
ପ୍ୟାରିସ୍: ଦୁବାଇ ଓପନ୍ ଜିତି କ୍ୟାରିୟରର ୧୦୦ତମ ସିଙ୍ଗଲ୍ସ ଟାଇଟଲ୍ ହାସଲ କରିଥିବା ସ୍ୱିଜରଲ୍ୟାଣ୍ଡର ଟେନିସ ତାରକା ରୋଜର ଫେଡେରରଙ୍କୁ ଏଟିପି ର୍ୟାଙ୍କିଙ୍ଗରେ ଫାଇଦା ହୋଇଛି । ସଦ୍ୟ ପ୍ରକାଶିତ ର୍ୟାଙ୍କିଙ୍ଗରେ ଫେଡେରର ତିନୋଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।
ଦୁବାଇ ଓପନ୍ ଫାଇନାଲରେ ଫେଡେରର ଗ୍ରୀସର ଷ୍ଟିଫାନୋସ୍ ସିଟସିପାସଙ୍କୁ ହରାଇ ଇତିହାସ ରଚିଥିଲେ। ଫେଡେରରଙ୍କଠାରୁ ହାରିଥିବା ସିଟସିପାସ ପ୍ରଥମଥର ଟପ-୧୦ରେ ପ୍ରବେଶ କରିଛନ୍ତି। ଦୁବାଇ ଓପନ ସେମିଫାଇନାଲିଷ୍ଟ ଗାଇଲ ମୋନଫିଲ୍ସ ୧୯ତମ ସ୍ଥାନକୁ ଉଠିଛନ୍ତି ।
ଦୁବାଇ ଓପନରେ ବିଶ୍ୱର ଦୁଇ ନମ୍ବର ଖେଳାଳି ରାଫେଲ ନାଡାଲ ଓ ତିନି ନମ୍ବର ଖେଳାଳି ଆଲେକଜାଣ୍ଡାର ଜ୍ୱେରେଭ୍, ୯ ନମ୍ବର ତାରକା ଜନ୍ ଇସନରଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିବା ଅଷ୍ଟ୍ରେଲିଆର ନିକ୍ କିର୍ଗିଅସଙ୍କୁ ପୁରୁଷ ର୍ୟାଙ୍କିଙ୍ଗରେ ସବୁଠାରୁ ବଡ଼ ଫାଇଦା ହୋଇଛି। ସେ ଏକାଥରକେ ୩୯ ସ୍ଥାନ ଉପରକୁ ଉଠି ୩୩ତମ ସ୍ଥାନରେ ପହଞ୍ଚିଛନ୍ତି। ସର୍ବିୟାର ନୋଭାକ୍ ଜୋକୋଭିଚ୍ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ନାଡାଲ୍ ଦ୍ୱିତୀୟ ଏବଂ ଜ୍ୱେରେଭ ତୃତୀୟ ସ୍ଥାନରେ ସୁରକ୍ଷିତ ରହିଛନ୍ତି।
from Odisha Reporter https://ift.tt/2TbVLG9
No comments:
Post a Comment