ମାଲିଙ୍ଗାଙ୍କୁ ଆଇପିଏଲ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ମାଲିଙ୍ଗାଙ୍କୁ ଆଇପିଏଲ ଅନୁମତି

କଲମ୍ବୋ: ଶ୍ରୀଲଙ୍କାର ଅଭିଜ୍ଞ ପେସ ବୋଲର ଲସିଥ ମାଲିଙ୍ଗାଙ୍କୁ ଶ୍ରୀଲଙ୍କା କ୍ରିକେଟ (ଏସଏଲସି) ଆଇପିଏଲ ଖେଳିବାକୁ ଅନୁମତି ଦେଇଛି। ନିକଟରେ ଏସଏଲସି ଚୟନକର୍ତ୍ତା କହିଥିଲେ ଯେ, ବିଶ୍ୱକପ ଖେଳିବା ଉପଲବ୍ଧ ଶ୍ରୀଲଙ୍କାର ସବୁ ଖେଳାଳିଙ୍କୁ ଘରୋଇ ସୁପର ପ୍ରୋଭିନ୍ସିଆଲ ଦିନିକିଆ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡ଼ିବ।

ଏହି କାରଣରୁ ମାଲିଙ୍ଗା ଆଇପିଏଲର ଦ୍ୱାଦଶ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ ୬ଟି ମ୍ୟାଚ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ମାଲିଙ୍ଗାଙ୍କ ଏହି ନିଷ୍ପତ୍ତି ପରେ ବିସିସିଆଇ ଶ୍ରୀଲଙ୍କା ବୋର୍ଡକୁ ଅନୁରୋଧ କରିଥିଲା ଯେ, ମାଲିଙ୍ଗାଙ୍କୁ ମୁମ୍ବାଇ ପାଇଁ ଯେତିକି ସମ୍ଭବ ମ୍ୟାଚ ଖେଳିବାକୁ ଅନୁମତି ଦିଆଯାଉ।

ଶ୍ରୀଲଙ୍କା ମଧ୍ୟ ବିସିସିଆଇର ଅନୁରୋଧକୁ ଗ୍ରହଣ କରିନେଇଛି। ଫଳସ୍ୱରୂପ ଶ୍ରୀଲଙ୍କା ବୋର୍ଡ ମଙ୍ଗଳବାର ୩୫ ବର୍ଷୀୟ ମାଲିଙ୍ଗାଙ୍କୁ ଆଇପିଏଲ ଖେଳିବାକୁ ଅନୁମତି ପ୍ରଦାନ କରିଛି। ସୂଚନାଯୋଗ୍ୟ, ଆଇପିଏଲରେ ମାଲିଙ୍ଗା ୧୧୦ ମ୍ୟାଚ ଖେଳି ୧୫୪ ୱିକେଟ ନେଇଛନ୍ତି। ସେ ୨୦୦୮ ପରଠାରୁ ନିୟମିତ ଭାବେ ମୁମ୍ବାଇ ପକ୍ଷରୁ ଖେଳିଆସୁଛନ୍ତି।



from Odisha Reporter https://ift.tt/2FAXKex

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages