ଜନାଦେଶ ୨୦୧୯: ଟାର୍ଗେଟ୍‌ରେ ନୂଆ ଭୋଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଜନାଦେଶ ୨୦୧୯: ଟାର୍ଗେଟ୍‌ରେ ନୂଆ ଭୋଟର

ନୂଆଦିଲ୍ଲୀ:୨୦୧୯ ସାଧାରଣ ନିର୍ବାଚନ ଯେତେ ପାଖଉଛି ସମୀକରଣ ସେତେ ମୋଡ଼ ନେବାରେ ଲାଗିଛି। ବିଭିନ୍ନ ଦଳର ବଡ଼ ବଡ଼ ନେତାଙ୍କ ଦଳ ବଦଳ ନିର୍ବାଚନୀ ମାହୋଲକୁ ରୋଚକ କରିଛି। କିନ୍ତୁ ସମସ୍ତଙ୍କ ଅଲକ୍ଷ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ଏଥର ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଥିବା ଇଣ୍ଟରନେଟ୍‌ ପିଢ଼ି, ଯେଉଁମାନଙ୍କ ବୟସ ୧୮ରୁ ୧୯ବର୍ଷ।

ସେମାନଙ୍କ ସଂଖ୍ୟା ସମଗ୍ର ଦେଶରେ ମାତ୍ର ୧.୫ କୋଟି, କିନ୍ତୁ ପ୍ରକୃତରେ ସେମାନେ ହିଁ ଏଥରର ନିର୍ବାଚନ ଫଳାଫଳକୁ ବେଶୀ ପ୍ରଭାବିତ କରିବେ। କାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଟେଲିଭିଜନ୍ ଓ ଖବରକାଗଜ ଉପରେ କଟକଣା ଲାଗିସାରିଛି, କିନ୍ତୁ ସୋଶାଲ ମିଡିଆରେ ନେତାମାନେ ଏବେ ମଧ୍ୟ ପ୍ରଚାରପ୍ରସାର ଚାଲୁ ରଖିଛନ୍ତି। ଏପରିକି ଇଣ୍ଟରନେଟ୍‌ର ଧାର ଧରୁ ନଥିବା ରାଜନୀତିକ ବ୍ୟକ୍ତିମାନେ ବର୍ତ୍ତମାନ ସୋଶାଲ ମିଡିଆରେ ନିଜର ଉପସ୍ଥିତି ଜାହିର କରୁଛନ୍ତି। ଯଦିଓ ଅର୍ଥ ଖର୍ଚ୍ଚ କରି ଫଲୋୟର୍ସଙ୍କ ସଂଖ୍ୟା ବଢ଼ାଯାଇପାରୁଛି, ଏମାନଙ୍କ ବ୍ୟକ୍ତିତ୍ୱର ପ୍ରକୃତ ପରୀକ୍ଷା ଯୁବପିଢ଼ି ହିଁ ନେବେ।

ଅନ୍ୟପକ୍ଷରେ ବିଭିନ୍ନ ସମସ୍ୟାଭିତ୍ତିକ ପ୍ରସଙ୍ଗ ବାବଦରେ ସୋଶାଲ ମିଡିଆରୁ ସେମାନେ ଜାଣିପାରୁଥିବାରୁ, କେବଳ ଯେ ନିର୍ବାଚନୀ ହାୱା ଦେଖି ସେମାନେ ଭୋଟ୍‌ ଦେବେ ତାହା ଭୁଲ ସାବ୍ୟସ୍ତ ହେବାକୁ ଯାଉଛି। ଜନଆକ୍ରୋଶ, ଧ୍ରୁବୀକରଣ, ଜାତି ରାଜନୀତି ଏବଂ ଉଗ୍ର ରାଷ୍ଟ୍ରବାଦ ଭଳି ପ୍ରସଙ୍ଗ ପୂର୍ବରୁ ପ୍ରଭାବୀ ସାବ୍ୟସ୍ତ ହୋଇ ଆସିଥିବାବେଳେ ନୂଆ ଭୋଟର ଏହି ଅଙ୍କ ସବୁକୁ ବିଗାଡ଼ିପାରେ ବୋଲି ପୂର୍ବରୁ ମଧ୍ୟ ପ୍ରମାଣିତ ହୋଇଆସୁଛି।

ଏହି ବର୍ଗର ଭୋଟରଙ୍କ ସ୍ୱତନ୍ତ୍ରତା ହେଉଛି ସେମାନଙ୍କ ପାଖରେ ଅଧିକ ସୂଚନା ରହିଛି, ପରିବାରର ଅନ୍ୟ ସଦସ୍ୟଙ୍କ ତୁଳନାରେ ସେମାନେ ଅଧିକ ଶିକ୍ଷିତ ଏବଂ ଟେକ୍ନୋ ସ୍ୟାଭି ବା ଟେକ୍ନୋଲୋଜି ସହିତ ଅତି ପରିଚିତ। ଏପରି ହୋଇପାରେ ଯେ ପରିବାରର ଲୋକେ ଗୋଟିଏ ବିଚାର ବା ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ ଦେଉଥିଲେ ମଧ୍ୟ ଏ ପିଢ଼ି ସେଭଳି ଚିରାଚରିତ ପ୍ରଥା ଭାଙ୍ଗିବାର ସମ୍ଭାବନା ଯଥେଷ୍ଟ। ଆଉ ସବୁଠାରୁ ବଡ଼ କଥା ହେଲା ସେମାନେ ମତ ରଖିବା ଏବଂ ଯୁକ୍ତି ଉପସ୍ଥାପନ କରିବାର କଳା ପୂର୍ବରୁ ଶିଖିନେଇଥିବାରୁ ତାଙ୍କ ପରିବାର ଲୋକଙ୍କୁ ଏବଂ ବନ୍ଧୁବର୍ଗଙ୍କୁ ପ୍ରଭାବିତ କରିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।

ଆଉ ଏହି ବୟସର ଭୋଟରଙ୍କୁ ପ୍ରଭାବିତ କରିବାର ମାଧ୍ୟମ ମଧ୍ୟ ସହଜ ହୋଇପଡ଼ିଛି। ଅନ୍ୟ ବୟସ ବର୍ଗର ଭୋଟରଙ୍କୁ ବ୍ୟକ୍ତିଗତ ଭାବରେ ନଚେତ ଜନସଭା ମାଧ୍ୟମରେ ଭେଟିବାକୁ ପଡ଼ୁଥିବାବେଳେ ଏମାନଙ୍କୁ ଫେସବୁକ୍‌, ଟ୍ୱିଟର ଏବଂ ହ୍ୱାଟ୍ସଆପ୍‌ରେ ମଧ୍ୟ ଭେଟି ହେଉଛି। ଆଉ ଏବେ ଟିକେଟ୍‌ ବଣ୍ଟା ଆରମ୍ଭ ହୋଇନଥିଲେ ମଧ୍ୟ ଏହି ମାର୍ଗରେ ଶକ୍ତି ପ୍ରଦର୍ଶନ ପାଇଁ କସରତ୍‌ ଆରମ୍ଭ ହୋଇସାରିଛି।

ତଥ୍ୟ ହିସାବକୁ ନେଲେ ଜଣାଯାଏ ଏଥରର ନିର୍ବାଚନରେ ଓଡ଼ିଶାରୁ ୫ ଲକ୍ଷ ୪୫ ହଜାର ୪୦୧ ନୂଆ ଭୋଟର (୧୮-୧୯ ବର୍ଷ) ଭୋଟ୍‌ ଦେବେ। ଏହି ବୟସ ବର୍ଗରେ ପଶ୍ଚିମବଙ୍ଗର ସର୍ବାଧିକ ୨୦ ଲକ୍ଷ, ଉତ୍ତରପ୍ରଦେଶର ୧୬ ଲକ୍ଷ, ମଧ୍ୟପ୍ରଦେଶର ୧୩ ଲକ୍ଷ, ମହାରାଷ୍ଟ୍ରର ୧୧ ଲକ୍ଷ ନୂଆ ଭୋଟର ଭୋଟ୍‌ ଦେବେ।

ଏବର୍ଷ ମୋଟ ଓଡ଼ିଶାର ଭୋଟରଙ୍କ ସଂଖ୍ୟା ୩୧,୮୦୦,୭୮୭ ରହିଛି। ଲିଙ୍ଗଗତ ବର୍ଗକୁ ହିସାବ କଲେ ଏଥର ଓଡ଼ିଶାର ପୁରୁଷ ଭୋଟରଙ୍କ ସଂଖ୍ୟା ୧୬୩୩୭୩୧୦, ମହିଳା ଭୋଟରଙ୍କ ସଂଖ୍ୟା ୧୫୪୬୦୫୪୫ ଏବଂ ତୃତୀୟ ଲିଙ୍ଗର ଭୋଟରଙ୍କ ସଂଖ୍ୟା ୨୯୩୨। ଅନ୍ୟପକ୍ଷରେ ୩୭,୬୦୬ ପୋଲିଂ ଷ୍ଟେସନ୍‌ରେ ଭୋଟ୍‌ ଗ୍ରହଣ ବ୍ୟବସ୍ଥା କରାଯିବ।



from Odisha Reporter https://ift.tt/2W3yPWA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages