ବୟସ୍କ ଆଶାୟୀଙ୍କୁ ନିରାଶ କରିବନି ବିଜେପି, ଟିକେଟ ମିଳିବ କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ବୟସ୍କ ଆଶାୟୀଙ୍କୁ ନିରାଶ କରିବନି ବିଜେପି, ଟିକେଟ ମିଳିବ କିନ୍ତୁ…

ନୂଆଦିଲ୍ଲୀ: ଏବେ ସବୁ ରାଜନୈତିକ ଦଳ ଯୁବପିଢ଼ିଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ବିଜେପି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆଗାମୀ ନିର୍ବାଚନରେ ବୟସ୍କଙ୍କୁ ଟିକେଟ ନମିଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଅବସାନ ଘଟାଇଛି ବିଜେପି। ନିଷ୍ପତ୍ତି ଅନୁଯାୟୀ ବିଜେପି ୭୫ ବର୍ଷ ଉପରେ ନେତାଙ୍କୁ ଟିକେଟ ଦେବ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପି ସଂସଦୀୟ ବୋର୍ଡ଼ ବୈଠକରେ ଦଳ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଗତ ୩ ବର୍ଷ ଧରି ଚାଲିଥିବା ଦଳୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା। ୩ ଘଣ୍ଟା ଧରି ଚାଲିଥିବା ବୈଠକରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ, ସୁଷମା ସ୍ୱାରାଜ୍‌ , ଅରୁଣ ଜେଟଲୀ, ନିତିନ୍‌ ଗଡ଼କରୀ , ରାଜନାଥ ସିଂହ, ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଟିକେଟ ଆଶାୟୀଙ୍କୁ ନେଇ ଆଲୋଚନା ହୋଇଥିଲା। ଆଲୋଚନା ଅନୁଯାୟୀ, ସାଂସଦମାନଙ୍କର ଗତ ୫ ବର୍ଷର ପ୍ରଦର୍ଶନକୁ ହିସାବକୁ ନେଇ ଟିକେଟ ଦିଆଯିବାକୁ ନିର୍ଣ୍ଣୟ ହେବ।

ତେବେ ଚଳିତ ଥର ଖାସ୍‌ କରି ସମାଜର ପ୍ରତିଷ୍ଟିତ ବ୍ୟକ୍ତିମାନଙ୍କୁ ଟିକେଟ୍‌ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟତଃ ସେନା, ସମାଜ ସେବା, ଡାକ୍ତର, ଇଞ୍ଜିନିୟର ଏବଂ କ୍ରିକେଟରଙ୍କୁ ଟିକେଟ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ୭୫ ବର୍ଷ ଉପରେ ନେତାଙ୍କୁ ଟିକେଟ ଦିଆଯିବା ନେଇ ମଧ୍ୟ ଦଳ ବିଚାରକୁ ନେଇଛି। କିନ୍ତୁ ସେମାନଙ୍କୁ କୌଣସି ପଦପଦବୀ ମିଳିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2TCIp51

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages