ଭୋଟରଙ୍କୁ ପ୍ରତାପ ଜେନାଙ୍କ ଲୋଭନୀୟ ଅଫର ଭିଡିଓ ସାମ୍ନାକୁ ଆସିଲା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଭୋଟରଙ୍କୁ ପ୍ରତାପ ଜେନାଙ୍କ ଲୋଭନୀୟ ଅଫର ଭିଡିଓ ସାମ୍ନାକୁ ଆସିଲା, ଦେଖନ୍ତୁ ଭିଡିଓ

ସାଲେପୁର (ମନୋଜ ଆଚାର୍ଯ୍ୟ): ବିଜେଡି ସଭାରେ ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ ଟଙ୍କା ଲୋଭ ଦେଖାଉଥିବା ଅଭିଯୋଗ ହୋଇଥିଲା। ଏହାର ଅଡିଓ ଗଣମାଧ୍ୟମରେ ପ୍ରସାରଣ ପରେ ବିବାଦ ଦେଖାଦେଇଥିଲା। ଏବେ ଏହାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି।

ସାଲେପୁର ମାଳ ଗାଁରେ ଗତ ୧୩ ତାରିଖରେ ଏକ ସଭାରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଖୋଲା ଅଫର ଦେଇଥିଲେ ପ୍ରତାପ। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବ, ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଖୋଲାଖୋଲି ଘୋଷଣା କରିଥିଲେ। ଏହି ସମୟରେ ଉପସ୍ଥିତ ଜନତା ଓ ଗଣମାଧ୍ୟମ ପ୍ରତିନଧିଙ୍କୁ ମୋବାଇଲ୍‌ ଓ କ୍ୟାମେରା ବନ୍ଦ କରିବାକୁ ତାଗିଦ ମଧ୍ୟ କରିଥିଲେ।

ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିଲା। ବିଜେପି ଏହାକୁ ଧର୍ତ୍ତବ୍ୟ ଅପରାଧ ବୋଲି ଦର୍ଶାଇ ପ୍ରତାପଙ୍କୁ ଆଗାମୀ ନିର୍ବାଚନ ଲଢିବାକୁ ଅସିଦ୍ଧ ଘୋଷଣା କରିବା ଦାବିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଫେରାଦ ହୋଇଥିଲା। କଟକ ଜିଲ୍ଲା ବିଜେପି ସଭାପତି ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ ସାଲେପୁର ଥାନାରେ ଏତଲା ଦେଇଥିଲେ।

କଂଗ୍ରେସ ମଧ୍ୟ ପ୍ରତାପ ଜେନାଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଉ ବୋଲି ଦାବି କରିଥିଲା।

ଏବେ ଘଟଣାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଥିବାରୁ ନିର୍ବାଚନ ଅଧିକାରୀ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2O5rOBO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages