ନିଜ ବାହାଘର ଅଧାରୁ ବନ୍ଦ କରିବାକୁ ଚାହୁଁଥିଲେ ନିକ୍, ହେଲେ କାହିଁକି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ନିଜ ବାହାଘର ଅଧାରୁ ବନ୍ଦ କରିବାକୁ ଚାହୁଁଥିଲେ ନିକ୍, ହେଲେ କାହିଁକି ?

ମୁମ୍ବାଇ: ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ପ୍ରେମିକ ନିକ୍‌ ଜୋନ୍ସ। ଏବେ ବିବାହକୁ ନେଇ ବଡ଼ ଖୁଲାସା କରିଛନ୍ତି ନିକ୍‌। ବିବାହର ରୀତିନୀତି ଚାଲିଥିବା ସମୟରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ନିକ୍‌ ବିବାହ ରୋକି ଦେବାକୁ ଭାବିଥିଲେ । ଆଉ ତା’ ପୁଣି ଖର୍ଚ୍ଚ ବିଲକୁ ଦେଖି ।

ନିକଟରେ ଚାଟ୍‌ ସୋ’ ‘ଦ ଲେଟ୍‌ ଲେଟ୍‌ ସୋ’ ଉଇଥ୍‌ ଜେମ୍ସ’ କୋର୍ଡନରେ ନିକ୍‌ ଯୋଗ ଦେଇଥିଲେ। ସେଠାରେ ହିଁ ସେ ଏଭଳି ଖୁଲାସା କରିଛନ୍ତି। ସୋ’ରେ ନିକ୍‌ଙ୍କ ଲାଇ ଡିଟେକ୍ଟର ଟେଷ୍ଟ କରାଯାଇଥିଲା। ଯେଉଁଥିରେ  ସୋ’ର ହୋଷ୍ଟ ଜେମ୍ସ ତାଙ୍କୁ ଏକ ଅଜବ ପ୍ରଶ୍ନ ପଚାରିଥିଲେ। ବିବାହର ଏତେ ରୀତିନୀତି କରୁଥିବା ସମୟରେ କେବେ ମନରେ ଭାବନା ଆସିଥିଲା କି, ଏବେ ଏ ସବୁକୁ ରୋକି ଦେବା ଦରକାର?

ଏହାର ଉତ୍ତର ଦେଇ ନିକ୍‌ ‘ହଁ’ ବୋଲି କହିଥିଲେ। ଯେତେବେଳେ ମୁଁ ବିବାହର ରୀତିନୀତି ପାଇଁ କରାଯାଉଥିବା ଖର୍ଚ୍ଚର ବିଲ୍‌ ଦେଖିଲି, ସେତେବେଳେ ଏ ସବୁ ରୋକି ଦେବା ଦରକାର ବୋଲି ମୋ ମନକୁ ଆସିଥିଲା ବୋଲି କହିଛନ୍ତି ନିକ୍‌।

ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କର ବିବାହ ଗତବର୍ଷ ଡିସେମ୍ବର୧-୨ରେ ଯୋଧପୁର୍‌ର ଉମୈଦ ଭବନ୍‌ରେ ହୋଇଥିଲା। ଏହାପରେ ଡିସେମ୍ବର ୪ରେ ପ୍ରିୟଙ୍କା ଓ ନିକ୍‌ଙ୍କର ରିସେପ୍‌ସନ୍‌ର ଆୟୋଜନ ଦିଲ୍ଲୀରେ ହୋଇଥିଲା। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମଧ୍ୟ ସାମିଲ୍‌ ହୋଇଥିଲେ। ଏହା ପରେ ସେ ମୁମ୍ବାଇରେ ମଧ୍ୟ ଏକ ରିସେପ୍‌ଶନ୍‌ ପାର୍ଟି ଦେଇଥିଲେ ଯେଉଥିରେ ବଲିଉଡର ଅନେକ ନାମୀ ଦାମୀ କଳାକାର ସାମିଲ ହୋଇଥିଲେ।



from Odisha Reporter https://ift.tt/2NT4yXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages