ଜୈଶ କ୍ୟାମ୍ପକୁ ଜଗୁଥିଲେ ପାକ୍‌ ସେନା, ଏୟାର ଷ୍ଟ୍ରାଇକ୍‌ରେ ମରିଛନ୍ତି ୪ ସୈନ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଜୈଶ କ୍ୟାମ୍ପକୁ ଜଗୁଥିଲେ ପାକ୍‌ ସେନା, ଏୟାର ଷ୍ଟ୍ରାଇକ୍‌ରେ ମରିଛନ୍ତି ୪ ସୈନ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବାଲାକୋଟ୍‌ରେ ଥିବା ଜୈଶ କ୍ୟାମ୍ପରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ ହେଁ ପାକିସ୍ତାନ ଏହାକୁ ମନା କରିଚାଲିଛି। ତେବେ ସ୍ଥାନୀୟ ଅଞ୍ଚଳର ଲୋକ ପାକିସ୍ତାନର ଗୁମର ଖୋଲିବା ସହ ବହୁ ସାଂଘାତିକ ତଥ୍ୟ ଦେଇଛନ୍ତି।

ବାଲାକୋଟ୍‌ରେ ଥିବା ଜୈଶ କ୍ୟାମ୍ପକୁ ପାକିସ୍ତାନ ସେନା ସୁରକ୍ଷା ଯୋଗାଉଥିଲା। ଭାରତର ଏୟାର ଷ୍ଟ୍ରାଇକ୍‌ରେ କ୍ୟାମ୍ପରେ ଥିବା ଆତଙ୍କବାଦୀଙ୍କ ସହିଁତ ସୁରକ୍ଷା ଦାୟିତ୍ୱରେ ଥିବା ୪ ଜଣ ପାକ୍‌ ସୈନ୍ୟ ମଧ୍ୟ ନିହତ ହୋଇଥିବା ଆଜି ଜଣେ ସ୍ଥାନୀୟ ଲୋକ କହିଛନ୍ତି। ଇଣ୍ଡିଆ ଟୁଡେର ଇନଭେଷ୍ଟିଗେଟିଭ୍‌ ଟିମ୍‌ ସ୍ଥାନୀୟ ଲୋକଙ୍କ ସହ କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ଏଭଳି ତଥ୍ୟ ଦେଇଛନ୍ତି।

ଭାରତୀୟ ବାୟୁସେନା ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିବା ଅଞ୍ଚଳରେ ଥିବା ଏକ ମସଜିଦ୍‌ ରହିଥିଲା। ଏଠାରେ କାର୍ଯ୍ୟ କରୁଥିବା ମହମ୍ମଦ ନଇମ୍‌ କହିଛନ୍ତି, ଭାରତର ଏୟାର ଷ୍ଟ୍ରାଇକ୍‌ରେ ପାକିସ୍ତାନ ସୈନ୍ୟ ମଧ୍ୟ ନିହତ ହୋଇଛନ୍ତି।

ସେ ସେହେରି ସ୍ଥିତ ନୋର ମସଜିଦ୍‌ରୁ ଫୋନ୍‌ ଯୋଗେ ଏକଥା କହିଛନ୍ତି। ତାଙ୍କ କହିବା ଅନୁଯାୟୀ, “ ମୁଁ ଯେତିକି ଜାଣିଛି ଓ ଦେଖିଛି ବୋମା ମାଡ଼ରେ ୪ରୁ ୫ ଜଣ ପାକ୍‌ ସୈନ୍ୟ ନିହତ ହୋଇଥିଲେ। ବିସ୍ଫୋରଣ ସମୟରେ ଏମାନେ ସେଠାରେ ରହୁଥିଲେ। କ୍ୟାମ୍ପରେ ଥିବା ସଦସ୍ୟମାନଙ୍କ ବ୍ୟତୀତ ପାକ୍‌ ସୈନ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି।”

ବାଲାକୋଟ୍‌ର ଜଣେ ମୌଲାନା ରେହମାନ କହିଛନ୍ତି, “ ବୋମାମାଡ଼ରେ ଏକ ବିଲଡିଂ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ହୋଇଥିଲା ଯେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତେ ଉଠି ଘର ବାହାରକୁ ଚାଲି ଆସିଥିଲେ। ଲଗାତର ୪ଟି ବିସ୍ଫୋରଣ ହୋଇଥିଲା। ଏହା ଦେଖି ଆମେମାନେ ସମସ୍ତେ ଭୟରେ ଥରିବାକୁ ଲାଗିଥିଲୁ।”

ଏଭଳି ବଳିଷ୍ଠ ପ୍ରମାଣ ସତ୍ତ୍ୱେ ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ରେ କିଛି କ୍ଷତି ହୋଇ ନଥିବା କହିଚାଲିଛି।



from Odisha Reporter https://ift.tt/2TMnV9Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages