ଫେଡେରର ଜିତିଲେ ୧୦୦ତମ ସିଙ୍ଗଲ୍ସ ଟାଇଟଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଫେଡେରର ଜିତିଲେ ୧୦୦ତମ ସିଙ୍ଗଲ୍ସ ଟାଇଟଲ୍

ଦୁବାଇ: ସ୍ୱିଜରଲ୍ୟାଣ୍ଡର ରୋଜର ଫେଡେରର ଦୁବାଇ ଟେନିସ୍ ଚାମ୍ପିୟନଶିପ୍ ଟାଇଟଲ୍ ଜିତି ଆଉ ଏକ ଉପଲବ୍ଧି ନିଜ ନାମରେ କରିଛନ୍ତି । ସେ ଶନିବାର ଖେଳାଯାଇଥିବା ଫାଇନାଲରେ ଗ୍ରୀସର ଷ୍ଟିଫାନୋସ୍ ସିଟସିପାସଙ୍କୁ ହରାଇ ଏହି ଟାଇଟଲ୍ ଜିତିଛନ୍ତି । ଟେନିସ୍ ଇତିହାସର ସବୁଠାରୁ ମହାନ୍ ଖେଳାଳି ଆଖ୍ୟା ଅର୍ଜନ କରିସାରିଥିବା ଫେଡେରର ଏଥିସହ ନିଜର ସିଙ୍ଗଲ୍ସ ଟାଇଟଲ୍ ସଂଖ୍ୟା ୧୦୦ରେ ପହଞ୍ଚାଇଛନ୍ତି । ସେ ଟେନିସ୍ ଇତିହାସରେ ଦ୍ୱିତୀୟ ଖେଳାଳି ଭାବେ ସିଙ୍ଗଲ୍ସ ଟାଇଟଲ ହାସଲ କରିବାରେ ଶତକ ମାରିଛନ୍ତି ।

ବିଶ୍ୱର ୭ ନମ୍ବର ଖେଳାଳି ଫେଡେରର ଫାଇନାଲରେ ସିଟସିପାସଙ୍କୁ ୬-୪, ୬-୪ ସେଟରେ ପରାସ୍ତ କରିଛନ୍ତି । ୩୭ ବର୍ଷୀୟ ଫେଡେରରଙ୍କୁ ଏହି ମୁକାବିଲା ଜିତିବା ପାଇଁ ୬୯ ମିନିଟ୍ ସମୟ ଲାଗିଥିଲା । ସିଟସିପାସ୍ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍‌ର ଚତୁର୍ଥ ରାଉଣ୍ଡରେ ଫେଡେରରଙ୍କୁ ହରାଇଥିଲେ, କିନ୍ତୁ ଏଥର ଫେଡେରର ତାଙ୍କୁ ଏଭଳି କୌଣସି ସୁଯୋଗ ଦେଇନାହାନ୍ତି ।

‘ସ୍ୱିସ୍ କିଙ୍ଗ’ ନାମରେ ଲୋକପ୍ରିୟ ଫେଡେରରଙ୍କ ଏହା ୧୦୦ତମ ସିଙ୍ଗଲ୍ସ ଏବଂ ମୋଟ ୧୦୮ତମ ଏଟିପି ଟାଇଟଲ୍ । ପୂର୍ବତନ ଏକ ନମ୍ବର ଖେଳାଳି ୮ ଡବଲ୍ସ ଟାଇଟଲ୍ ମଧ୍ୟ ଜିତିଛନ୍ତି । ଫେଡେରର ୨୦୦୮ରେ ଖେଳାଯାଇଥିବା ଅଲିମ୍ପିକ୍ସ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କ ନାମରେ ସର୍ବାଧିକ ୨୦ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବାର ବିଶ୍ୱ ରେକର୍ଡ ମଧ୍ୟ ଅଛି ।

ଫେଡେରରଙ୍କ ବ୍ୟତୀତ ଆମେରିକାର ଜିମ୍ମି କନର୍ସ ଏକମାତ୍ର ଖେଳାଳି, ଯିଏ ୧୦୦ରୁ ଅଧିକ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି । ୧୯୭୨ରୁ ୧୯୭୬ ମଧ୍ୟରେ କନର୍ସ ମୋଟ ୧୦୯ ସିଙ୍ଗଲ୍ସ ଟାଇଟଲ୍ ଜିତିଥିଲେ । ଇଭାନ୍ ଲେଣ୍ଡଲ୍ (୯୪) ସର୍ବାଧିକ ଟାଇଟଲ୍ ଜିତିବାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ସ୍ପେନର ରାଫେଲ୍ ନାଡାଲ (୮୦) ଚତୁର୍ଥ, ଜନ୍ ମ୍ୟାକ୍ଏନ୍ରୋଇ (୭୭) ପଞ୍ଚମ, ରଡ୍ ଲେଭର୍ (୭୪) ଷଷ୍ଠ ଏବଂ ନୋଭାକ୍ ଜୋକୋଭିଚ୍ (୭୩) ସପ୍ତମ ସ୍ଥାନରେ ଅଛନ୍ତି।



from Odisha Reporter https://ift.tt/2TrxtqU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages