ଠିକ୍‌ ମାସକ ପରେ ଭୋଟ୍‌, ବଢୁଛି ହାର୍ଟବିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଠିକ୍‌ ମାସକ ପରେ ଭୋଟ୍‌, ବଢୁଛି ହାର୍ଟବିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ତାରିଖ ଘୋଷଣା ପରେ ବଢ଼ିଛି ରାଜନୈତିକ ଦଳଗୁଡିକର ହାର୍ଟବିଟ୍ । ବିଶେଷ କରି ପ୍ରାର୍ଥୀ ଚୟନକୁ ନେଇ ରାଜ୍ୟର ସବୁ ପ୍ରମୁଖ ଦଳରେ ଜୋରସୋରରେ ଆରମ୍ଭ ହୋଇଛି ଅଙ୍କକଷା। ହାତରେ ଆଉ ଖୁବ୍ କମ୍ ସମୟ ଥିବାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ଏବଂ ଭୋଟରଙ୍କୁ କିପରି ପକେଟକୁ ଆଣିବେ ତାକୁ ନେଇ ସବୁଠି ଦେଖାଦେଇଛି ପ୍ରବଳ ଉତ୍ସାହ।

ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌। ଠିକ୍ ମାସକ ପରେ ନିର୍ବାଚନ । ସମୟର ସ୍ୱଳ୍ପତା ଦୃଷ୍ଟିରୁ ତାରିଖ ଘୋଷଣାକୁ ୨୪ ଘଣ୍ଟା ନ ପୁରୁଣୁ ପୂରା ଚଳଚଞ୍ଚଳ ପଲିଟିକାଲ କ୍ୟାମ୍ପ୍ସ୍‌। ବିଶେଷ କରି ପ୍ରାର୍ଥୀ ଚୟନକୁ ନେଇ ରାଜ୍ୟର ସବୁ ପ୍ରମୁଖ ଦଳରେ ଜୋରସୋରରେ ଆରମ୍ଭ ହୋଇଛି ଅଙ୍କକଷା। ହାତରେ ଆଉ ଖୁବ୍ କମ୍ ସମୟ ଥିବାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ଏବଂ ଭୋଟରଙ୍କୁ କିପରି ପକେଟକୁ ଆଣିବେ ତାକୁ ନେଇ ସବୁ ପାର୍ଟିରେ ଦେଖାଦେଇଛି ଉତ୍ସାହ।

ଆଜି ନବୀନ ନିବାସରେ ସକାଳୁ ସକାଳୁ ନେତାଙ୍କ ଭିଡ଼ ଦେଖି ଏହା ସ୍ପଷ୍ଟ ବାରି ହୋଇପଡିଛି। ନିର୍ବାଚନୀ ମୁଡ୍ ଦେଖି ସୁପ୍ରିମୋଙ୍କ ନିକଟକୁ ଲାଇନ ଲଗାଇଥିଲେ ସାଂସଦ, ବିଧାୟକ ଏବଂ ଦଳର ବହୁ ବରିଷ୍ଠ ନେତା। ଏମାନଙ୍କ ବ୍ୟତୀତ ଟିକେଟ୍ ପାଇଁ ଲବିରେ ଥିବା ଆଶାୟୀ ସଂଖ୍ୟା ବି କିଛି କମ୍ ନ ଥିଲା ଏପଟେ ତାରିଖ ଘୋଷଣା ମାତ୍ରେ ଆରମ୍ଭ ହୋଇଯାଇଛି ଦଳ ଡିଆଁ ପର୍ବ। ଗତଥର ବିଜେଡି ହାତ ଛାଡ଼ି ବିଜେପି କ୍ୟାମ୍ପରେ ମିଶିଥିବା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ଘର ବାହୁଡା ହୋଇଥିବା ବେଳେ ଅନ୍ୟ ଦଳରୁ ଆସୁଥିବା ନେତା ଓ ଯୋଗ ଦେଉଥିବା ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ କିଭଳି ଥଇଥାନ କରାଯିବା ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା। ଏ ପ୍ରସଙ୍ଗରେ ନବୀନ କହିଛନ୍ତି, ଏସବୁ ଖୁବ୍ ସୁନ୍ଦର ଭାବେ ମ୍ୟାନେଜ୍ କରାଯିବ। ଆସନ୍ତା ନିର୍ବାଚନରେ ଦଳ କେତେ ସିଟ୍ ଜିତିବ ବୋଲି ପ୍ରଶ୍ନରେ ନବୀନ କହିଛନ୍ତି, ଦଳ ନିଶ୍ଚିତ ରୂପେ ଭଲ କରିବ। ତାସହିତ ଖୁବ୍‌ଶିଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ।

ସେପଟେ ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ବି ଅଭିଯାନକୁ ଜୋରଦାର କରିଛି। ବିଜୟ ସଙ୍କଳ୍ପ ଅଭିଯାନ ଜରିଆରେ ଦଳ ୫ ହଜାର ସଭା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ଭେଟୁଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ନୂଆପଡ଼ାରେ ମୋ ଘର ବିଜେପି ପରିବାର କାର୍ଯ୍ୟକ୍ରମ ଏବଂ ଜଗତସିଂହପୁରର ଏରସମା ବ୍ଲକ୍‌ରେ ବିଜୟ ସଂକଳ୍ପ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ଅଭିନେତ୍ରୀ ଅନୁ ଚୌଧୁରୀ।

ସେପଟେ ଟିକେଟ୍ କସରତରେ ବ୍ୟସ୍ତ ଥିବା କଂଗ୍ରେସ୍, ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାକୁ ଆଉ ପାଦେ ଆଗକୁ ବଢ଼ିଛି।  ଆଜି ନୂଆଦିଲ୍ଲୀରେ ବସିଥିବା ଏଆଇସିସି ସ୍କ୍ରିନିଂ କମିଟି ବୈଠକରେ ପ୍ରାର୍ଥୀଙ୍କ ନାଁ ଉପରେ ବିଚାର ବିମର୍ଷ ହୋଇଛି। ସେହିପରି ଟେଲିଫୋନ୍ ମେସେଜ୍ ଜରିଆରେ ମଧ୍ୟ କାହାକୁ ପ୍ରାର୍ଥୀ କରାଯିବ କର୍ମୀଙ୍କଠାରୁ ମତାମତ ଲୋଡ଼ାଯାଉଛି।



from Odisha Reporter https://ift.tt/2J5aUV5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages