
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆଉ ଛତିଶଗଡ଼ ମଧ୍ୟରେ ଥିବା ମହାନଦୀ ଜଳ ବିବାଦର ଆପୋଷ ସମାଧାନ ହେବାରେ ପୁଣି ବିଳମ୍ବ ହେବ। ଆଉଥରେ ବସିବ ବୈଠକ, ପୁଣି ହେବ ଆଲୋଚନା। ଏଣିକି ଆଡ୍ଭୋକେଟ୍ ଜେନାରଲଙ୍କ ଉପସ୍ଥିତିରେ ଏହି ବୈଠକ ହେବ। ଉଭୟ ରାଜ୍ୟର ଆଡ୍ଭୋକେଟ୍ ଜେନେରାଲଙ୍କ ଉପସ୍ଥିତିରେ ବୈଠକ ପରେ ଯାଇ ସମାଧାନ ବାଟ ଫିଟିବ ବୋଲି କହିଛନ୍ତି ଟ୍ରିବ୍ୟୁନାଲ୍।
ଏହି ଉଚ୍ଚସ୍ତରୀୟ ବୈଠକ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ବସିବ ବୋଲି କୁହାଯାଇଛି।
ବୈଠକର ନିଷ୍କର୍ସ ଟ୍ରିବ୍ୟୁନାଲକୁ ଜଣାଇବା ପରେ ମାର୍ଚ୍ଚ ୩୦ତାରିଖରେ ହିଁ ରାୟର ଶୁଣାଣି ହେବ। ଏହାପୂର୍ବରୁ ମହାନଦୀ ଜଳ ବିବାଦକୁ ନେଇ ଦୁଇ ଦୁଇ ଥର ବୈଠକ ବସିଛି । ହେଲେ କୌଣସି ସୁଫଳ ମିଳିନାହିଁ । ଉଭୟ ରାଜ୍ୟର ଜଳ ସମ୍ପଦ ସଚିବ ଓ ବରିଷ୍ଠ ଅଧିକାରୀ ଆଲୋଚନା କରିଥିଲେ ବି କିଛି ବି ନିଷ୍କର୍ସ ବାହାରି ପାରିନି। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛଡାଯିବ ସେ ନେଇ ବିବାଦ ଲାଗି ରହିଛି।
from Odisha Reporter https://ift.tt/2J28lTN
No comments:
Post a Comment