ଗୁଇନ୍ଦା ଚିଠି ମାମଲା: ବିଜେପି କହିଲା, ସାହସ ଅଛି ତ ବାନ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଗୁଇନ୍ଦା ଚିଠି ମାମଲା: ବିଜେପି କହିଲା, ସାହସ ଅଛି ତ ବାନ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପରାଜୟ ଭୟ ଘାରିଲାଣି। ସେଥିପାଇଁ ସେ ହିଞ୍ଜିଳିରୁ ପଳାୟନପନ୍ଥୀ ହୋଇ ବିଜେପୁରରେ ଲଢିବା ପାଇଁ ମନସ୍ଥ କରିଛନ୍ତି। ପୁଲିସ ପ୍ରଶାସନକୁ ଲଗାଇ ଏକ ଦାୟିତ୍ୱବାନ ବିରୋଧୀ ଦଳ ବିଜେପିକୁ ଯେଉଁ ନାଲି ଆଖି ଦେଖେଇଲେ ତାର ଜବାବ ସାଢେ ୪ କୋଟି ଓଡ଼ିଆ ଲୋକେ ଦେବେ ବୋଲି ବିଜେପି ମୁଖପାତ୍ର ପିତାମ୍ୱର ଆଚାର୍ଯ୍ୟ କହିଛନ୍ତି।

ସେ କହିଛନ୍ତି-“ଗୁଇନ୍ଦା ଚିଠିକୁ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଜେଡିଏସ୍‌ ଆଣିଥିଲା। ବିଜେପି ନୁହେଁ। ସମ୍ପୃର୍ଣ୍ଣ ତଥ୍ୟ ହାସଲ ନକରି ତରବରିଆ ଭାବେ ବିଜେଡି ଯେପରି ଭାବେ ସାମ୍ବାଦିକ ସମ୍ମିଳନୀ କରିଥିଲା, ସେଥିରୁ ଲାଗୁଛି ସେମାନେ ବିଜେପିକୁ ନେଇ ଅତ୍ୟନ୍ତ ଭୟଭୀତ ଅଛନ୍ତି। ତେଣୁ ପୁଲିସ ବିଭାଗର ଡିଜି ବିରୋଧୀ ଦଳକୁ ନାଲିଆଖି ଦେଖାଇବା ବନ୍ଦ କରନ୍ତୁ। ଯଦି ସାହସ ଅଛି ବିଜେପିକୁ ବାନ୍ଧନ୍ତୁ।”

ଶ୍ରୀ ଆଚାର୍ଯ୍ୟ କହିଛନ୍ତି-“ପୁଲିସ ଓ ବିଜୁ ଜନତା ଦଳର ପ୍ରବକ୍ତା ଉଭୟେ କହିଛନ୍ତି, ଏହି ଚିଠିଟା କର୍ଣ୍ଣାଟକରୁ ଆସିଛି। କର୍ଣ୍ଣାଟକ ଓଡ଼ିଶା ପୁଲିସର ତଦନ୍ତ ପରିସରଭୁକ୍ତ ନୁହେଁ। ତେଣୁ ଏହି ଘଟଣାର ତଦନ୍ତ ସିବିଆଇ କିମ୍ବା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ଦିଆଯାଉ। ଏହି ପ୍ରସଙ୍ଗରେ ଆଜି ବିଜେପିର ଉପସଭାପତି ସମୀର ମହାନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛନ୍ତି। ତେଣୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଘଟଣାର ତଦନ୍ତ ଯଥାଶୀଘ୍ର ସିବିଆଇ କିମ୍ବା ଜାତୀୟ ଅନୁସନ୍ଧାନ ସଂସ୍ଥା ଦ୍ୱାରା କରାନ୍ତୁ।”

ସେ କହିଛନ୍ତି-“ରାଜ୍ୟ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକଙ୍କ ଦସ୍ତଖତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଚିଠିରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହାରିଯିବା ସମ୍ଭାବନା ଥିବା କୁହାଯାଇଥିଲା । ତା’ ଛଡ଼ା କେଉଁଠାରୁ ନିର୍ବାଚନ ଲଢ଼ି ଲେ ମୁଖ୍ୟମନ୍ତ୍ରୀଙ୍କୁ ସୁବିଧା ହେବ ତାହା ଏହି ପତ୍ରରେ ଉଲ୍ଲେଖ କରାଯାଇଛି। ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ନ ଲଢ଼ି ଅନ୍ୟ ଗୋଟିଏ ନିର୍ବାଚନମଣ୍ଡଳୀରୁ ଲଢ଼ି ବା ପାଇଁ ପ୍ରସ୍ତାବ ଦିଆଯାଇଛି। ଯାହାକୁ ମୁଖ୍ୟମନ୍ତ୍ରୀ ନିଜେ ମାନିଛନ୍ତି। ହିଞ୍ଜିଳି ସହ ବିଜେପୁରରୁ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଖାଲି ହିଞ୍ଜିଳି, ନୁହେଁ ,ବିଜେପୁରରେ ମଧ୍ୟ ନବୀନବାବୁ ହାରିବେ। କାରଣ ବିଜେପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ, ସେଥିରୁ କିଛି ବି ପୂରଣ କରିନାହାନ୍ତି। ଏପଟେ ମହିଳା ସଂରକ୍ଷଣ କଥା କହୁଥିବା ବେଳେ ଜଣେ ମହିଳା ବିଧାୟିକାଙ୍କ ଟିକେଟକୁ କାଟିଛନ୍ତି।”



from Odisha Reporter https://ift.tt/2Cus9t2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages