ମୋଦି ଘୃଣାର ରାଜନୀତି କରୁଛନ୍ତି: ଇମ୍ରାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ମୋଦି ଘୃଣାର ରାଜନୀତି କରୁଛନ୍ତି: ଇମ୍ରାନ୍

ଇସ୍‌ଲାମାବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ମୋଦି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଘୃଣାର ରାଜନୀତି କରୁଛନ୍ତି। ସେ ନିଜ ବିଷୟରେ ଓକିଲାତି କରି କହିଛନ୍ତି, ଯଦିଓ ମୁଁ ପାକିସ୍ତାନ ମାଟିରେ ଆତଙ୍କବାଦକୁ ବିରୋଧ କରିଆସୁଛି ମୋଦି ଏପରି କରିବା ଜାରି ରଖିଛନ୍ତି।

ଫେବୃଆରୀ ୧୪ରେ ପୁଲ୍‌ୱାମାଠାରେ ଜୈଶ-ଇ-ମହମ୍ମଦ ସଂଘଟିତ ଆତ୍ମଘାତୀ ଆକ୍ରମଣ ପରଠାରୁ ଦୁଇ ଦେଶ ମଧ୍ୟରେ ଅଶାନ୍ତି ଲାଗିରହିଛି। ଇମ୍ରାନ ଏହାକୁ ନେଇ କହିଛନ୍ତି ଭାରତର ଯେକୌଣସି ପଦକ୍ଷେପର ସେ ପ୍ରତିକ୍ରିୟା ରଖିବେ।

ହିନ୍ଦୁ ବହୁଳ ଏବଂ ଭାରତ ସୀମାକୁ ଲାଗିଥିବା ସିନ୍ଧ ପ୍ରଦେଶରେ ଇମ୍ରାନ ଏକ ରାଜନୀତିକ ରାଲିରେ ଇମ୍ରାନ୍ କହିଥିଲେ, ଘୃଣାର ରାଜନୀତି, ଭୋଟ ପାଇଁ ଲୋକଙ୍କୁ ଭାଗ ଭାଗ କରିବା ସହଜ ରାଜନୀତି। ଏହା ହିଁ ନରେନ୍ଦ୍ର ମୋଦିଙ୍କ ରାଜନୀତି। ଲୋକଙ୍କୁ ଭାଗ ଭାଗ କରିବା ଯେତେବେଳେ ନେତା କରନ୍ତି, କର୍ମୀମାନେ ମଧ୍ୟ ତାହା କରନ୍ତି। ପୁଲ୍‌ୱାମା ଆକ୍ରମଣ ପରେ କଶ୍ମିରୀମାନଙ୍କ ସ୍ଥିତି ବାବଦରେ ମଧ୍ୟ ସେ ଏଭଳି କହିଥିଲେ।

ନିର୍ବାଚନକୁ ନେଇ ଟାର୍ଗେଟ୍‌ କରିବା ଅବସରରେ ଇମ୍ରାନ୍‌ କହିଥିଲେ, “ଯଦି କେହି ଭାବୁଛି ଗୋଟିଏ ନିର୍ବାଚନ ଜିତିବାପାଇଁ ସେମାନେ ପାକିସ୍ତାନୀଙ୍କୁ ମାରିବେ, ଏମିତି ଭାବିନିଅନି ଯେ ଆମ ତରଫରୁ କୌଣସି ପ୍ରତିକ୍ରିୟା ଯିବନି।”



from Odisha Reporter https://ift.tt/2tXJXYV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages