ବିଜେଡିରୁ-ବିଜେପି: ଏମିତି ଥିଲା ବୈଜୟନ୍ତଙ୍କ ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ବିଜେଡିରୁ-ବିଜେପି: ଏମିତି ଥିଲା ବୈଜୟନ୍ତଙ୍କ ଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପଦ୍ମ ଧରିଛନ୍ତି ବୈଜୟନ୍ତ। ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ତାଙ୍କୁ ଦଳରେ ସାମିଲ କରାଯାଇଛି। ହେଲେ ବିଜେଡିର ଅଭିଯୋଗ ଏ ସବୁ ପ୍ରାୟୋଜିତ, ଯାହା ପୂର୍ବରୁ ହେବାର ଥିଲା ତାହା ଏବେ ହେଉଛି।

ଦିନ ଥିଲା, ଜାତୀୟସ୍ତରରେ ବୈଜୟନ୍ତ ଥିଲେ ବିଜେଡିର ଫେସ୍। ଅନେକ ଜାତୀୟ, ଆନ୍ତର୍ଜତୀୟ ଉତ୍ସବରେ ତାଙ୍କୁ ହିଁ ଦେଖିବାକୁ ମିଳୁଥିଲା। ହେଲେ ୨୦୧୪ ନିର୍ବାଚନ ପରଠାରୁ ଉଦ୍ଦେଶ୍ୟମୂଳକ ଭାବେ ବୈଜୟନ୍ତଙ୍କୁ  ବିଜେଡି ତା’ର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିବାକୁ ଆରମ୍ଭ କଲା।

ଷଡ଼ଯନ୍ତ୍ର ଚାଲିଲା। ବୈଜୟନ୍ତଙ୍କ ବିରୋଧରେ ଅଣ୍ଡାମାଡ଼, ଢେଲାମାଡ଼ ଓ ବିରୋଧ ଭଳି ଘଟଣା ବଢ଼ିଲା। ମିଥ୍ୟାମାମଲା ଦାୟର କରାଯିବା ସହ ପରିବାରିକ ମାଲିକାନାରେ ଥିବା ଗୋଟିକ ପରେ ଗୋଟିଏ ସଂସ୍ଥାକୁ ବି ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍ କରିଥିଲା ଶାସକ ଦଳ।

ତିକ୍ତତା ଏଭଳିସ୍ତରରେ ପହଞ୍ଚିଥିଲା ଯେ, ବୈଜୟଙ୍କ ବାପା ତଥା ବିଜୁ ବାବୁଙ୍କ ପରମ ବନ୍ଧୁ ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗକୁ ମୁଖ୍ୟମନ୍ତ୍ରୀ  କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ଆସିଲେ ନାହିଁ।

ଏମିତି ଥିଲା ଘଟଣାକ୍ରମ

କଳିର ମୂଳଦୂଆ:  ଏହି ତିକ୍ତ ସମ୍ପର୍କର ତିକ୍ତତା ୨୦୧୪ରୁ ପଡି ସାରିଥିଲା। ନିର୍ବାଚନର ଠିକ୍ ପରେ ବିଜେଡିକୁ ପଞ୍ଚାୟତ ନିର୍ବାଚନ ଝଟ୍‌କା ନେଇ, ବୈଜୟନ୍ତଙ୍କ “ଆତ୍ମସମୀକ୍ଷାର ବେଳ” ଶୀର୍ଷକ ଏକ ନିବନ୍ଧ ପ୍ରକାଶ ପାଏ। ଖବରକାଗଜରେ ଏହି ଲେଖା ପ୍ରକାଶ ପାଇବା ପରେ ସଂସଦୀୟ ଦଳ ମୁଖପାତ୍ର ପଦରୁ ବିଦା କରି ବିଧିବଦ୍ଧ ଭାବେ ତାଙ୍କ ବିରୋଧରେ ପ୍ରଥମ ଦଳୀୟ କାର୍ଯ୍ୟାନୁଷ୍ଠାନ ନେଇଥିଲା ବିଜେଡି।

ଅଣ୍ଡାମାଡ଼: ୨୦୧୭ ମେ ୩୦ ତାରିଖରେ ମାହାଙ୍ଗାରେ ଏକ ପାଣିଟାଙ୍କି ଉଦ୍‌ଘାଟନ ବେଳେ ଦଳ ଭିତରୁ କେହି ବୈଜୟନ୍ତଙ୍କ ଉପରକୁ ଅଣ୍ଡା ଓ ଢେଲାପଥର ମାଡ଼ କଲେ। ମୁଖ୍ୟମନ୍ତ୍ରୀ ଖବର ପାଇଥିଲେ ବି ସୌଜନ୍ୟତା ଦୃଷ୍ଟିରୁ ଥରୁଟିଏ ବି ବୈଜୟନ୍ତଙ୍କ ସହ କଥା ହୋଇ ନ ଥିଲେ। ଦଳ ଭିତରେ କୋଣଠେସା କରିବା ଲାଗି ଚାଲିଲା ଷଡ଼ଯନ୍ତ୍ର।

ପାଣ୍ଡିଆନ୍‌ ଝଡ଼: ଏସବୁ ଷଡ଼ଯନ୍ତ୍ର ପଛରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍‌ଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର୍ ଧରିଲା । ନିଜେ ବୈଜୟନ୍ତ ମଧ୍ୟ ଖୋଲାଖୋଲି ଭାବେ ପାଣ୍ଡିଆନ୍‌ଙ୍କୁ ଏଥିପାଇଁ ଦାୟି କଲେ। ତର୍କ ବିତର୍କ ଆରମ୍ଭ ହେଲା। ଶେଷରେ ବୈଜୟନ୍ତଙ୍କୁ ଦଳରୁ ବିଦା କରିବା ପାଇଁ ଦଳବିରୋଧୀ କାର୍ଯ୍ୟର ଅଭିଯୋଗ ଆଣି 2018 ଜାନୁଆରୀ ୧୯ରୁ ପ୍ରାୟୋଜିତ ଭାବେ ସବୁଦିନ ନବୀନ ନିବାସରେ ମେଳିହେଲା ଓ ବହିଷ୍କାର ଦାବି ଉଠିଲା। ଶେଷରେ ଜାନୁୟାରୀ ୨୪ରେ ବୈଜୟନ୍ତ ବିଜେଡିରୁ ହେଲେ ନିଲମ୍ବିତ।

ସାମ୍ବିଧାନିକ ପଦରୁ ଇସ୍ତଫା ଦାବି:  ବୈଜୟନ୍ତ ମିଥ୍ୟାସତ୍ୟପାଠ ଦାଖଲ ଅଭିଯୋଗ ଆଣି ଦଳର ବିଧାୟକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଦାବି କଲେ । କେନ୍ଦ୍ରାପଡ଼ା କୋର୍ଟରେ ମଧ୍ୟ ଏନେଇ ମାମଲା ରୁଜୁ ହେଲା। ବୈଜୟନ୍ତଙ୍କୁ ବଦନାମ୍‌ କରିବାକୁ ତାଙ୍କ ସହଯୋଗୀ ଦେବାଶିଷ ମଲ୍ଲିକଙ୍କ ଏକ ଅଡିଓ ଟେପ୍ ସାମ୍ବାଦିକ ସମ୍ମିଳନୀରେ ଜାରି କଲେ ପୂର୍ବତନ ସାଂସଦଙ୍କ ସହଯୋଗୀ ସଲିମ୍ ଖାନ।

ପାରିବାରିକ ଶିଳ୍ପ ଉପରେ ରାଗ: ସବୁ ଷଡ଼ଯନ୍ତ୍ର ପଦାକୁ ଆସିବା ପରେ ବଢିଲା ବିଜେଡିର ଆକ୍ରୋଶ। ଯାହାର ଟାର୍ଗେଟ୍  ହେଲା ବୈଜୟନ୍ତଙ୍କ ପରିବାରିକ ମାଲିକାନାରେ ଥିବା ସଂସ୍ଥା। ଗୋଟିକ ପରେ ଗୋଟିଏ ସଂସ୍ଥା ଉପରେ ଦାଉ ସାଧିଲା ଶାସକ ଦଳ। ମେକ୍ଇନ୍ ଓଡ଼ିଶା କନ୍‌କ୍ଲେଭ  ସିଆଇଆଇ ଓହରିବା ପଛରେ ବୈଜୟନ୍ତଙ୍କ ପତ୍ନୀ ତଥା ଓଟିଭି ମୁଖ୍ୟ ଜଗି ମଂଗନ୍ତ ପଣ୍ଡାଙ୍କ ହାତ ଥିବା ଅଭିଯୋଗ ଆଣିଲା ବିଜେଡି।  ଟାର୍ଗେଟ୍ ହେଲା ବ୍ରହ୍ମପୁରରେ ଅର୍‌ଟେଲ୍‌ ଅଫିସ୍‌। ତା ପରେ ଭୁବନେଶ୍ୱର ଅଫିସ୍‌ରେ ହେଲା ଚଢାଉ। ଥେରୁବାଲି ଇମ୍ଫାରେ ବି ଚାଲିଲା ପ୍ରାୟୋଜିତ ଆନ୍ଦୋଳନ, ହିଂସାକାଣ୍ଡ।

ଓଟିଭି ବୟକଟ୍‌: ରାଗ ପଞ୍ଚମକୁ ଚଢିବାରୁ ଅତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କଲା ବିଜେଡି। ଓଡିଶାର ଲୋକପ୍ରିୟ ଟିଭି ଚ୍ୟାନାଲ ଓଟିଭିକୁ ବୟକଟ୍‌ କରାଗଲା। କୌଣସି ପ୍ୟାନେଲ୍‌ ଡିସ୍‌କସନ୍‌ ଓ କାର୍ଯ୍ୟକ୍ରମରେ ବିଜେଡି ନେତୃବୃନ୍ଦ ଯୋଗ ଦେବେ ନାହିଁ ବୋଲି ଜାରି ହେଲା ସର୍କୁଲାର। ସ୍ଥିତି ଏମିତି ହେଲା ଯେ, ହକି ବିଶ୍ୱକପ୍‌ ସମୟରେ ଓଟିଭିକୁ ରିପୋଟିଂ ପାଇଁ ଷ୍ଟାଡିୟମ୍‌ ମଧ୍ୟକୁ ପ୍ରବେଶ ଅନୁମତି ରଦ୍ଦ କରି ଦିଆଗଲା।

ଦିବଙ୍ଗତଙ୍କୁ ବଂଶୀ ପଣ୍ଡାଙ୍କୁ ଅପମାନ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ବୈଜୟନ୍ତଙ୍କ ପିତା ବଂଶୀଧର ପଣ୍ଡା ଥିଲେ ଘନିଷ୍ଠ ବନ୍ଧୁ। ହେଲେ ବଂଶୀଧରଙ୍କ ମୃତ୍ୟୁ ପରେ ସୌଜନ୍ୟତା ଭୁଲିଗଲା ବିଜେଡି। ଏପରିକି ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ଶେଷ ଦର୍ଶନ ଲାଗି ଆସିଲେ ନାହିଁ।

ଶେଷରେ ଇସ୍ତଫା: ୨୦୧୮ ମେ ୨୮ରେ ବିଜେଡିରୁ ଇସ୍ତଫା ଦେଲେ ବୈଜୟନ୍ତ। ପିତାଙ୍କ ମୃତ୍ୟୁକୁ ଅପମାନ କରିଥିବା ତାଙ୍କୁ ବାଧିଥିଲା। ଏଣୁ ଏଭଳି ନୀଚ୍ଚ  ମନୋବୃତି ଥିବା ଦଳରେ ରହିବା ତାଙ୍କ ଆତ୍ମସମ୍ମାନର ବିରୋଧ ବୋଲି ଦର୍ଶାଇ ଶେଷରେ ସେ ବିଜେଡି ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରିଥିଲେ ।

ହେଲିକପ୍‌ଟର ସିଜ୍‌: ଇସ୍ତଫା ପରେ ବି ଷଡ଼ଯନ୍ତ୍ର ଥମି ନ ଥିଲା । ଚିଲିକାରେ ବିବାଦୀୟ ହେଲିକପ୍ଟର ଉଡ଼ାଣ ଅଭିଯୋଗ ମାମଲାରେ ଇମ୍ଫାର ୩ଟି ହେଲିକପ୍ଟରକୁ ସିଜ୍ କଲା ପୁରୀ ପୁଲିସ୍। ତେବେ ଡିଜିସିଏର କ୍ଲିନ୍‌ଚିଟ୍ ପରେ ସେ ସବୁକୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ ସରକାର। ଏସବୁ  ଭିତରେ ବୈଜୟନ୍ତଙ୍କ କେନ୍ଦ୍ରାପଡ଼ାରେ ରୀତିମତ ବିଭିନ୍ନ କାର୍ଯ୍ୟକ୍ରମ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ହେଇଯାଉ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ସମର୍ଥନ ପାଇ ଆସିଛନ୍ତି।



from Odisha Reporter https://ift.tt/2EyNoKm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages