତି କମିଛି, ଦୃଢ଼ କାର୍ଯ୍ୟାନୁଷ୍ଠାନ ଭୟ ରହୁଛି। ମୋଦିଙ୍କ ନେତୃତ୍ୱରେ ସୁଶାସନ ସ୍ଥାପନ ହୋଇପାରିଛି।”
ଏହି ଅବସରରେ ଶ୍ରୀ ପଣ୍ଡା ବିଜେଡିକୁ ସମାଲୋଚନା କରି କହିଛନ୍ତି। ସେ କହିଛନ୍ତି-“୨୨ ବର୍ଷ ତଳେ ବିଜେପି ସହଯୋଗରେ ବିଜେଡି ଗଠନବେଳେ ଯାହା ଥିଲା। ୫ରୁ ୬ବର୍ଷ ଭିତରେ ପରିସ୍ଥିତି ବଦଳିଛି, ହେଲେ ମୁଁ ବଦଳି ନାହିଁ। ଏବେ ମୁଁ ନିଜ ପରିବାର ଓ ଘରେ ପହଞ୍ଚିଛି। ମୋତେ ଆଜି ଯେଭଳି ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ମିଳିଛି, ତାହା ଅଭିଭୂତ କରିଛି। ମୁଁ ଯେଉଁଆଡ଼େ ଯାଉଛି ସବୁଠି ‘ପରିବର୍ତ୍ତନର ସ୍ୱର’ ଶୁଣୁଛି। ସମସ୍ତେ ‘ପରିବର୍ତ୍ତନ ହେଇଯାଉ’ ବୋଲି କହୁଛନ୍ତି। ରାଜ୍ୟରୁ ବିଜେଡି ଶାସନ ହଟିବା ଦରକାର। କାରଣ ଗତ ୨ରୁ ୩ ବର୍ଷ ଭିତରେ ବେବିନା ଭଳି ୫୦ ନାବାଳିକାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ହୋଇଛି। ସାମ୍ବାଦିକମାନଙ୍କୁ ଧମକ ଦିଆଯାଇ ଗିରଫ କରାଯାଉଛି। ନାରୀ ଓ ଶିଶୁ ବିରୋଧରେ ଅତ୍ୟାଚାର ଓ ହିଂସାରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷରେ ରହିଛି। ଓଡ଼ିଶାରେ ନିଯୁକ୍ତି ମିଳୁନି। ୪୦ରୁ ୪୫ ଲକ୍ଷ ଲୋକ ଦାଦନ ଖଟିବାକୁ ରାଜ୍ୟ ତଥା ଦେଶବାହାରକୁ ଯାଉଛନ୍ତି। ଏଠି ବିଜେଡି ସରକାର ହଜାର ହଜାର କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଉ ନାହାନ୍ତି। ରାଜ୍ୟରେ ନିଯୁକ୍ତି ସୃଷ୍ଟି ପାଇଁ ଯେଉଁ ଶିଳ୍ପାନୁଷ୍ଠାନ ଓ ନିବେଶକମାନେ ଆସୁଛନ୍ତି, ସେମାନଙ୍କୁ ଗୁଣ୍ଡା ବାହିନୀ ଲଗାଇ ହଇରାଣ ହରକତ କରାଯାଉଛି।”
ଶ୍ରୀ ପଣ୍ଡା କହିଛନ୍ତି-“ଚାଷୀମାନେ ନିଜର ହକ ପାଇଁ ଶାନ୍ତିପୂର୍ବକ ଆନ୍ଦୋଳନ କଲେ ସେମାନଙ୍କୁ ପୁଲିସ ଲଗାଇ ମାରପିଟ୍ କରାଯାଉଛି। ବିଜୁ ବାବୁଙ୍କ ନାଁରେ ଗଠିତ ହୋଇଥିବା ଦଳ ଏବେ ବିଜୁଙ୍କ ଆଦର୍ଶ ସମ୍ପୂର୍ଣ୍ଣ ଭୁଲିଗଲାଣି। ତାଙ୍କ ନାଁରେ ବିଜୁ ଯୁବ ବାହିନୀ ଭଳି ଗୁଣ୍ଡାବାହିନୀ ଗଠନ କରାଯାଇଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗର୍ଭବତୀଙ୍କୁ ହସ୍ପିଟାଲ ନେବା ପାଇଁ କାନ୍ଧରେ ବୁହାଯାଉଛି। ଶୀତଳ ଭଣ୍ଡାର ନାହିଁ କି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେଉନି। ଚିଟ୍‌ଫଣ୍ଡ୍‌ ଠକେଇରେ ୨୦ ହଜାର କୋଟି ଟଙ୍କା ଲୁଟ୍ ହେଲା। ଲକ୍ଷ ଲକ୍ଷ ଗରିବଙ୍କ ସଞ୍ଚିତ ଅର୍ଥକୁ ଯେଉଁମାନେ ଲୁଟିଲେ, ସେମାନଙ୍କୁ ଏହି ସରକାର ଆଶ୍ରୟ ଦେଇଛି। ଏସବୁ ପାଇଁ ଓଡ଼ିଶାରେ ପରିବର୍ତ୍ତନ ଜରୁରୀ ହୋଇଛି। ତେଣୁ ମୁଁ ସେଠାରେ ଉପସ୍ଥିତ କର୍ମୀ ଓ ନେତାମାନଙ୍କ ମନୋବଳ ଏବଂ ଉତ୍ସାହ ବୃଦ୍ଧି ପାଇଁ ‘ପରିବର୍ତ୍ତନ ହେଇଯାଉ’ ବୋଲି ସ୍ଲୋଗାନ ଦେଇଥିଲି। ଯାହାକୁ କର୍ମୀମାନେ ଉଚ୍ଚସ୍ୱରରେ ଏକାଠି ସମର୍ଥନ କରିଥିଲେ।”

ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, କନକବର୍ଦ୍ଧନ ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ଭୃଗୁ ବକ୍ସିପାତ୍ର, ସମୀର ମହାନ୍ତି, ମହେଶ୍ୱତା ମହାନ୍ତି, ଅନୁ ଚୌଧୁରୀ, ବିଭିନ୍ନ ଛାମୁଆ ସଂଗଠନର ନେତୃବୃନ୍ଦ ଓ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ବୈଜୟନ୍ତଙ୍କ ସମର୍ଥକମାନେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ।



from Odisha Reporter https://ift.tt/2J5CDVo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages