ପ୍ରସ୍ତାବ ମିଳିଲେ ପଦ୍ମ ଧରିବାକୁ ପ୍ରସ୍ତୁତ ଅଛନ୍ତି ଖାରବେଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ପ୍ରସ୍ତାବ ମିଳିଲେ ପଦ୍ମ ଧରିବାକୁ ପ୍ରସ୍ତୁତ ଅଛନ୍ତି ଖାରବେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ଏମ୍‌ପି  ତଥା ଉତ୍କଳ ଭାରତ ପ୍ରତିଷ୍ଠାତା ମହାମେଘବାହାନ୍‌ ଐର ଖାରବେଳ ସ୍ୱାଇଁ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ବିଜେପି ଯଦି ତାଙ୍କୁ ଦଳରେ ଯୋଗଦାନ ପାଇଁ ପ୍ରସ୍ତାବ ଦିଏ ତେବେ ସେ ଦଳରେ ସାମିଲ୍‌ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି- “ କିଛି ଦିନ ତଳେ ମୁଁ ଦିଲ୍ଲୀ ଯାଇଥିଲି। ସେଠାରେ ବିଜେପି କାର୍ଯ୍ୟାଳୟରେ ଅରୁଣ ସିଂହ ଓ ବୈଜୟନ୍ତ ବାବୁଙ୍କୁ ଭେଟି ମନକଥା କହିଛି।”

ଖାରବେଳଙ୍କ ଏହି କଥାରୁ ଲାଗୁଛି, ସେ ଏବେ ବିଜେପିରେ ଯୋଗଦେଇ ପାରନ୍ତି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଭେଟିବା ସମୟରେ ଖାରବେଳ ଭ୍ରଷ୍ଟ ବିଜେଡି ସରକାର ପ୍ରତି ତାଙ୍କ ହୃଦୟରୁ ବିରୋଧାଭାଷ ରହିଥିବା କଥା ସ୍ପଷ୍ଟ କରିଛନ୍ତି। ଏଣୁ ବିଜେପିରେ ଯୋଗ ଦେବା ଲାଗି ଯଦି ତାଙ୍କୁ ଇଙ୍ଗିତ ମିଳେ ତେବେ ସେ ଏହାକୁ ହାତଛଡା କରିବେ ନାହିଁ। ଅନ୍ୟପକ୍ଷରେ ପୂର୍ବରୁ ଯେଉଁ ଦଳ(ବିଜେପି)କୁ ବିରୋଧ କରୁଥିଲେ ସେଥିରେ ମିଶିବାକୁ ବିନା ବାଧାରେ କ’ଣ ପାଇଁ ଆଗ୍ରହୀ ବୋଲି ପଚରାଯିବାରୁ ଖାରବେଳ ନିଜ ମତ ସ୍ପଷ୍ଟ କରିଛନ୍ତି।

କହିଛନ୍ତି- “ଆମେ ପୂର୍ବରୁ ଭାବୁଥିଲି ବିଜେପି ଓ ବିଜେପି ଏକତ୍ର ଭାବେ ନିର୍ବାଚନ ଲଢିପାରନ୍ତି। ଏପରି ମଧ୍ୟ ଶୁଣିବାକୁ ମିଳୁଥିଲା ଯେ, ବୈଜୟନ୍ତ ବାବୁ ବିଜେପିରେ ମିଶିବାକୁ ଆଗ୍ରହି ଥିଲେ ମଧ୍ୟ ସମ୍ଭବତଃ ଏହି କାରଣରୁ ତାଙ୍କୁ ଦଳରେ ସାମିଲ କରାଯାଉ ନାହିଁ। କିନ୍ତୁ ବୈଜୟନ୍ତ ବାବୁ ପଦ୍ମ ଧରିବା ପରେ ସମାନ ଆଭିମୁଖ୍ୟ ରଖୁଥିବା ଆମ ଭଳି ନେତା ଦଳରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛୁ।”

ଖାରବେଳେ ପୂର୍ବତନ ଏମ୍‌ପି ବ୍ରଜ କିଶୋର ତ୍ରିପାଠୀଙ୍କ କଥା ମଧ୍ୟ କହିଛନ୍ତି। ବିଜେପି ଟିକେଟରେ ସାଂସଦ ନିର୍ବାଚନ ସେ ଲଢିବାକୁ ଆଶାୟୀ ଥିବା ମଧ୍ୟ କହିଛନ୍ତି। ଖାରବେଳ ପୂର୍ବରୁ ୭ ଥର ନିର୍ବାଚନ ଲଢିଥିବା ବେଳେ ୬ଥର ବିଜେପିରୁ ନିର୍ବାଚନୀ ମଇଦାନ୍‌କୁ ଓହ୍ଲାଇଛନ୍ତି। ଏଣୁ ଏହି ନିର୍ବାଚନରେ ତାଙ୍କ ଭୂମିକା କ’ଣ ରହିବ ତାହା ଦେଖିବାକୁ ରହିଲା।



from Odisha Reporter https://ift.tt/2NUkJDO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages