୯ ନିର୍ବାଚନମଣ୍ଡଳୀରେ ଛିଡୁନି ବିଜେଡିର ଅଙ୍କ, ଚିନ୍ତାରେ ଆଶାୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

୯ ନିର୍ବାଚନମଣ୍ଡଳୀରେ ଛିଡୁନି ବିଜେଡିର ଅଙ୍କ, ଚିନ୍ତାରେ ଆଶାୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋମବାର ବିଜେଡି ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ବହୁ ସାଂସଦ ଓ ବିଧାୟକଙ୍କୁ ବାଦ ଦିଆଯାଇଛି। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁଥିପାଇଁ କଳାହାଣ୍ଡି ସାଂସଦ ଅର୍କକେଶରୀ ଓ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ଇସ୍ତଫା ଦେଇଥିବା ବେଳେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ପରୋକ୍ଷରେ ଧମକ ଦେଇଛନ୍ତି। ଯାହା ବିଜେଡି ମୁଖିଆଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଅନ୍ୟପକ୍ଷରେ ଏବେବି ୯ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଚୟନ ଝୁଲି ରହିଥିବାରୁ ଆଶାୟୀମାନେ ମଇଦାନକୁ ପ୍ରଚାର ପାଇଁ ଯାଇ ପାରୁନାହାନ୍ତି। ସେମାନେ ବିଜେଡି ମୁଖିଆଙ୍କ ଚାରି ପାଖରେ ଘୂରିବୁଲୁଛନ୍ତି।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ହେଉଛନ୍ତି ବଳଭଦ୍ର ମାଝୀ। ଚଳିତବର୍ଷ ତାଙ୍କୁ ଟିକେଟ ନମିଳିବା ଆଶଙ୍କା କରାଯାଉଛି। ତାଙ୍କ ସ୍ଥାନରେ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପ୍ରଦୀପ ଦିଶାରୀଙ୍କୁ ଦଳ ବିଧାୟକ ପ୍ରାର୍ଥୀ କରିବା ପାଇଁ ଯୋଜନା କରୁଥିବା ଆଲୋଚନା ହେଉଛି। ଯେଉଁଥିପାଇଁ ଏଠାରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରୁନି ଦଳ।

ସେହିପରି ମନ୍ତ୍ରୀ ରମେଶ ମାଝୀଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କରାଯିବା ପରେ ଝରିଗାଁରୁ କାହାକୁ ଟିକେଟ୍ ଦିଆଯିବ, ସେନେଇ ଅଙ୍କକଷା ଚାଲିଛି।

ମାଲକାନାଗିରି ପାଇଁ ବିଧାୟକ ମାନସ ମାଡକାମୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଛି। ପଟ୍ଟାଙ୍ଗିରେ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଓ ଅଶୋକ ପାଙ୍ଗୀଙ୍କ ମଧ୍ୟରେ ଲାଗି ରହିଛି ଛକାପଞ୍ଝା। ବ୍ରଜରାଜନଗରରେ କିଶୋର ମହାନ୍ତି ଓ ଅନୁପ ସାଏଙ୍କ ଭିତରେ ଚାଲିଛି ରେସ୍। ବୀରମିତ୍ରପୁରରେ ଦିଲୀପ ତିର୍କିଙ୍କୁ ପ୍ରାର୍ଥୀ କରାଯିବା ନେଇ ଚାଲିଛି ଅଙ୍କକଷା।

ଲୋଇସିଂହାରୁ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ବେହେରା ଆଶାୟୀ ଅଛନ୍ତି। ହେଲେ ସେଠାରେ କଳିକେଶ ଓ ଯୋଗେନ୍ଦ୍ରଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବଲାଙ୍ଗିର ବିଧାନସଭା ଆସନ ପାଇଁ ଅର୍କେଶ ସିଂହଦେଓ ଓ ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ ବିବାଦ ଥିବାରୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ଫୁଲବାଣୀରେ ବିଧାୟକ ଡୁଗୁନି କଅଁରଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବ ନା ଆଉ କିଏ ପ୍ରର୍ଥୀ ହେବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି।

ଆଗକୁ ଆହୁରି ୧୨ଟି ଲୋକସଭା ଓ ୯୩ଟି ବିଧାନସଭା ଆସନ ଲାଗି ଟିକେଟ୍ ଘୋଷଣା ହେବ। ଏହାପରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମହଲରେ କିଭଳି ପ୍ରତିକ୍ରିୟା ସୃଷ୍ଟି ହେବ ତା’ଉପରେ ଏବେ ସମସ୍ତଙ୍କ ନଜର ରହିଛି।



from Odisha Reporter https://ift.tt/2JklV4S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages