ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ୍‌, ବେଙ୍ଗଲରୁ ଲମ୍ୱିଛି ଚେର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ୍‌, ବେଙ୍ଗଲରୁ ଲମ୍ୱିଛି ଚେର

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ଭଡ଼ା ଘରେ ଚାଲିଥିବା ଦେହବେପାର ଶେଷରେ ଧରାପଡ଼ିଛି । ଏହାର ଚେର ପଶ୍ଚିମବଙ୍ଗରୁ ଅବିଭକ୍ତ କୋରାପୁଟ୍‌ ଜିଲ୍ଲାକୁ ଲମ୍ୱିଛି। ଏହାର ପର୍ଦ୍ଦାଫାସ କରି ପୁଲିସ ରାଣୀ ମହୁମାଛି ସମେତ ୩ ଜଣ ପୁରୁଷଙ୍କୁ ଗିରଫ କରିଛି। ଏହାଛଡ଼ା ଦୁଇ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି। ତେବେ ଘର ମାଲିକ ବର୍ତ୍ତମାନ ସୁଦ୍ଧା ଫେରାର୍‌ ଥିବା ଜଣାପଡ଼ିଛି।

ପୂରା ଘଟଣା ଏମିତି। ନବରଙ୍ଗପୁର ସଦର ମହକୁମାର ରାଜୁ ସାହିରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ଆଜି ଅଚାନକ ଉକ୍ତ ଘରେ ଚଢ଼ଉ କରି ଜଣେ ବଙ୍ଗୀୟ ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାଙ୍କ ବୟାନ ଆଧାରରେ ପୁଲିସ କୋରାପୁଟ୍‌ ଜିଲ୍ଲା ଜୟପୁର ସହର ପରାବେଢାଠାରେ ଥିବା ଏକ ଭଡ଼ାଘରେ ରେଡ୍‌ କରିଥିଲା। ପୁଲିସ ସେଠାରୁ ଜଣେ ମହିଳା ଓ ଇଚ୍ଛାପୁର ଅଞ୍ଚଳର ସତୀଶଙ୍କ ସମେତ ୩ ଜଣ ପୁରୁଷଙ୍କ ଗିରଫ କରିଥିଲା। ସେହି ମହିଳା ହେଉଛନ୍ତି ସେକ୍ସ ରାକେଟ୍‌ର ରାଣୀମହୁମାଛି। ଏହାଛଡ଼ା ସେଠାରୁ ମଧ୍ୟ ଜଣେ ନାବାଳିକାକୁ ପୁଲିସ ଉଦ୍ଧାର କରିଥିଲା।

ଅଭିଯୋଗ ଅନୁସାରେ ସମ୍ପୃକ୍ତ ମହିଳା ଓ ତାର ସହଯୋଗୀମାନେ ବିଭିନ୍ନ ସ୍ଥାନରୁ ଝିଅମାନଙ୍କୁ ଆଣି ନବରଙ୍ଗପୁର ଓ ଜୟପୁରରେ ରଖୁଥିଲେ। ପରେ ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ।

ତେବେ ନବରଙ୍ଗପୁରର ରାଜୁ ସାହିରେ ଉକ୍ତ ଘରଟି ସୁରେନ୍ଦ୍ର ପଣ୍ଡା ନାମକ ଏକ ବ୍ୟକ୍ତି ଘରଭଡାରେ ନେଇଥିବାରୁ ପୁଲିସ ତାଙ୍କୁ ଖୋଜୁଛି।



from Odisha Reporter https://ift.tt/2H4yHlZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages