
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ଜାଗର ବା ମହାଶିବରାତ୍ରୀ। ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଉତ୍ସବ। ଏହି ଯାଗର ଯାତ୍ରାରେ ନିଜକୁ ସାମିଲ କରି ମହାପ୍ରଭୁଙ୍କ ଆଶିଷ ନେବାକୁ ଦୂର ଦୂରାନ୍ତରୁ ଭକ୍ତମାନେ ଏକାମ୍ର କ୍ଷେତ୍ରରେ ଭିଡ ଜମାଇଛନ୍ତି। କମିଶନରେଟ୍ ପୁଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବାରମ୍ବାର ବୈଠକ ପରେ ନୀତି ଶୃଙ୍ଖଳିତ କରିବା ସହ ଭକ୍ତମାନଙ୍କ ଦର୍ଶନରେ ଯେଭଳି କୌଣସି ବିଭ୍ରାଟ ନ ହୁଏ ସେ ପାଇଁ ବ୍ୟବସ୍ଥା କରାଯାଇଥିଲା।
ହେଲେ ଏଥର ମଧ୍ୟ ପ୍ରଶାସନିକ ଅପାରଗତା ପଦାରେ ପଡିଛି। ପାସ୍ ବଣ୍ଟନରେ ଅନିୟମିତା ଓ ନକଲି ପାସ୍ଧାରୀଙ୍କ ଦୌରାତ୍ମ୍ୟ ପୂର୍ବବର୍ଷଗୁଡିକ ପରି ଏଥର ମଧ୍ୟ ଦେଖିବାକୁ ମିଳିଛି। ଦେବୋତ୍ତର କମିଶନଙ୍କ ନକଲି ପାସ୍ ଦେଇ ଅନେକ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଏପରିକି ନକଲି ପାସ୍ ତିଆରି କରାଯାଇ ଲୋକଙ୍କୁ ବିକ୍ରି କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।
ପୁଲିସ୍ ଓ ମନ୍ଦିର ପ୍ରଶାସନ କିଛି ନକଲି ପାସ୍ ଜବତ କରିଛି। ଗୋଟିଏ କ୍ରମିକ ନମ୍ବରରେ ଏକାଧୀକ ପାସ୍ ସଂଗ୍ରହ ପରାଯିବା ପରେ ଏଗୁଡିକ ନକଲି ବୋଲି ଜଣାପଡିଥିଲା ଓ ଜବତ୍ କରାଯାଇଥିଲା ବୋଲି ପୁଲିସ୍ କହିଛି। ନକଲି ପାସ୍ରେ ପ୍ରବେଶ ନେଇ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଯାତ୍ରା ପରେ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
from Odisha Reporter https://ift.tt/2Tm9BVN
No comments:
Post a Comment