‘ଚୌକିଦାର’ ହେଲେ ଅମର ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

‘ଚୌକିଦାର’ ହେଲେ ଅମର ସିଂହ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି ‘ମେଁ ଭି ଚୌକିଦାର ହୁଁ’ ନାମରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ଏଥିରେ ଦଳୀୟ ନେତାଠୁ ଆରମ୍ଭ କରି ସାଧାରଣ ଲୋକ ଏବେ ନିଜ ନାମ ପୂର୍ବରୁ ସୋଶାଲ ମିଡିଆରେ ‘ଚୌକିଦାର’ ଲଗାଇ ମୋଦିଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏହିଁ କ୍ରମରେ ରାଜ୍ୟସଭାର ସ୍ୱାଧୀନ ସାଂସଦ ଅମର ସିଂହ ଟ୍ୱିଟରରେ ନିଜ ନାମ ପୂର୍ବରୁ ‘ଚୌକିଦାର’ ଲଗାଇଛନ୍ତି। ଏଥିସହ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ସେ ସିରିଜ ଟ୍ୱିଟ କରିଛନ୍ତି। ମହାମେଣ୍ଟ ଯେଉଁସବୁ ପ୍ରସଙ୍ଗକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଜବାବ ମାଗୁଥିଲେ, ସେଗୁଡ଼ିକର ଜବାବ ମଧ୍ୟ ଅମର ସିଂହ ଟ୍ୱିଟ କରି ଦେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀଙ୍କୁ।

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ଡିଲକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ‘ଚୌକିଦାର ଚୋର ହୈ’ ବୋଲି କଟାକ୍ଷ କରୁଥିବା ବେଳେ ଏହାର ଜବାବରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ମେଁ ଭି ଚୌକିଦାର ହୁଁ’ ନାମରେ କ୍ୟାମ୍ପେନ ଆରମ୍ଭ କରିଛି। ସୋଶାଲ ମିଡିଆରେ ଏହାକୁ ନେଇ ରାହୁଲ ଓ ମୋଦି ସମର୍ଥକ ମୁହାଁମୁହିଁ ହେଉଥିବାବେଳେ ଉତ୍ତର ପ୍ରଦେଶରେ ଅମର ସିଂହ ନିଜ ଟ୍ୱିଟର ଆକାଉଣ୍ଟରେ ନିଜ ନାମ ପୂର୍ବରୁ ‘ଚୌକିଦାର’ ଲେଖିବା ମହାମେଣ୍ଟ ବିରୋଧରେ ଜନମତକୁ ପ୍ରଭାବିତ କରିବ ବୋଲି ବିଶ୍ୱାସ କରାଯାଉଛି।

ଅମର ସିଂହ ହେଉଛନ୍ତି ଉତ୍ତର ପ୍ରଦେଶ ତଥା କେନ୍ଦ୍ର ରାଜନୀତିରେ ଏକ ବଡ଼ ଚେହେରା। ୟୁପି ବିଧାନସଭା ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଘରେ ପରିବାର କଳିକୁ ନେଇ ବିବାଦ ଆରମ୍ଭ ହୋଇଥିଲା ଓ ଶେଷରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ହୋଇଥିଲେ ଅଖିଲେଶ ସିଂହ ଯାଦବ। ଏହାପରେ ଅମର ସିଂହଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏହାପରେ ଅମର କୌଣସି ଦଳରେ ଯୋଗଦେଇନଥିଲେ ମଧ୍ୟ ଏବେ ବିଜେପିକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏମିତିକି ଜିଏସଟି, ନୋଟବନ୍ଦୀ ସମୟରେ ସେ ମୋଦି ସରକାରଙ୍କୁ ଖୋଲାଖୋଲି ସମର୍ଥନ କରିଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/2CyQcY3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages